Advertisment

୪ ଚୋର ଗିରଫ, ୧୩୦ ଗ୍ୟାସ୍ ସିଲିଣ୍ଡର ଜବତ

ଗତ ୧୩ ତାରିଖରେ ସାଉନ୍ତପୁର ଭାରତ ଗ୍ୟାସ ଗୋଦାମରୁ ୫୧ଟି ଖାଲି ସିଲିଣ୍ଡର ଚୋରି ହୋଇଥିବା ନେଇ ପୁଇଁତଳା ଥାନାରେ ଅଭିଯୋଗ ହୋଇଥିଲା।

author-image
Jitendra Garnayak
Bolangir SDPO

Bolangir SDPO

ବଲାଙ୍ଗିର ଜିଲ୍ଲା ପୁଇଁତଳା ପୁଲିସକୁ ମିଳିଛି ବଡ଼ ସଫଳତା। ଗ୍ୟାସ ସିଲିଣ୍ଡର ଚୋରି କରୁଥିବା ଏକ ଗ୍ୟାଙ୍ଗର ୪ ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ୧୫୦ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି। ସେଥିରୁ ୪୫ଟିରେ ଗ୍ୟାସ ଭର୍ତ୍ତି ହୋଇଛି।

Advertisment

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, ଦେଓଗାଁ ଥାନା ସାହାଜବାହାଲ ଗାଁର ପ୍ରେମରାଜ ପୁରୋହିତ, ପୁଇଁତଲା ଥାନା ବୁବେଳ ଗାଁର ସତ୍ୟନାରାୟଣ ନାଏକ, ରଣ୍ଡା ଗାଁର ଟୁନୁ ନନ୍ଦ ଓ ବଲାଙ୍ଗିର ଟାଉନ ଥାନା ଇନ୍ଦିରା ନଗର ପଡ଼ାର କ୍ଷମାସାଗର ଭୁଏ।

ଗତ ୧୩ ତାରିଖରେ ସାଉନ୍ତପୁର ଭାରତ ଗ୍ୟାସ ଗୋଦାମରୁ ୫୧ଟି ଖାଲି ସିଲିଣ୍ଡର ଚୋରି ହୋଇଥିବା ନେଇ ପୁଇଁତଳା ଥାନାରେ ଅଭିଯୋଗ ହୋଇଥିଲା। ଘଟଣାର ତଦନ୍ତ କରି ପୁଲିସ ଏହି ୪ ଜଣଙ୍କୁ ଗିରଫ କରିଛନ୍ତି। ସେମାନଙ୍କଠାରୁ ଗୋଟିଏ ଟାଟା ଏସି ସହିତ ୫୧ଟି ଖାଲି ସିଲିଣ୍ଡର ଜବତ କରିଥିଲା ପୁଲିସ।

Advertisment

ବଲାଙ୍ଗିର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ କହିଛନ୍ତି, ଗତ ବର୍ଷକ ମଧ୍ୟରେ ଏହି ଅଭିଯୁକ୍ତମାନେ ଏହିଭଳି ୪ଟି ମାମଲାରେ ସଂପୃକ୍ତ ଅଛନ୍ତି। ଦୁଇଟି ମାମଲା ପୁଇଁତଲା ଥାନା ଅଧୀନରେ ଘଟିଥିବା ବେଳେ ଆଉ ଦୁଇଟି ବଲାଙ୍ଗିର ସଦର ଥାନା ଅଞ୍ଚଳର। ଗ୍ୟାସ ଭର୍ତ୍ତି ସିଲିଣ୍ଡର ଚୋରି କରି ସେମାନେ ଯେଉଁମାନଙ୍କର ଖାଲି ସିଲିଣ୍ଡର ଥିଲା, ସେମାନଙ୍କ ସହିତ ବଦଳାଇ ଦେଉଥିଲେ। ଗିରଫ ଅଭିଯୁକ୍ତ ସତ୍ୟନାରାୟଣ ନାଏକ ଇଣ୍ଡେନ ଗ୍ୟାସର ଏକ ଗୋଦାମରେ ମ୍ୟାନେଜର ଭାବେ କାମ କରୁଥିଲେ। ସେ ଅନ୍ୟ ଅଭିଯୁକ୍ତମାନଙ୍କଠାରୁ ଗ୍ୟାସ ଭର୍ତ୍ତି ସିଲିଣ୍ଡର ନେଇ ବଦଳାଇ ଦେଉଥିଲେ।

Gas Cylinder