Advertisment

ନିର୍ବାଚନରେ ହେରଫେର ମାମଲା; ଟ୍ରମ୍ପ ଗିରଫ, ୨୦ ମିନିଟ୍‌ରେ ମୁକୁଳିଲେ

ଆଟଲାଣ୍ଟାର ଫ୍ଲୁଟୋନ କାଉଣ୍ଟି ଜେଲ୍‌ରେ ଆତ୍ମସମର୍ପଣ କରିବାକୁ ଟ୍ରମ୍ପ ପହଞ୍ଚିବା ବେଳକୁ ତାଙ୍କୁ ଦେଖିବାକୁ ଜେଲ୍‌ ବାହାରେ ଅସମ୍ଭବ ଭିଡ଼ ହୋଇଥିଲା। ।

ଅଦ୍ୟତନ ହୋଇଛି
‌Donald Trump

‌Donald Trump

Advertisment

ନିର୍ବାଚନରେ ହେରଫେର ମାମଲାରେ ଆତ୍ମସମର୍ପଣ କଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଗିରଫଦାରୀର ମାତ୍ର ୨୦ ମିନିଟ୍‌ ପରେ ଟ୍ରମ୍ପଙ୍କୁ ଜାମିନ ମିଳି ଯାଇଥିବା ଜଣାଯାଇଛି।

Advertisment

ଆଟଲାଣ୍ଟାର ଫ୍ଲୁଟୋନ କାଉଣ୍ଟି ଜେଲ୍‌ରେ ଆତ୍ମସମର୍ପଣ କରିବାକୁ ଟ୍ରମ୍ପ ପହଞ୍ଚିବା ବେଳକୁ ତାଙ୍କୁ ଦେଖିବାକୁ ଜେଲ୍‌ ବାହାରେ ଅସମ୍ଭବ ଭିଡ଼ ହୋଇଥିଲା। । ଏଥିନିମନ୍ତେ ଜେଲ୍ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପରେ ଔପଚାରିକତା ଦୃଷ୍ଟିରୁ ଟ୍ରମ୍ପଙ୍କୁ ଗିରଫ କରିଥିଲା ପୁଲିସ। ଏହାପରେ ଜେଲ୍‌ର ନିୟନ ଅନୁଯାୟୀ ତାଙ୍କର ମଗଶଟ୍‌ ଫଟୋଗ୍ରାଫି ନିଆଯାଇଥିଲା। ଫଳରେ ଟ୍ରମ୍ପ ଆମେରିକାର ପ୍ରଥମ ପୂର୍ବତନ ରାଷ୍ଟ୍ରପତି ଯାହାର ମଗଶଟ୍‌ ଫଟୋଗ୍ରାଫି ନିଆଯାଇଛି।

ଟ୍ରମ୍ପଙ୍କ ମଗଶଟ୍‌ ଫଟୋଗ୍ରାଫିରେ ତାଙ୍କ କଏଦୀ ନଂ- P01135809 ବୋଲି ଉଲ୍ଲେଖ ହୋଇଥିଲା। ସେଥିରେ ଟ୍ରମ୍ପଙ୍କ ଉଚ୍ଚତା ୬ ଫୁଟ ୩ ଇଞ୍ଚ ଓ ଓଜନ ୯୭ କେଜି ଏବଂ ଚୁଟି ଷ୍ଟ୍ରବେରୀ ରଙ୍ଗର ବୋଲି ଉଲ୍ଲେଖ ଅଛି ।

Advertisment

ତେବେ କିଛି ସମୟ ପରେ ଟ୍ରମ୍ପ ଜାମିନରେ ବାହାରିଥିବା ବେଳେ କଡ଼ା ସୁରକ୍ଷାରେ ଆଟଲାଣ୍ଟା ଏୟାରପୋର୍ଟ ଅଭିମୁଖେ ଚାଲି ଯାଇଥିଲେ। ଟ୍ରମ୍ଫଙ୍କ ସମର୍ଥକମାନେ ହାତରେ ତାଙ୍କ ବ୍ୟାନର ଧରି ବହୁ ସଂଖ୍ୟା ଜେଲ୍‌ ବାହାରେ ରୁଣ୍ଡ ହୋଇଥିଲେ। ସମେନାଙ୍କ ମଧ୍ୟରେ ଜର୍ଜିଆର ଲୋକପ୍ରତିନିଧୀ ବି ସାମିଲ ଥିବା ଦେଖିବାକୁ ମିଳିଥିଲା। ଯିଏ କି ଟ୍ରମ୍ପଙ୍କ ଖୁବ୍‌ ବିଶ୍ୱସ୍ତ ଭାବେ ପରିଚିତ ।

ଜର୍ଜିଆ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ପାଇଁ ଯୋଜନା କରିବା ନେଇ ଟ୍ରମ୍ପଙ୍କ ସହ ଅନ୍ୟ ୧୮ ଜଣଙ୍କ ବିରୋଧରେ ଆସିଥିଲା ଅଭିଯୋଗ। ଗତ ସପ୍ତାହରେ ଏ ଅଭିଯୋଗ ଆସିବା ପରେ ନିଜେ ସରେଣ୍ଡର କରିବେ ବୋଲି ଟ୍ୱିଟ କରି ଟ୍ରମ୍ପ ସୂଚନା ଦେଇଥିଲେ। । ଏହାପରେ ଗତକାଲି ସେ ଆତ୍ମସମର୍ପଣ କରିଥିଲେ।

ସୂଚନାଯୋଗ୍ୟ, ଗତ ୨୦୨୦ ମସିହା ନଭେମ୍ବରରେ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକାର ନିର୍ବାଚନରେ ଟ୍ରମ୍ପ ରାଷ୍ଟ୍ରପତି ପଦ ହରାଇଥିଲେ । ମାତ୍ର ସେ ନିଜ ହାର୍‌ ସ୍ୱୀକାର କରିବାକୁ ପ୍ରସ୍ତୁତ ନ ଥିଲେ। ଏପରିକି ସମଗ୍ର ଦେଶରେ ସେ ଜିତିଥିବା ନେଇ ମିଥ୍ୟା ପ୍ରଚାର କରାଇଲେ। ଏହାପରେ ୨୦୨୧ ଜାନୁୟାରୀରେ ଆମେରିକାର ରାଜଧାନୀରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଟ୍ରମ୍ପଙ୍କ ସମର୍ଥକ ହ୍ୱାଇଟ ହାଉସ୍‌ରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏପରିକି ନିର୍ବାଚନ ଅଧିକାରୀଙ୍କୁ ବି ଆକ୍ରମଣ କରିବାକୁ ପଛାଇ ନ ଥିଲେ।

ଫଳରେ ନିର୍ବାଚନ ରେଜଲ୍ଟକୁ ଓଲଟପାଲଟ କରିବାରେ ଟ୍ରମ୍ପଙ୍କ ହାତ ଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଏକ ୪୫ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ ହୋଇଥିଲା। ଏଥିରେ ଟ୍ରମ୍ପଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ହୋଇଥିଲା। ଦେଶରେ ଅଶାନ୍ତିର ବାତାବରଣ ସୃଷ୍ଟି କରିବା ସହ ସାଧାରଣ ଲୋକଙ୍କୁ ଉସୁକାଇବା ଓ ମତଦାନ ପ୍ରକ୍ରିୟା ଉପରେ ଲୋକଙ୍କ ବିଶ୍ୱାସ କମାଇବା ପରି ଅଭିଯୋଗ ହୋଇଥିଲା। କ୍ଷମତା ଅକ୍ତିଆର କରି ରଖିବାକୁ ଟ୍ରମ୍ପ ଏପରି ଷଡଯନ୍ତ୍ର ରଚିଥିବା ଅଭିଯୋଗ ହୋଇଥିଲା।

ଟ୍ରମ୍ପ ଓ ତାଙ୍କ ସମର୍ଥକ ଏହାକୁ ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିଛନ୍ତି। କାରଣ ଏବେ ଟ୍ରମ୍ପ ନିଜ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ରେସ୍‌ରେ ଥିବା ବେଳେ ତାଙ୍କ ନାମରେ ଏପରି ଅଭିଯୋଗ ଆଣି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଥିବା କୁହାଯାଉଛି।

USA Donald Trump Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe