Advertisment

ପୂର୍ବତନ ସାଂସଦ ପ୍ରଭୁନାଥ ସିଂହଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ

୧୯୯୫ ମସିହାରେ ଘଟିଥିବା ଏକ ଡବଲ ମର୍ଡର ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଦେଇଛନ୍ତି।

Prabhunath Singh

Prabhunath Singh

Advertisment

ରାଷ୍ଟ୍ରୀୟ ଜନତା ଦଳ (RJD)ର ପୂର୍ବତନ ସାଂସଦ ପ୍ରଭୁନାଥ ସିଂହଙ୍କୁ ଶୁକ୍ରବାର ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ୧୯୯୫ ମସିହାରେ ଘଟିଥିବା ଏକ ଡବଲ ମର୍ଡର ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଦେଇଛନ୍ତି।

Advertisment

ଏହା ସହିତ ଦୁଇ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଉଭୟ ପ୍ରଭୁନାଥ ସିଂହ ଓ ବିହାର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ। ସେହିଭଳି ଏହି ଘଟଣାରେ ଆହତ ହୋଇଥିବା ଜଣେ ମହିଳାଙ୍କୁ ୫ ଲକ୍ଷ ଟଙ୍କା ଦେବାକୁ କୋର୍ଟ କହିଛନ୍ତି।

୧୯୯୫ ମସିହାରେ ବିହାର ବିଧାନସଭା ନିର୍ବାଚନ ବେଳେ ସରଣ ଜିଲ୍ଲାର ଛାପ୍ରାରେ ଘଟିଥିଲା ଏହି ହତ୍ୟାକାଣ୍ଡ। ତାଙ୍କ ନିର୍ଦ୍ଦେଶ ପ୍ରକାରେ ଭୋଟ୍ ନେଦେବାରୁ ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ ପ୍ରଭୁନାଥ ସିଂହ। ମୃତକ ଦ୍ୱୟ ହେଉଛନ୍ତି ଦରୋଗା ରାୟ ଓ ରାଜେନ୍ଦ୍ର ରାୟ। ସେହିଭଳି ଜଣେ ମହିଳାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତେବେ ସେ ବଞ୍ଚି ଯାଇଥିଲେ।

Advertisment

ଏହି ମାମଲାରେ ବିହାରର ଏକ ତଳ କୋର୍ଟ ଆବଶ୍ୟକ ପ୍ରମାଣ ଅଭାବରୁ ୨୦୦୮ ଡିସେମ୍ବର ମାସରେ ପ୍ରଭୁନାଥ ସିଂହଙ୍କୁ ଦୋଷମୁକ୍ତ କରିଥିଲେ। ୨୦୧୨ରେ ପାଟନା ହାଇକୋର୍ଟ ମଧ୍ୟ ତଳକୋର୍ଟଙ୍କ ରାୟକୁ କାଏମ ରଖିଥିଲେ। ଏହା ପରେ ମୃତ ରାଜେନ୍ଦ୍ର ରାୟଙ୍କ ଭାଇ ସୁପ୍ରିମକୋର୍ଟ ଯାଇଥିଲେ। ମାମଲାର ବିଚାର ସୁପ୍ରିମକୋର୍ଟରେ ଚାଲିଥିବା ବେଳେ ଗତ ଅଗଷ୍ଟ ୧୮ ତାରିଖରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ପ୍ରଭୁନାଥ ସିଂହ।

ପ୍ରଭୁନାଥ ସିଂହ ବିଭିନ୍ନ ଦଳର ଟିକେଟରେ ଦୁଇ ଥର ବିଧାୟକ ଓ ୪ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଶେଷଥର ପାଇଁ ୨୦୧୩ରେ ସେ ମହାରାଜଗଞ୍ଜ ଲୋକସଭା ଆସନରୁ ଆରଜେଡି ଟିକେଟରେ ଉପନିର୍ବାଚନ ଜିତିଥିଲେ।

Supreme Court Prabhunath Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe