Advertisment

ଅମାପ ସମ୍ପତ୍ତି ଠୁଳ କରିଥିଲେ, ବନ୍ଧା ହେଲେ ପୂର୍ବତନ ମୁଖ୍ୟଯନ୍ତ୍ରୀ

R&B; ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କୁ ଗିରଫ କରାଯାଇଛି।

Arrest

Arrest

Advertisment

ବେଆଇନ୍‌ ଭାବେ ଅମାପ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଶେଷରେ ବନ୍ଧା ହେଲେ ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର । R&B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କୁ ଗିରଫ କରାଯାଇଛି।

Advertisment

ଚଢ଼ାଉ ବେଳେ ତାରାପ୍ରସାଦଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଆଖି ଖୋସି ହୋଇ ଯାଇଥିଲା। ଚଢ଼ାଉ ସମୟରେ ତାରା ପ୍ରସାଦଙ୍କର ୧୦ଟି ଫ୍ଲାଟ୍, ୭ଟି ପ୍ଲଟ୍ ଏବଂ ତାଙ୍କ ଘରୁ ଅଢେଇ କେଜି ସୁନା ମିଳିଥିଲା। ସେହିପରି ୩୭୦ ଗ୍ରାମ ହୀରା, ୨ କୋଟି ୭୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଠାବ ହୋଇଥିଲା। ନଗଦ ୬ ଲକ୍ଷ ଟଙ୍କା, ୨ଟି ଦାମୀ କାର୍ ମଧ୍ୟ ଠାବ କରିଥିଲା ଭିଜିଲାନ୍ସ।

ଭିଜିଲାନ୍ସ ଗତକାଲି ଜାରି କରିଥିବା ପ୍ରେସ୍‌ନୋଟ୍‌ ଅନୁସାରେ ତାରା ପ୍ରସାଦ ମିଶ୍ରଙ୍କ ନାଁରେ ରାଜଧାନୀ ଭୁବନେଶ୍ୱର ଓ ଝାରସୁଗୁଡ଼ାରେ ରହିଛି ୧୦ଟି ଫ୍ଲାଟ୍‌। ଏହାଛଡ଼ା ପ୍ଲଟ୍‌ ମଧ୍ୟ ରହିଛି। ପ୍ଲଟଗୁଡ଼ିକ ଭୁବନେଶ୍ୱର, କଟକ ଓ ଜଟଣୀରେ ରହିଛି। ତାରା ପ୍ରସାଦଙ୍କ ଘରୁ ୨.୭ କୋଟି ଟଙ୍କାର ବ୍ୟାଙ୍କ ଜମା, ୧.୫ କେଜି ସୁନା, ନଗଦ ୬ ଲକ୍ଷ ଟଙ୍କା, ଗୋଟିଏ ମରସିଡିଜ୍‌ ବେଞ୍ଜ କାର୍‌, ଗୋଟିଏ କିଆ କାର୍‌ ଓ ଗୋଟିଏ ଦାମୀ ଘଣ୍ଟା ଜବତ ହୋଇଛି। ଯେଉଁ ଘଣ୍ଟାର ଦାମ ୧୩ ଲକ୍ଷ ଟଙ୍କା ରହିଛି। ଏହାଛଡ଼ା ବହୁ ବିଦେଶୀ ମୁଦ୍ର ମଧ୍ୟ ଜବତ କରିଛି ଭିଜିଲାନ୍ସ। ଯେଉଁଥିରେ ରହିଛି- USA, Thailand, Vietnam, UAE, Canada, Mexico, Malaysia & Singapore ମୁଦ୍ରା ରହିଛି। ଶ୍ରୀ ମିଶ୍ର ନିୟମିତ ବିଦେଶ ଗସ୍ତ କରୁଥିବା ବି ଜଣାଯାଇଛି

Advertisment

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶ୍ରୀ ମିଶ୍ରଙ୍କ ଘରୁ ବହୁ ହିରା ଅଳଙ୍କର ଜବତ ହୋଇଛି। ଯାହାର ଅନୁମାନ ମୂଲ୍ୟ କୋଟି କୋଟି ଟଙ୍କା ହେବ। ଘରର ସାଜସଜା ବି କୌଣସି ରାଜମହଲଠୁ କମ୍‌ ନୁହେଁ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ୯ଟି ଟିମ୍‌ ଗତକାଲି ସକାଳେ ଶ୍ରୀ ମିଶ୍ରଙ୍କ ପୈତୃକ ଘର ସମେତ ଭୁବନେଶ୍ୱର, କଟକ, ଝାରସୁଗୁଡ଼ାର ୯ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା। ଭୁବନେଶ୍ୱର ନୟାପଲ୍ଲୀର ଅର୍ପଣ ଆପାର୍ଟମେଣ୍ଟରେ ଥିବା ଘର, ଖଣ୍ଡଗିରି କସମୋପଲିସରେ ଥିବା ଫ୍ଲାଟ୍, ଝାରସୁଗୁଡ଼ା ଆସିଆନା ଆପାର୍ଟମେଣ୍ଟରେ ଥିବା ୩ଟି ଫ୍ଲାଟ୍, କଟକ ଆଠଗଡ଼ରେ ଥିବା ପୈତୃକ ଘର ଓ ତିଗିରିଆରେ ରହୁଥିବା ସମ୍ପର୍କୀୟଙ୍କ ଘରେ ଚଢଉ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ୨୦୧୯ ମସିହାରେ ଯାଜପୁରରେ ନିର୍ମିତ ହୋଇଥିବା ମାମୁ- ଭଣଜା କେନାଲ ମାତ୍ର ୬ ମାସ ପୁରୁଣୁ ଭାଙ୍ଗି ଯାଇଥିଲା। ଉକ୍ତ ସମୟରେ ତାରା ପ୍ରସାଦ ପାଣିକୋଇଲି ଡିଭିଜନର ମୁଖ୍ୟ ଯନ୍ତ୍ରୀ ଭାବ ଦାୟିତ୍ୱ ନିର୍ବାହ କରୁଥିଲେ। ଏହି ଘଟଣାକୁ ନେଇ ତମ୍ବିତୋଫାନ ହୋଇଥିବା ବେଳେ ଭିଜିଲାନ୍ସ ମାମଲା ରୁଜୁ କରିଥିଲା। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ଏହାପରେ ସେ R&B ବିଭାଗର ମୁଖ୍ୟଯନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ତେଣୁ ରାଜନୈତିକ ଛତ୍ରଛାୟା ତଳେ ରହି ତାରା ପ୍ରସାଦ କୋଟି କୋଟି ଟଙ୍କା ଦୁର୍ନୀତି କରିଥିବା ଏହି ଚଢ଼ାଉରୁ ସ୍ପଷ୍ଟ ହେଉଛି।

Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe