Advertisment

ଚଢ଼ାଉ କରିବାକୁ ଯାଇଥିଲେ, ଅବକାରୀ କର୍ମଚାରୀଙ୍କୁ ଖଣ୍ଡା,ଭୁଜାଲିରେ ଆକ୍ରମଣ କଲେ

ଡାଳୁଆ ଜଙ୍ଗଲରେ ଦେଶୀ ମଦ କାରବାର ଚାଲିଥିବା ଆଠଗଡ଼ ଅବକାରୀ କର୍ମଚାରୀମାନେ କୌଣସି ସୂତ୍ରରୁ ଖବର ପାଇଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Attack

Attack

ମଦ ମାଫିଆଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଅବକାରୀ କର୍ମଚାରୀ। ଚଢ଼ାଉ କରିବାକୁ ଯାଇଥିବା ଅବକାରୀ କର୍ମଚାରୀଙ୍କୁ ଖଣ୍ଡା ଓ ଭୁଜାଲିରେ ଗୋଡ଼ାଇ ଗୋଡ଼ାଇ ହାଣିଲେ। ଏହାସହ ସେମାନଙ୍କ ଗାଡ଼ିକୁ ଭାଙ୍ଗି ଚୁରାମାର କରିଦେଲେ। ଘଟଣା ଘଟିଛି କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳୁଆ ଜଙ୍ଗଲରେ।

Advertisment

ଡାଳୁଆ ଜଙ୍ଗଲରେ ଦେଶୀ ମଦ କାରବାର ଚାଲିଥିବା ଆଠଗଡ଼ ଅବକାରୀ କର୍ମଚାରୀମାନେ କୌଣସି ସୂତ୍ରରୁ ଖବର ପାଇଥିଲେ। ଆଜି ସକାଳେ କଟକ ଅବକାରୀ କର୍ମଚାରୀ ଓ ଆଠଗଡ଼ କର୍ମଚାରୀ ମିଳିତ ଭାବେ ୫ଟି ଗାଡ଼ିରେ ଡାଳୁଆ ଜଙ୍ଗଲରେ ଚଢ଼ାଉ କରିବାକୁ ଯାଇଥିଲେ। ଜଙ୍ଗଲରେ ଭିତରକୁ ଗାଡ଼ି ଯାଇ ନପାରିବାରୁ ଗାଡ଼ି ରଖିଦେଇ କିଛି ବନ କର୍ମଚାରୀ ଜଙ୍ଗଲକୁ ଯାଇଥିବା ବେଳେ ଆଉ କିଛି ବନ କର୍ମଚାରୀ ଗାଡ଼ି ପାଖରେ ରହି ମଦ ମାଫିଆଙ୍କ ଗତିବଧିକୁ ଲକ୍ଷ୍ୟ ରଖିଥିଲେ।

ଏହି ସମୟରେ କିଛି ମଦ ମାଫିଆ ଆସି ଗାଡ଼ି ପାଖରେ ଥିବା ଅବକାରୀ କର୍ମଚାରୀଙ୍କୁ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଥିଲେ। ଅବକାରୀ କର୍ମଚାରୀ ମାନେ ଜୀବନ ବିକଳରେ ଏକ ଗାଡ଼ିରେ ସେଠାରୁ ପଳାଇ ଆସିଥିଲେ। ମଦମାଫିଆଙ୍କ ଆକ୍ରମଣରେ ୪ଜଣ ଅବକାରୀ କର୍ମଚାରୀ ଆହତ ହୋଇଥିଲେ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଯାଇ ଅନ୍ୟ ବନ କର୍ମଚାରୀଙ୍କୁ ଉଦ୍ଧାର କରିଛି।

Advertisment
Odisha Police Cuttack