Advertisment

ବିବାହ ପାଇଁ କନିଆଁ ଦେଖାଇ ତଳି ତଳାନ୍ତ କରିଦେଲେ

ମନୋଜର ବାହାଘର ହେବ। ଘରକୁ ବୋହୂ ଆସିବ। ସେଥିପାଇଁ ଘରେ ଆନନ୍ଦର ମାହୋଲ ଥିଲା। ବାହାଘର ପାଇଁ ସମସ୍ତେ ସଜବାଜ ହେଉଥିଲେ। ଠିକ୍‌ ସେହି ସମୟରେ ପ୍ରହ୍ଲାଦ ଫୋନ୍‌ କରି କହିଥିଲେ ପୁଅ ସରକାରୀ ଚାକିରି କରିନଥିବାରୁ ଝିଅ ବାପା ବିବାହ ପାଇଁ ରାଜି ହେଉନାହାନ୍ତି।

Crime

Crime

Advertisment

ଯୌବନରେ ଜୀବନ ସାଥୀଟିଏ ଖୋଜୁଥିଲେ। ହେଲେ ଭାଗ୍ୟ ଖରାପ। କନିଆଁ ଖୋଜୁ ଖୋଜୁ ଠକ ହାବୁଡ଼ରେ ପଡ଼ିଗଲେ ଯୁବକ। ବିବାହ ପାଇଁ ଝିଅ ଦେଖାଇ ତଳି ତଳାନ୍ତ କରିଦେଲେ। ଏପରି ଏକ ଠକ ଗ୍ୟାଙ୍ଗ ରାଜଧାନୀ ଭୁବନେଶ୍ୱରରେ ବୁଲୁଛନ୍ତି। ଠକାମୀରେ ଶିକାର ହୋଇଥିବା ଯୁବକ ଏନେଇ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Advertisment

ଭଦ୍ରକ ଅଞ୍ଚଳର ମନୋଜ ଲେଙ୍କା (ଛଦ୍ମନାମ)। ରାଜଧାନୀ ଭୁବନେଶ୍ୱର ବରମୁଣ୍ଡ ଅଞ୍ଚଳରେ ଘର ଭଡ଼ା ନେଇ ରହୁଛନ୍ତି। ଏକ ପ୍ରାଇଭେଟ୍‌ ସଂସ୍ଥାରେ କାମ କରୁଛନ୍ତି। ଯୌବନରେ ପଦାର୍ପଣ କରିଥିବାରୁ ବାହା ହେବା ପାଇଁ ମନ ବଳାଇଥିଲେ। ହେଲେ ମନ ପସନ୍ଦର କନିଆଁ ମିଳୁନଥିଲେ। ତଥାପି ପରିବାର ଲୋକେ ତାଙ୍କ ପାଇଁ ଜଣେ ସୁନ୍ଦରୀ ଓ ସୁଶୀଳା ଝିଅ ଖୋଜୁଥିଲେ। ଠିକ୍‌ ସେତିକି ବେଳେ ପ୍ରହ୍ଲାଦ ସାହୁ ନାମକ ଜଣେ ବ୍ରୋକର ସୋଶାଲ ମିଡ଼ିଆ ମାଧ୍ୟମରେ ମନୋଜଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିଥିଲେ। ଝିଅ ଖୋଜି ଦେବେ ବୋଲି କହିଥିଲେ।

ପ୍ରହ୍ଲାଦଙ୍କ କଥାକୁ ବିଶ୍ୱାସ କରିନେଇଥିଲେ ମନୋଜଙ୍କ ପରିବାର ଲୋକ। ଆଉ ଜଣେ ସୁନ୍ଦରୀ ଯୁବତୀଙ୍କ ଫଟୋ ମନୋଜଙ୍କ ଘରକୁ ପଠାଇଥିଲେ। ପ୍ରଥମ ଦେଖାରେ ପସନ୍ଦ କରିଥିଲେ ପରିବାର ଲୋକେ। ଏହା ପରେ ଝିଅ ଦେଖିବା ପାଇଁ କହିଥିଲେ। ଏଥିରେ ପ୍ରହ୍ଲାଦ ରାଜି ହୋଇଥିଲେ। ମନୋଜଙ୍କ ପରିବାର ଲୋକ ଏକ କାର୍‌ ଭଡ଼ା କରି ଝିଅ ଦେଖିବାକୁ ଯାଉଥିଲେ। ହେଲେ ଅଧା ବାଟରେ ଜାଣିବାକୁ ପାଇଲେ ଝିଅ ଘରେ ନାହିଁ। ତେଣୁ ନିରାଶ ହୋଇ ମନୋଜଙ୍କ ପରିବାର ଲୋକେ ଘରକୁ ଫେରିଥିଲେ।

Advertisment

ମନୋଜଙ୍କର ଆଉ ବାହାଘର ହେବ ନାହିଁ ବୋଲି ପରିବାର ଲୋକେ ଭାବି ନେଇଥିଲେ। ଦିନେ ହଠାତ ସେହି ଯୁବତୀ ମନୋଜଙ୍କ ଘରକୁ ଭିଡିଓ କଲ୍‌ କରିଥିଲେ। ଆଉ କାନ୍ଦି କାନ୍ଦି କହିଥିଲେ, ମୋତେ ଶୀଘ୍ର ନେଇ ଯାଆନ୍ତୁ ମୁଁ ବାହା ହେବି। ଯୁବତୀଙ୍କ କାନ୍ଦ ଦେଖି ମନୋଜଙ୍କ ପରିବାର ଭାଙ୍ଗି ପଡ଼ିଥିଲେ। ସେହି ଝିଅ ସହ ମନୋଜଙ୍କ ବାହାଘର ପାଇଁ ରାଜି ହୋଇଥିଲେ। ତା’ପରେ ଉଭୟଙ୍କ ଭିତରେ ଫୋନ୍‌ରେ କଥାବାର୍ତ୍ତା ହୋଇଥିଲା। ବୋଧହୁଏ ଉଭୟ ପ୍ରେମରେ ପଡ଼ି ଯାଇଥିଲେ। ଏହାରି ଭିତରେ ପୁଣି ଥରେ ପ୍ରହ୍ଲାଦଙ୍କ ଏଣ୍ଟ୍ରୀ ହୁଏ। ଝିଅ ଘରକୁ ନଗଲେ କ’ଣ ହେଲା ତା’ ସହିତ ମନୋଜର ବାହାଘର ପାଇଁ ପରିବାର ଲୋକେ ରାଜି ହୋଇଥିଲେ।

ମନୋଜର ବାହାଘର ହେବ। ଘରକୁ ବୋହୂ ଆସିବ। ସେଥିପାଇଁ ଘରେ ଆନନ୍ଦର ମାହୋଲ ଥିଲା। ବାହାଘର ପାଇଁ ସମସ୍ତେ ସଜବାଜ ହେଉଥିଲେ। ଠିକ୍‌ ସେହି ସମୟରେ ପ୍ରହ୍ଲାଦ ଫୋନ୍‌ କରି କହିଥିଲେ ପୁଅ ସରକାରୀ ଚାକିରି କରିନଥିବାରୁ ଝିଅ ବାପା ବିବାହ ପାଇଁ ରାଜି ହେଉନାହାନ୍ତି। ୫ ଲକ୍ଷ ଟଙ୍କା ଦେଲେ ରେଲୱେରେ ତୁମ ପୁଅର ଚାକିରି କରାଇଦେବି। ତା’ପରେ ସେହି ଝିଅ ସହିତ ମନୋଜର ବାହାଘର ହେବ। ପ୍ରହ୍ଲାଦଙ୍କ କଥାରେ ମନୋଜ ପରିବାର ଲୋକେ ରାଜି ହୋଇଥିଲେ। ଧାର ଉଧାର କରି ପ୍ରଥମେ ୩ ଲକ୍ଷ ଟଙ୍କା ଅନ୍‌ଲାଇନ୍‌ ପେମେଣ୍ଟ କରିଥିଲେ। ବାକି ୨ ଲକ୍ଷ ଟଙ୍କା ଚାକିରି ଓ ବାହାଘର ପରେ ଦେବେ ବୋଲି କହିଥିଲେ। ସେମାନଙ୍କ ସବୁ ଏକଥା ରାଜି ହୋଇଥିଲେ ପ୍ରହ୍ଲାଦ। ତା’ପରେ ଆରମ୍ଭ ହେଲା ବାହାଘର ପ୍ରସ୍ତୁତି।

ବାହାଘର ପାଇଁ ମନୋଜ ପାଟ ଶାଢ଼ୀ, ମଙ୍ଗଳ ସୂତ୍ର, ସୁନା ହାର, ସେରୱାନି, ରିସେପ୍ସନ ପାଇଁ ବ୍ଲେଜର, ନଣନ୍ଦ ପୁଟୁଳି ଆଦି କିଣିଥିଲେ। ବାହାଘର ପାଇଁ ପୂରା ପରିବାର ଭୁବନେଶ୍ୱର ଆସିଥିଲେ। ବିବାହ ପୂର୍ବ ଦିନ ମନୋଜଙ୍କ ପରିବାର ଲୋକ ଭିଡିଓ କଲ୍‌ରେ ଯୁବତୀଙ୍କ ସହିତ କଥା ହୋଇଥିଲେ। ରାତି ପାହିଥିଲେ ହୋଇଥାଆନ୍ତା ବାହାଘର। ହେଲେ ଅଧା ରହିଗଲା ବାହାଘର। ଯୁବତୀଙ୍କ ଫୋନ୍‌ ଲାଗିଲା ନାହିଁ। ଏପରିକି ପ୍ରହ୍ଲାଦଙ୍କ ଫୋନ୍‌ ମଧ୍ୟ ବନ୍ଦ ରହିଥିଲା। ପୀଡ଼ିତଙ୍କ କହିବା ଅନୁସାରେ ଉଭୟଙ୍କ ୫ରୁ ୬ଟି ଫୋନ୍‌ ନମ୍ୱର ବନ୍ଦ ରହିଛି।

ଠକାମୀରେ ଶିକାର ହେବା ପରେ ପୀଡିତ ଯୁବକ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏପରି ଠକ ଗ୍ୟାଙ୍ଗକୁ ଧରିବା ପାଇଁ ନିବେଦନ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

Bhubaneswar Bhubaneswar News Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe