Advertisment

୧୫ ମିନିଟ ଛଟପଟ ହେବା ପରେ ଆଖି ବୁଜିଥିଲେ ପୂର୍ବତନ ଡିଜିପି!

ଓମ ପ୍ରକାଶ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ରୋଷେଇ ଘରେ ବ୍ୟବହାର ହେଉଥିବା ଛୁରୀକୁ ପଲ୍ଲବୀ ପ୍ରଥମେ ତାଙ୍କ ବେକରେ ଭୁଷି ଦେଇଥିଲେ।

author-image
Hemant Lenka
DGP

DGP

କର୍ଣ୍ଣାଟକାର ପୂର୍ବତନ ଡିଜିପି ଓ ଆଇଜି ଓମ ପ୍ରକାଶ ରବିବାର ଲଞ୍ଚ ପାଇଁ ଅନଲାଇନରେ ମାଛ ପ୍ରାଏ ମଗାଇଥିଲେ। ରବିବାର ଅପରାହ୍ନ ପ୍ରାୟ ୨.୩୦ରୁ ୩ଟା ମଧ୍ୟରେ ତାଙ୍କୁ ଦୁଇ ଖଣ୍ଡ ମାଛ ଓ ଭାତ ଡାଇନିଂ ଟେବୁଲରେ ପରସା ଯାଇଥିଲା। ଓମ ପ୍ରକାଶ ଗୋଟିଏ ମାଛ ଖଣ୍ଡ ଓ ଅଧା ଭାତ ଖାଇ ସାରିଥିଲେ। ସେ ଆଉ ଗୋଟିଏ ଗୁଣ୍ଡା ଭାତ ପାଟିକୁ ନେଉଥିବା ବେଳେ ପତ୍ନୀ ପଲ୍ଲବୀ(୬୪) ତାଙ୍କ ମୁହଁକୁ ହଠାତ୍‌ ଲଙ୍କା ଗୁଣ୍ଡ ଫିଙ୍ଗି ଥିଲେ।

Advertisment

ଓମ ପ୍ରକାଶ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ରୋଷେଇ ଘରେ ବ୍ୟବହାର ହେଉଥିବା ଛୁରୀକୁ ପଲ୍ଲବୀ ପ୍ରଥମେ ତାଙ୍କ ବେକରେ ଭୁଷି ଦେଇଥିଲେ। ଏହାପରେ କାଚ ବୋତଲ ତାଙ୍କ ମୁଣ୍ଡରେ ବାଡ଼େଇ ଦେଇଥିଲେ। ପୁଲିସ ଆଗରେ ପଲ୍ଲବୀ ରଖିଥିବା ବୟାନ ଓ ଘଟଣାସ୍ଥଳରୁ ମିଳିଥିବା ତଥ୍ୟ ଆଧାରରେ ପୁଲିସ୍‌ ଏସବୁ ଜାଣିବାକୁ ପାଇଛି।

ରବିବାର ସନ୍ଧ୍ୟାରେ ଏଚଏସଆର ଲେଆଉଟ ଆବାସରୁ ଓମ ପ୍ରକାଶଙ୍କ କ୍ଷତାକ୍ତ ମୃତଦେହ ପୁଲିସ୍‌ ଉଦ୍ଧାର କରିଥିଲା। ଏହାର ୨୪ ଘଣ୍ଟା ପରେ ଓମ ପ୍ରକାଶଙ୍କୁ ହତ୍ୟା କରିବା ଅଭିଯୋଗରେ ପୁଲିସ୍‌ ତାଙ୍କ ପତ୍ନୀ ପଲ୍ଲବୀଙ୍କୁ ଗିରଫ କରିଛି। ସୂତ୍ର ଅନୁସାରେ, ପଲ୍ଲବୀଙ୍କ ଭୟଙ୍କର ଆକ୍ରମଣ ଦ୍ୱାରା ଓମ ପ୍ରକାଶ ଲହୁଲୁହାଣ ହୋଇଥିଲେ। ସେ ତଳେ ପଡ଼ି ୧୫ ମିନିଟ କାଳ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଛଟପଟ ହେବା ପରେ ଆଖି ବୁଜିଥିଲେ।

Advertisment

ମୃତଦେହ ନିକଟରୁ ଦୁଇଟି କାଚ ବୋତଲ ମିଳିଛି। ଗୋଟିଏ ଟଏଲେଟ କ୍ଲିନର ଓ ଆଉ ଗୋଟିଏ ଫ୍ଲୋର କ୍ଲିନର। ପଲ୍ଲବୀଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ଓମ ପ୍ରକାଶ ଘର ବାହାରକୁ ଦୌଡ଼ି ଯିବାକୁ ଚେଷ୍ଟା କରିଥିଲେ। ହେଲେ ପଲ୍ଲବୀ ଗୋଟିଏ କମ୍ବଲ ତାଙ୍କ ମୁହଁରେ ଗୁଡ଼ାଇ ଦେଇ ତଳେ ଚିତ କରି ଦେଇଥିଲେ। କମ୍ବଲ ଭିତରେ ଫସି ରହିଥିବା ଓମ ପ୍ରକାଶ ତଳେ ପଡ଼ି ଛାଟିପିଟି ହେଉଥିବା ବେଳେ ପଲ୍ଲବୀ ତାଙ୍କ ବେକ, କାନ୍ଧ, ତଳି ପେଟ ଓ ପିଠିରେ ବାରମ୍ବାର ଛୁରୀ ଭୁଷି ଚାଲିଥିଲେ। ପ୍ରକାଶ ଭୟଙ୍କର ଚିତ୍କାର କରିବା ସହ ଛାଡ଼ି ଦେବାକୁ ନେହୁରା ହୋଇଥିଲେ ହେଁ ପଲ୍ଲବୀ କିଛି ଶୁଣି ନଥିଲେ। ତାଙ୍କ ଦେହରେ ମୋଟ ୧୨ଟି କ୍ଷତ ଚିହ୍ନ ରହିଛି। ଅର୍ଥାତ ପଲ୍ଲବୀ ୧୨ ଥର ତାଙ୍କ ଦେହରେ ଛୁରୀ ଭୁଷି ଥିଲେ। 

ଓମ ପ୍ରକାଶ ମୁଣ୍ଡ କମ୍ବଲରେ ଗୁଡ଼ାଇ ହୋଇ ରହିଥିବା ବେଳେ ସେ ପେଟ ମାଡ଼ି ତଳେ ପଡ଼ି ରହିଥିଲେ। ପଲ୍ଲବୀ ହତ୍ୟା କରିବା ପରେ ସେହି ଠାରେ ଛିଡ଼ା ହୋଇଥିଲେ। ଓମ ପ୍ରକାଶ ଗୋଟିଏ ଲୁଙ୍ଗି ଓ ହାତ କଟା ଗଞ୍ଜି ପିନ୍ଧିଥିଲେ। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ତାଙ୍କ ଲୁଙ୍ଗି ଓ ଗଞ୍ଜି ପୂରା ରକ୍ତରେ ଭିଜି ସାରିଥିଲା।

ଘଟଣା ବେଳେ ଘରେ ଦମ୍ପତିଙ୍କ ଝିଅ କ୍ରିତି ସେଠାରେ ଉପସ୍ଥିତ ଥିଲେ କି ନାହିଁ, ସେକଥା ଏଯାଏ ସ୍ପଷ୍ଟ ହୋଇନି। ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, “ଆମ ଟିମ ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା। ଏହି ସମୟରେ ପଲ୍ଲବୀ ଏକା ମୃତଦେହ ନିକଟରେ ଛିଡ଼ା ହୋଇଥିଲେ। କିନ୍ତୁ ଝିଅ କ୍ରିତି ଘରର ତୃତୀୟ ମହଲାରେ ଥିବା ତାଙ୍କ ରୁମରେ ରହିଥିଲେ। ହତ୍ୟା କାଣ୍ଡରେ ତାଙ୍କ ଭୂମିକା କ’ଣ ରହିଛି, ତା’ର ତଦନ୍ତ କରାଯାଉଛି।”

ବନ୍ଧୁଙ୍କୁ ଭିଡିଓ କଲ କରିଥିଲେ ପଲ୍ଲବୀ

ଓମ ପ୍ରକାଶଙ୍କୁ ହତ୍ୟା କରିବା ପରେ ପଲ୍ଲବୀ ତାଙ୍କର ଜଣେ ବନ୍ଧୁଙ୍କୁ ମେସେଜ କରି ରାକ୍ଷସକୁ ମାରି ଦେଇଥିବା କହିଥିଲେ। ପଲ୍ଲବୀଙ୍କ ବନ୍ଧୁ ମଧ୍ୟ ଜଣେ ଅବସରପ୍ରାପ୍ତ ଆଇପିଏସଙ୍କ ପତ୍ନୀ। ଏହାପରେ ପଲ୍ଲବୀ ଅବସରପ୍ରାପ୍ତ ଆଇପିଏସ ଅଫିସରଙ୍କ ପତ୍ନୀଙ୍କୁ ହ୍ୱାଟସଆପ୍‌ରେ ଭିଡିଓ କଲ କରିଥିଲେ ଓ ତାଙ୍କୁ ପ୍ରକାଶ କେମିତି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ି ରହିଛନ୍ତି, ତା’ର ଦୃଶ୍ୟ ଦେଖାଇଥିଲେ।

ପଲ୍ଲବୀ ଆଉ ଦୁଇ ଜଣଙ୍କୁ ମଧ୍ୟ କଲ କରି ଘଟଣା ସମ୍ପର୍କରେ ସୂଚିତ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ହେଲଲାଇନ ନମ୍ବର ୧୧୨କୁ କଲ କରି ପୁଲିସ୍‌କୁ ହତ୍ୟା ସମ୍ପର୍କରେ ସୂଚନା ଦେଇଥିଲେ। କିନ୍ତୁ ହୋୟସାଲା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ ପଲ୍ଲବୀ ନିଜ ତରଫରୁ ଏଚଏସ୍‌ଆର ଲେଆଉଟ ପୁଲିସ୍‌କୁ ଫୋନ କରିଥିଲେ ଓ ହତ୍ୟା ସମ୍ପର୍କରେ ଜଣାଇଥିଲେ। ରବିବାର ସନ୍ଧ୍ୟାରେ ପୁଲିସ୍‌ ପଲ୍ଲବୀ ଓ ତାଙ୍କ ଝିଅ କ୍ରିତିଙ୍କୁ ଅଟକ ରଖି ଜେରା କରିଥିଲା। ସୋମବାର ସନ୍ଧ୍ୟାରେ ପଲ୍ଲବୀଙ୍କୁ ଗିରଫ କରାଯାଇଛି।

ସୋମବାର ପୁଲିସ୍‌ ପଲ୍ଲବୀଙ୍କୁ ଗିରଫ କରିବା ପରେ ସେ ଫୋନ କରିଥିବା ବନ୍ଧୁ ଜଣଙ୍କ ପୁଲିସ୍‌କୁ ଘଟଣା ସମ୍ପର୍କରେ ଆଉ କିଛି ସୂଚନା ଦେଇଛନ୍ତି। ଡିସିପି(ଦକ୍ଷିଣ-ପୂର୍ବ) ସାରା ଫାତିମା ଅବସରପ୍ରାପ୍ତ ଆଇପିଏସ ଅଫିସରଙ୍କ ପତ୍ନୀଙ୍କ ସହ କଥା ହୋଇଛନ୍ତି। କିନ୍ତୁ ତାଙ୍କ ବୟାନକୁ ବିଧିବଦ୍ଧ ଭାବେ ରେକର୍ଡ କରାଯାଇନି।

ପ୍ରକାଶଙ୍କ ବିରୋଧରେ ଏଫଆଇଆର ଚାହୁଁଥିଲେ ପଲ୍ଲବୀ

ଆଉ ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, ଘଟଣାର କିଛି ଦିନ ପୂର୍ବରୁ ପଲ୍ଲବୀ ଆଇପିଏସ ଅଫିସରଙ୍କ ହ୍ୱାଟସଆପ ଗ୍ରୁପରେ ଗୋଟିଏ ମେସେଜ କରିଥିଲେ। ଏହି ମେସେଜରେ ସେ ପୁଲିସ୍‌କୁ ଓମ ପ୍ରକାଶଙ୍କ ବିରୋଧରେ ନିଜ ଆଡ଼କୁ ଗୋଟିଏ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ପଲ୍ଲବୀ ଦାବି କରିଥିଲେ ଯେ ସ୍ୱାମୀ ଓମ ପ୍ରକାଶ ତାଙ୍କୁ ନିର୍ଯାତନା ଦେଉଛନ୍ତି। ସେ ମୋ ଝିଅକୁ ମଧ୍ୟ ଖାଇବାରେ ନିଶା ଦେଇ ତା’ ମସ୍ତିଷ୍କକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି।

ମୋ ଝିଅ ଦୈନିକ ମରି ମରି ବଞ୍ଚୁଛି। ଆମେ ଅତ୍ୟନ୍ତ ଭୟଙ୍କର ଓ ଅସୁରକ୍ଷିତ ସ୍ଥିତିରେ ରହିଛୁ। ଆମକୁ ତୁରନ୍ତ ସହାୟତା ଓ ସୁରକ୍ଷା ଦରକାର। ମୋ ଝିଅର ଫୋନ, ଲାପଟପ ଓ ସମସ୍ତ ଡିଜିଟାଲ ଡିଭାଇସକୁ ହ୍ୟାକ କରାଯାଇଛି। ଆମକୁ ତୁରନ୍ତ ସୁରକ୍ଷା ଦିଏ। ମୋ ସ୍ୱାମୀ ଆମକୁ ମାନସିକ ରୋଗୀ ବୋଲି ଦର୍ଶାଇ ସବୁ ଅପରାଧକୁ ଘୋଡ଼ାଇ ଦେବାକୁ ଚେଷ୍ଟା କରୁଛନ୍ତି। ସବୁ କିଛି ସମ୍ପତ୍ତି ଓ ଈର୍ଷାନ୍ୱିତ ହୋଇ ସେ କରୁଛନ୍ତି। ସ୍ୱାମୀ ମୋ ପୁଅ ଓ ବୋହୂକୁ ସମର୍ଥନ କରୁଛନ୍ତି। ସେ ପାପୀ। ସେ ଦୁର୍ନୀତି ଗ୍ରସ୍ତ ବୋଲି ପଲ୍ଲବୀ ମେସେଜରେ କହିଥିଲେ।

ସମ୍ପତ୍ତି ଦିଗର ତଦନ୍ତ କରୁଛି ପୁଲିସ୍‌

ଘଟଣାକୁ ପୁଲିସ୍‌ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରୁଛି। ଏହା ମଧ୍ୟରେ ସମ୍ପତ୍ତିକୁ ନେଇ ଦମ୍ପତିଙ୍କ ମଧ୍ୟରେ ଚାଲିଥିବା ବିବାଦ ବି ରହିଛି। ଓମ ପ୍ରକାଶଙ୍କ ଅଧିକାଂଶ ସମ୍ପତ୍ତି ଉତ୍ତର କନ୍ନଡ ଜିଲ୍ଲାରେ ରହିଛି। ୧୯୯୦ ମସିହାରେ ପ୍ରକାଶ ସେଠାରେ ଏସ୍‌ପି ଭାବେ କାମ କରୁଥିଲେ। ୨୦୧୧-୧୨ରେ ପ୍ରକାଶ ଜୋଇଡାରେ କିଛି ଏକର ଜମି କରିଥିଲେ। ୫ ଏକର ଜମିରେ ତାଙ୍କର ଗୋଟିଏ ଫାର୍ମ ହାଉସ ରହିଛି। ପଲ୍ଲବୀ ଅଭିଯୋଗ କରିଛନ୍ତି ଯେ ପ୍ରକାଶ ତାଙ୍କ ସମ୍ପତ୍ତିରୁ କିଛି ବି ତାଙ୍କୁ କିମ୍ବା ତାଙ୍କ ଝିଅଙ୍କୁ ଦେଉ ନଥିଲେ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବିବାଦ ଚାଲିଥିଲା।

ଓମ ପ୍ରକାଶ କିଏ?

୧୯୮୧ ବ୍ୟାଚର ଆଇପିଏସ ଅଫିସର ଓମ ପ୍ରକାଶଙ୍କ ଘର ବିହାରର ଚମ୍ପାରନରେ। କର୍ଣ୍ଣାଟକା ପୁଲିସ୍‌ ପାଇଁ ସେ ଢେର କାମ କରିଛନ୍ତି। ଜିଓଲୋଜିରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଓମ ପ୍ରକାଶ କର୍ଣ୍ଣାଟକା ପୁଲିସ୍‌ର ବିଭିନ୍ନ ପଦପଦବୀରେ କାମ କରିଥିଲେ। ୨୦୧୫ ମାର୍ଚ୍ଚ ୧ରୁ ସେ କର୍ଣ୍ଣାଟକାର ପୁଲିସ୍‌ ମହା ନିର୍ଦ୍ଦେଶକ ଭାବେ କାମ କରୁଥିଲା। ଏହି ପଦରେ ସେ ୨୦୧୭ ମାର୍ଚ୍ଚ ମାସ ଯାଏ ରହିଥିଲେ। ବଲ୍ଲାରୀ ଜିଲ୍ଲାର ଅତରିକ୍ତ ଏସ୍‌ପି ଭାବେ ତାଙ୍କ କ୍ୟାରିୟର ଆରମ୍ଭ ହୋଇଥିଲା। ଏହାପରେ ସେ ଶିବମୋଗା, ଉତ୍ତର କନ୍ନଡ, ଚିକ୍କାମାଗାଲୁରୁ, ଲୋକାୟୁକ୍ତ ଓ ଅଗ୍ନିଶମ ସେବାରେ କାମ କରିଥିଲେ।

Murder Karnataka Fromer DGP