Advertisment

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼, ୪ ଗୁରୁତର

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ୪ ଗୁରୁତରଙ୍କୁ ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
Ambulance

Ambulance

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା କେଶରା ଗାଁରେ କିଛି ଲୋକଙ୍କ ବୋମାମାଡ଼ରେ ୪ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଉଛନ୍ତି କେଶରା ଗାଁର ଲକ୍ଷ୍ମଣ ନାହାକ, ସୁରେଶ ପାଣିଗ୍ରାହୀ, କୃଷ୍ଣ ନାହାକ ଓ ପ୍ରସନ ଗୌଡ଼।

Advertisment

ସୂଚନା ମୁତାବକ, ଏହି ୪ ଜଣଙ୍କ ସମେତ ମୋଟ ୫ ଜଣ ବ୍ୟକ୍ତି ସୋରଡ଼ାରେ କାମ ସାରି ୩ଟି ବାଇକ୍‌ରେ ନିଜ ନିଜ ଘରକୁ ଫେରିବା ବେଳେ କିଛି ଲୋକ ପୂର୍ବ ଯୋଜନା ଅନୁଯାୟୀ କେଶରା ଗାଁର କାଳି ମନ୍ଦିର ପାଖରେ ଛକି ରହିଥିଲେ। ସେମାନେ ବାଇକ୍‌ରେ ଆସୁଥିବା ୫ ଜଣ ବ୍ୟକ୍ତିଙ୍କ ଉପରକୁ ପ୍ରଥମେ ତିନିଟି ବୋମା ପକାଇଥିଲେ। ବୋମାମାଡ଼ ପରେ ୫ ଜଣ ଯାକ ବାଇକରୁ ଖସି ପଡ଼ିବା ପରେ ମାରଣାସ୍ତ୍ରରେ ସେମାନଙ୍କ ଉପରେ କରିଥିଲେ ଆକ୍ରମଣ। ଫଳରେ ସେମାନେ ଲହୁଲୁହାଣ ହୋଇଯାଇଥିଲେ। 

ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ୪ ଗୁରୁତରଙ୍କୁ ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି। ପୁଲିସ୍ ଘଟଣାର ତଦନ୍ତ କରୁଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ଆକ୍ରମଣକାରୀଙ୍କ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ତେବେ କୌଣସି ପ୍ରକାର ପୂର୍ବ ଶତ୍ରୁତାରୁ ସେମାନେ ଏହି ଆକ୍ରମଣ କରିଥିବା କୁହାଯାଉଛି। 

Advertisment

ଭଞ୍ଜନଗରରୁ ରାଜେଶ କୁମାର ପଣ୍ଡାଙ୍କ ରିପୋର୍ଟ

Bomb Attack