Advertisment

ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ମାମଲା; ଗାଡ଼ିଆରୁ ମିଳିଲା ବାଇକ୍‌, ଫୋନ୍‌ର ପତ୍ତା ମିଳୁନି

ଚିତ୍ତରଞ୍ଜନଙ୍କ ପକେଟରୁ ୧୭ଶହ ଟଙ୍କା ମିଳିଥିବା ବେଳେ ତାଙ୍କ ବାଇକ୍‌, ଚପଲ ଓ ମୋବାଇଲର ପତ୍ତା ମିଳୁ ନ ଥିଲା। ଆଜି ସକାଳେ ଗାଁର ଏକ ଗଡ଼ିଆରେ ବାଇକ୍‌ ପଡ଼ିଥିବା କିଛି ଲୋକ ଦେଖିଥିଲେ।

Murder

Murder

Advertisment

ଗତକାଲି ଭଦ୍ରକ ଜିଲ୍ଲା ବନ୍ଧଗାଁର ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରାଉତଙ୍କ ହତ୍ୟା ମାମଲା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଚିତ୍ତରଞ୍ଜନଙ୍କ ମୃତଦେହକୁ ପରିବାର ଲୋକେ ଘରଠୁ ଅଧ କିମି ଦୂରରୁ ଉଦ୍ଧାର କରିଥିବା ବେଳେ ତାଙ୍କ ବାଇକ୍‌, ଫୋନ୍‌ର ପତ୍ତା ମିଳୁ ନ ଥିଲା। ଆଜି ଗାଁର ଏକ ଗାଡ଼ିଆରୁ ଚିତ୍ତରଞ୍ଜନଙ୍କ ବାଇକ୍‌ ଉଦ୍ଧାର ହୋଇଛି।

Advertisment

ମଙ୍ଗଳବାର ରାତିରେ ଗାଁରେ ଏକ ଅଷ୍ଟମପ୍ରହରୀକୁ ଯାଇ ଆଉ ଘରକୁ ଫେରିନଥିଲେ ଚିତ୍ତରଞ୍ଜନ। ଗତକାଲି ସକାଳେ ଘରଠାରୁ କିଛି ଦୂରରେ ଥିବା ଏକ ନାଳରୁ ତାଙ୍କର ରକ୍ତାକ୍ତ ମୃତଦେହ ମିଳିଥିଲା। ମୁଣ୍ଡର ପଛ ପଟେ ଓ ଦେହରେ ଗଭୀର କ୍ଷତ ରହିଥିଲା । ଚିତ୍ତଙ୍କୁ ପଛରୁ ହାଣି କେହି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଚିତ୍ତରଞ୍ଜନଙ୍କ ପକେଟରୁ ୧୭ଶହ ଟଙ୍କା ମିଳିଥିବା ବେଳେ ତାଙ୍କ ବାଇକ୍‌, ଚପଲ ଓ ମୋବାଇଲର ପତ୍ତା ମିଳୁ ନ ଥିଲା। ଆଜି ସକାଳେ ଗାଁର ଏକ ଗଡ଼ିଆରେ ବାଇକ୍‌ ପଡ଼ିଥିବା କିଛି ଲୋକ ଦେଖିଥିଲେ। ଏନେଇ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ ।

Advertisment

ପୁଲିସ୍‌ ପହଞ୍ଚି ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଗାଡ଼ିଆ ଏକ ବାଇକ୍‌ ଉଦ୍ଧାର କରିଛି। ତାହା ଚିତ୍ତରଞ୍ଜନଙ୍କ ବାଇକ୍‌ ବୋଲି ପରିବାର ଲୋକେ ଓ ଗ୍ରାମବାସୀ ଚିହ୍ନଟ କରିଛନ୍ତି। ଏଥିସହ ଗାଡ଼ିଆରୁ ଗୋଟିଏ ଚପଲ ମିଳିଥିବା ବେଳେ ତାହା ତାଙ୍କର କି ନୁହେଁ ତାହା ଜଣାପଡ଼ିନି।

ଚିତ୍ତରଞ୍ଜନଙ୍କ ମୃତଦେହକୁ ଗତକାଲି ସକାଳେ ପରିବାର ଲୋକେ ଦେଖିଥିବା ବେଳେ ତାଙ୍କ ମୋବାଇଲ ମିଳି ନ ଥିଲା। ଗ୍ରାମାଞ୍ଚଳ ଥାନା ପୁଲିସ୍‌ ଏହାକୁ ଟ୍ରାକ୍‌ କରିବାରୁ ଚରମ୍ପାର ବରାଳ ପୋଖରୀ ନିକଟରେ ଫୋନ୍‌ର ଲାଷ୍ଟ ଲୋକେସନ ଜଣାପଡ଼ିଥିଲା।

ଚିତ୍ତରଞ୍ଜନଙ୍କର ସ୍ଥାନୀୟ ଅଞ୍ଚଳରେ ଦବଦବା ଥିବା ବେଳେ କୌଣସି ରାଜନୈତିକ ଶତ୍ରୁତା ନ ଥିବା ଗ୍ରାମବାସୀ କହିଛନ୍ତି। ତେଣୁ ତାଙ୍କ ହତ୍ୟାକାଣ୍ଡ ପଛର କାରଣ କ’ଣ ଓ ଏଥିରେ କିଏ କିଏ ସାମିଲ ଅଛନ୍ତି ସେ ନେଇ ତନାଘନା ଚଳାଇଛି ପୁଲିସ୍‌। ଚିତ୍ତରଞ୍ଜନଙ୍କ ଅଚାନକ ମୃତ୍ୟୁ ଯୋଗୁ ପରିବାର ଲୋକଙ୍କୁ ଶକ୍ତ ଧକ୍କା ଲାଗିଥିବା ବେଳେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସେମାନେ ଦାବି କରୁଛନ୍ତି।

Murder Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe