Advertisment

ଗଞ୍ଜେଇ ବେପାରୀଙ୍କୁ କରୁଥିଲେ ସହଯୋଗ: ଜଣେ ଏଏସ୍‌ଆଇ ସମେତ ୪ ପୁଲିସ୍ କର୍ମଚାରୀ ନିଲମ୍ବିତ

ଗଞ୍ଜେଇ ଚାଲାଣ ସହିତ ଏହି ଅସାଧୁ କର୍ମଚାରୀମାନେ ସଂପୃକ୍ତ ଥିବା ନେଇ ଅନେକ ଥର ଅଭିଯୋଗ ହୋଇଥିଲା।

author-image
Jitendra Garnayak
Kishorenagar Police Station

Kishorenagar Police Station

ଗଞ୍ଜେଇ କାରବାରରେ ସଂପୃକ୍ତି ନେଇ ଅନୁଗୋଳ ଜିଲ୍ଲାରେ କାର୍ଯ୍ୟରତ ୪ ଜଣ ପୁଲିସ୍ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ସେମାନେ ହେଉଛନ୍ତି ଜିଲ୍ଲାର  କିଶୋରନଗର ଥାନାରେ କାର୍ଯ୍ୟରତ ASI ଜିତେନ୍ଦ୍ର ସାମନ୍ତ ସିଂହାର, କନଷ୍ଟେବଲ ମନୋଜ ନାୟକ, ଲିଙ୍ଗରାଜ ମୁଦୁଲି ଓ ଜିଲ୍ଲା ପୁଲିସ ମୁଖ୍ୟାଳୟର ଡ୍ରାଇଭର ଅଜିତ୍ ସାହୁ। ସେମାନଙ୍କୁ ନିଲମ୍ବିତ କରିଛନ୍ତି ଡିଆଇଜି ଉମାଶଙ୍କର ଦାସ।

Advertisment

ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାରୁ ଅନେକ ସମୟରେ ଗଞ୍ଜେଇ ଚାଲାଣ ବେଳେ ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ରାସ୍ତାକୁ ବେପାରୀମାନେ ବ୍ୟବହାର କରିଥା’ନ୍ତି। ତେବେ ଜିଲ୍ଲା ସୀମାନ୍ତ ଅଞ୍ଚଳ ଅତିକ୍ରମ କରିବା ବେଳେ ସୀମାନ୍ତ ଥାନାର କିଛି କର୍ମଚାରୀଙ୍କୁ ହାତ କରି ଗଞ୍ଜେଇ ବେପାରୀମାନେ ସୁବିଧାରେ ଗଞ୍ଜେଇ ଚାଲାଣ କରୁଥିବା ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା। ଏମିତିକି ଏହି ୪ ଜଣ ପୁଲିସ୍ କର୍ମଚାରୀଙ୍କ ନାଁରେ ମଧ୍ୟ ଅଭିଯୋଗ ହୋଇଥିଲା। 

ଅନେକ ଥର ଏମିତି ଅଭିଯୋଗ ହେବା ପରେ ଡିଆଇଜି ଉମାଶଙ୍କର ଦାସ ଏହି ଅସାଧୁ କର୍ମଚାରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।ଆଉ ପ୍ରମାଣ ପାଇବା ପରେ ଏହି ୪ ଜଣଙ୍କୁ ସସପେଣ୍ଡ କରାଯାଇଛି। 

Advertisment
Odisha Police Police