Advertisment

ରାଉରକେଲା NITରୁ ୪ ନକଲି ପରୀକ୍ଷାର୍ଥୀ ଗିରଫ

ଅଭିଯୁକ୍ତମାନେ ହରିୟାଣାର ବୋଲି ପୁଲିସ୍ ସୂଚନା ଦେଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Accused

Accused

ରାଉରକେଲା ସ୍ଥିତ NITରେ ଜୁନିଅର ଆସିଷ୍ଟାଣ୍ଟ ନିଯୁକ୍ତି ପାଇଁ ପରୀକ୍ଷା ଚାଲୁଥିବା ବେଳେ ଧରାପଡ଼ିଲେ ୪ ନକଲି ପରୀକ୍ଷାର୍ଥୀ। ଏହି ଚାରି ଅଭିଯୁକ୍ତ ହେଉଛନ୍ତି- ପୁନିତ ସିଂହ, ଗୌରବ ଚୌହାନ, ମନିଷ କୁମାର ଏବଂ ସୁନୀଲ। ଏମାନେ ହରିୟାଣା ରାଜ୍ୟର।

Advertisment

ଗତକାଲି ପରୀକ୍ଷା ଚାଲିଥିବା ବେଳେ ଏହି ୪ଜଣଙ୍କୁ ସନ୍ଦେହ କରି NIT କର୍ତ୍ତୃପକ୍ଷ ଅଟକ ରଖିଥିଲେ। ପରେ NIT କର୍ତ୍ତୃପକ୍ଷ ଏନେଇ ସେକ୍ଟର-୩ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇବା ପରେ ପୁଲିସ୍ ୪ ଅଭିଯୁକ୍ତଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରିବା ପରେ ଆଜି ଗିରଫ କରିଛି। ତେବେ ସେମାନେ କେଉଁ ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ଦେବାକୁ ଆସିଥିଲେ, ବଦଳ ପରୀକ୍ଷାର୍ଥୀ ହେବା ପାଇଁ ସେମାନଙ୍କୁ କେତେ ଟଙ୍କା ମିଳିଥିଲା, ସେ ନେଇ ପୁଲିସ କିଛି କହି ନାହିଁ। ଏ ସବୁ ଦିଗରେ ତଦନ୍ତ ଜାରି ରହିଛି ବୋଲି ରାଉରକେଲା ଡିଏସ୍‌ପି ପୁଷ୍ପାଞ୍ଜଳି ଲିଙ୍ଗି କହିଛନ୍ତି।

Advertisment
NIT