Advertisment

ଏମ୍‌କେସିଜିରେ ଡାକ୍ତରୀ ଛାତ୍ରଙ୍କୁ ମାଡ଼ ଘଟଣାରେ ୪ ଡାକ୍ତର ବହିଷ୍କୃତ

ସମସ୍ତଙ୍କୁ ଦୁଇ ଦିନ ମଧ୍ୟରେ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

MKCG

MKCG

Advertisment

ବ୍ରହ୍ମପୁର MKCG ମେଡିକାଲ କଲେଜର ପିଜି ହଷ୍ଟେଲରେ ଡାକ୍ତରୀ ଛାତ୍ରଙ୍କୁ ମାଡ଼ ଘଟଣାରେ ୪ ଜଣ ଡାକ୍ତରଙ୍କୁ ବହିଷ୍କାର କରାଯାଇଛି। ଏମକେସିଜି ମେଡିକାଲ କଲେଜ ଡିନ୍ ଓ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଆଜି ନିର୍ଦ୍ଦେଶ ଜାରି କରାଯାଇଛି।

Advertisment

ବହିଷ୍କୃତ ୪ ଡାକ୍ତର ହେଉଛନ୍ତି- ଅସ୍ଥିଶଲ୍ୟ ବିଭାଗର ଚୁକ୍ତିଭିତ୍ତିକ ସହକାରୀ ପ୍ରଫେସର ଡାକ୍ତର ପୁରୁଷୋତ୍ତମ ସ୍ୱାଇଁ, ଅସ୍ଥିଶଲ୍ୟ ବିଭାଗର ଚୁକ୍ତିଭିତ୍ତିକ ସିନିୟର ରେସିଡେଣ୍ଟ ଡାକ୍ତର ଆର୍ଯ୍ୟନ କୁମାର ମହାନ୍ତି ଓ ଡାକ୍ତର ଚିନ୍ମୟ ପ୍ରଧାନ ଏବଂ ଜେନେରାଲ ସର୍ଜରୀ ବିଭାଗର ପୋଷ୍ଟ ପିଜି ସିନିୟର ରେସିଡେଣ୍ଟ ଡାକ୍ତର ଯଶବନ୍ତ ବୀର।

ଏହା ସହିତ ଅସ୍ଥିଶଲ୍ୟ ବିଭାଗର ଦ୍ୱିତୀୟ ବର୍ଷ ପିଜି ରେସିଡେଣ୍ଟ ଡାକ୍ତର ପ୍ରିୟଜୀତ ସାହୁଙ୍କ ଉପରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କୁ ୬ ମାସ ପାଇଁ ହଷ୍ଟେଲରୁ ବାହାରିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦୁଇ ଦିନ ଭିତରେ ଏହି ୫ ଡାକ୍ତରଙ୍କୁ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଗତ ୨୩ ତାରିଖରେ ମେଡିକାଲ କଲେଜ କାଉନସିଲର ବୈଠକରେ ହୋଇଥିବା ନିଷ୍ପତ୍ତି ଓ ଓଡ଼ିଶା ଡିଏମ୍‌ଇଟିଙ୍କ ନିର୍ଦ୍ଦେଶକ୍ରମେ ଏହି ୫ ଡାକ୍ତରଙ୍କ ବିରୋଧରେ ଏହିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଡିନ୍ ସୁଚିତ୍ରା ଦାଶ ସୂଚନା ଦେଇଛନ୍ତି।

ଗତ ୨୦ ତାରିଖରେ ଏମ୍‌କେସିଜି ମେଡିକାଲ କଲେଜର ୩ ନମ୍ବର ହଷ୍ଟେଲରେ ପିଜି ଛାତ୍ରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଉପରୋକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

MKCG
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe