Advertisment

ଗୃହ ସହାୟିକା ପୁଅଙ୍କ ସଙ୍ଗୀନ ଅଭିଯୋଗ, ମାଆଙ୍କୁ ଅପହରଣ ପରେ ଦୁଷ୍କର୍ମ କରିଛନ୍ତି ଏଚଡି ରେଭାନ୍ନା

ପୂର୍ବରୁ ରେଭାନ୍ନାଙ୍କ ଘରେ ଗୃହ ସହାୟିକା ଥିବା ମହିଳାଙ୍କ ପୁଅ ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଅଶ୍ଳୀଳ ଭିଡିଓରେ ମାଆଙ୍କୁ ଚିହ୍ନି ଥାନାରେ ଅଭିଯୋଗ କରିଛନ୍ତି...

author-image
Debibandita Barick
ଅଦ୍ୟତନ ହୋଇଛି
Ujwal Revanna & HD Revanna

Ujwal Revanna & HD Revanna

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚଡି ଦେବଗୌଡାଙ୍କ ପୁଅ ଓ ନାତିଙ୍କ ବିରୁଦ୍ଧରେ ଯୋଡିହେଉଛି ଗୋଟିଏ ପରେ ଗୋଟିଏ ସଙ୍ଗୀନ ଅଭିଯୋଗର ଫର୍ଦ୍ଦ। ନାତି ଉଜ୍ଜ୍ୱଳ ରେଭାନ୍ନାଙ୍କ ବିରୁଦ୍ଧରେ ଦୁଷ୍କର୍ମ ମାମଲା ପରେ ଏବେ ପୁଅ ତଥା ପୂର୍ବତନ କର୍ଣ୍ଣାଟକ ମନ୍ତ୍ରୀ ଏଚଡି ରେଭାନ୍ନାଙ୍କ ବିରୁଦ୍ଧରେ ଅପହରଣ ଓ ଯୌନ ନିର୍ଯାତନା ଅଭିଯୋଗ ହୋଇଛି। 

Advertisment

ଏଚଡି ରେଭାନ୍ନା ତାଙ୍କ ଗୃହ ସହାୟକଙ୍କ ମାଆଙ୍କୁ ଅପହରଣ ପରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗକାରୀ ରାଜୁ ଏଚଡି ଏନେଇ କେଆର ନଗର ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ରାଜୁ ଓ ତାଙ୍କ ମାଆ ରାଭାନ୍ନାଙ୍କ ହୋଲେନାରାସିପୁରା ବାସଭବନ ଏବଂ ଫାର୍ମହାଉସରେ ଗୃହ ସହାୟକ ଭାବେ ୬ ବର୍ଷ ଧରି କାର୍ଯ୍ୟ କରିଥିଲେ। କିନ୍ତୁ ୩ ବର୍ଷ ପୂର୍ବରୁ ଚାକିରି ଛାଡି ସାରିଲେଣି। ଗତ ମାସ ୨୯ରେ ରାଜୁଙ୍କ ମାଆ ନିଖୋଜ ହୋଇ ଯାଇଥିଲେ। ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଅଶ୍ଳୀଳ ଭିଡିଓରେ ତାଙ୍କ ମାଆ ପୀଡିତା ଥିବା ସେ ଦର୍ଶାଇଛନ୍ତି। ଏଚଡି ରେଭନ୍ନା ତାଙ୍କ ମାଆଙ୍କୁ ଅପହରଣ କରି ଯୌନ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଛନ୍ତି। 

Advertisment

ପ୍ରକାଶ ଥାଉକି, ରେଭାନ୍ନା ବାପ-ପୁଅଙ୍କ ବିରୁଦ୍ଧରେ ଏହିପରି ଗୋଟିଏ ପରେ ଗୋଟିଏ ଅଭିଯୋଗ ହେଉଛି। ନିକଟରେ ପ୍ରଜ୍ଜ୍ୱଳଙ୍କ କିଛି ଅଶ୍ଳିଳ ଭିଡିଓ ଓ ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହେବା ପରେ ସତ ସାମ୍ନାକୁ ଆସୁଛି। ପୂର୍ବରୁ ମଧ୍ୟ ଜଣେ ଗୃହ ସହାୟିକା ବାପ-ପୁଅଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡନର ଅଭିଯୋଗ ଆଣିଥିଲେ।

ଏସବୁ ଅଭିଯୋଗ ପରେ ପ୍ରଜ୍ଜ୍ୱଳ ଦେଶ ଛାଡି ବିଦେଶ ପଳାୟନ କରିଛନ୍ତି। ସେ ଏବେ ଜର୍ମାନୀରେ ଥିବା କୁହାଯାଉଛି। ଏସଆଇଟି ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲେ ମଧ୍ୟ ସେ ଏଯାଏ ହାଜର ହୋଇନଥାନ୍ତି। 

Viral Video HD Revanna Sex Video Scandal