Advertisment

ହଷ୍ଟେଲ ରୁମରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ମୁହଁରେ ଲାଗିଛି ମେକଅପ୍, ପିନ୍ଧିଛନ୍ତି ଶାଢୀ

ମୃତ ଛାତ୍ର B.Sc. ଦ୍ୱିତୀୟ ବର୍ଷରେ ପଢୁଥିଲେ।

Dead body

Dead body

Advertisment

ମଧ୍ୟପ୍ରଦେଶ ଇନ୍ଦୋରର ଏକ ହଷ୍ଟେଲ ରୁମରୁ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ଆଶ୍ଚର୍ଯକର କଥା ହେଉଛି କି, ଛାତ୍ରଙ୍କ ଶରୀରରେ ଶାଢୀ ଗୋଡା ଯାଇଥିବା ସହ ମୁହଁରେ ମେକଅପ୍ ଲାଗିଛି। ଆତ୍ମହତ୍ୟା ନା ହତ୍ୟା ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।

Advertisment

ସୂଚନା ଅନୁସାରେ, ମୃତ ଛାତ୍ର ହେଉଛନ୍ତି ୨୧ ବର୍ଷୀୟ ପୁନୀତ ଦୁବେ। ସେ ଇନ୍ଦୋରର ରଞ୍ଜିତ ସିଂହ କଲେଜରେ B.Sc. ଦ୍ୱିତୀୟ ବର୍ଷରେ ପଢୁଥିଲେ। ମୃତ୍ୟୁର ତିନି ଦିନ ପରେ ପୂରା ଘଟଣା ସାମ୍ନାକୁ ଆସିଛି। 

ପୁନୀତଙ୍କ ବାପା କହିଛନ୍ତି ଯେ, ସେ ପ୍ରତିଦିନ ରାତିରେ ଘରକୁ କଲ୍ କରନ୍ତି। ସକାଳ 9ଟାରୁ ରାତି 9 ପର୍ଯନ୍ତ କୋଚିଂ ସେଣ୍ଟରରେ ରହୁଥିବାରୁ ତାଙ୍କ ସହ କଥା ହୋଇହୁଏନି। ରାତିରେ ସେ ଘରକୁ କଲ୍ କରି କଥା ହୁଅନ୍ତି। କିନ୍ତୁ ଗୁରୁବାରଠାରୁ ତାଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ।

Advertisment

ଶୁକ୍ରବାର ତାଙ୍କ ଫୋନ୍ ସ୍ୱିଚ୍ ଅଫ୍ ଥିଲା। ଫଳରେ ତାଙ୍କର କିଛି ସମ୍ପର୍କୀୟ ଏବଂ ସାଙ୍ଗଙ୍କୁ ଯୋଗାଯୋଗ କରିଥିଲୁ। ସେମାନେ ରୁମରେ ପହଞ୍ଚି ଭିତର ପଟୁ କବାଟ ବନ୍ଦ ହୋଇଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି କବାଟ ଭାଙ୍ଗିବା ପରେ ଝୁଲନ୍ତା ଅବସ୍ଥାରେ ପାଇଥିଲା। କିନ୍ତୁ ରୁମରେ ରକ୍ତ ଏବଂ ମୃତଦେହରେ ଶାଢୀ ଗୋଡାଯିବା ସହ ମେକଅପ୍ ଲାଗିଥିବାରୁ ପୁଲିସର ସନ୍ଦେହ ବଢିଛି।

ଆତ୍ମହତ୍ୟା ଓ ହତ୍ୟା ଦିଗରୁ ତଦନ୍ତ ଆରମ୍ଭ କରିଛି ପୁଲିସ। ଏଥିସହ ତାଙ୍କ ରୁମମେଟଙ୍କୁ ମଧ୍ୟ ପଚରାଉଚରା କରିଛି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଦାବି କରିଛନ୍ତି ପୁନୀତଙ୍କ ବାପା।  

Murder Suicide Crime Student Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe