Advertisment

ସବ୍‌-ଇନ୍ସପେକ୍ଟର ସାଜିଲେ ସଇତାନ; ୪ ବର୍ଷୀୟା ଶିଶୁକୁ ବଳାତ୍କାର କରି ଖାଇଲେ ଛେଚା

ଜଣେ ୪ ବର୍ଷୀୟା ଦଳିତ ନାବାଳିକା ଉପରେ ଲୋଲୁପ ଦୃଷ୍ଟି ପକାଇଲେ ପୁଲିସ୍‌ ଅଧିକାରୀ। ଆଉ ଏକୁଟିଆ ପାଇ ତାର ବଳାତ୍କାର ବି କଲେ।

author-image
Niharika Rout
undefined

Stop Rape

ଲୋକଙ୍କୁ ସୁରକ୍ଷା ଯୋଗାଇବା ପୁଲିସ୍‌ର ପ୍ରଥମ ପ୍ରାଥମିକତା। ମାତ୍ର ପୁଲିସ୍‌ ବର୍ଦ୍ଦିରେ ଲାଗିଲା କଳଙ୍କ । ଜଣେ ୪ ବର୍ଷୀୟା ଦଳିତ ନାବାଳିକା ଉପରେ ଲୋଲୁପ ଦୃଷ୍ଟି ପକାଇଲେ ପୁଲିସ୍‌ ଅଧିକାରୀ। ଆଉ ଏକୁଟିଆ ପାଇ ତାର ବଳାତ୍କାର ବି କଲେ। ଏପରି ଏକ ଅଭାବନୀୟ ଘଟଣା ରାଜସ୍ଥାନର ଦଉସା ଅଞ୍ଚଳରେ ଘଟିଛି।

Advertisment

ଏହି ଘଟଣା ପ୍ରଚାରିତ ହେବା ପରେ ଉତ୍ତ୍ୟକ୍ତ ଲୋକେ ଥାନା ଘେରାଉ କରିବା ସହ ସମ୍ପୃକ୍ତ ସବ୍‌- ଇନ୍ସପେକ୍ଟରଙ୍କୁ ନିର୍ଧୂମ ଛେଚିଛନ୍ତି। ଏହାପରେ ପୁଲିସ୍ ପହଞ୍ଚି ତାଙ୍କୁ ବାନ୍ଧିଛି । ଗିରଫ ସବ୍‌-ଇନ୍ସପେକ୍ଟରଜଣକ ହେଲେ ଭୂପେନ୍ଦ୍ରର ସିଂ ।

ଅଭିଯୋଗ ଅନୁଯାୟୀ, ସବ୍‌-ଇନ୍ସପେକ୍ଟରଜଣକ ଭୂପେନ୍ଦ୍ରର ସିଂ ସମ୍ପୃକ୍ତା ନାବାଳିକାକୁ ନିଜ ରୁମ୍‌କୁ ଡାକି ନେଇଥିଲେ। ଏହାପରେ ସେ ସେଠାରେ ଛୁଆଟିର ବଳାତ୍କାର କରିଥିଲେ। ଏନେଇ ଛୁଆଟି କାନ୍ଦି କାନ୍ଦି ପରିବାର ଆଗରେ କହିବା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ।

Advertisment

ଖବର ପ୍ରଚାରିତ ହେବା ପରେ ଶହ ଶହ ଉତ୍ତ୍ୟକ୍ତ ଲୋକେ ରାହୁୱାସ ପୁଲିସ୍‌ ଷ୍ଟେଶନ ଘେରାଉ କରିଥିଲେ। ସେମାନେ ଉକ୍ତ ସବ୍‌-ଇନ୍ସପେକ୍ଟରଙ୍କୁ କାବୁ କରି ନିର୍ଧୂମ ଛେଚିବା ପରେ ପୁଲିସ୍‌ ତାଙ୍କୁ ମୁକୁଳାଇବା ସହ ବାନ୍ଧିଛି। ପୀଡ଼ିତାଙ୍କ ମେଡିକାଲ ଟେଷ୍ଟ କରାଯିବା ସହ ତାଙ୍କ ବୟାନ ରେକର୍ଡ କରାଯାଇଛି।

ପୁଲିସ୍‌ ବର୍ଦ୍ଦିରେ କଳଙ୍କ ଲଗାଇଥିବା ଏପରି ଅଧିକାରୀଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର କରାଯିବା ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

Rape Rajasthan Minor Raped