Advertisment

୪୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପ୍ରତାପ ଜେନାଙ୍କ ପୁଅ ଅଙ୍କିତଙ୍କ ନାଁରେ ମାମଲା ରୁଜୁ

ଅଙ୍କିତଙ୍କ ଏମ୍ଫୋରିଆ ୱାର୍କସ୍ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ଏସ୍‌‌ଏସ୍‌‌ବି ଇଲେକ୍ଟ୍ରିକାଲ୍‌ସ୍ ମାଲିକ ଅରୋବିନ୍ଦ ତ୍ରିପାଠୀ ଓ ଗଣେଶ ସ୍ୱାଇଁଙ୍କ ନାଁରେ ପାଲଟା ଏତଲା ମଧ୍ୟ ଦିଆଯାଇଛି।

ଅଦ୍ୟତନ ହୋଇଛି
Ankit and Pratap Jena

Ankit and Pratap Jena

Advertisment

୪୮ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପୁଅ ତଥା ୨୦୨୪ ନିର୍ବାଚନରେ ମାହାଙ୍ଗାରୁ ବିଜେଡି ଟିକେଟରେ ବିଧାୟକ ପ୍ରାର୍ଥୀ ହୋଇଥିବା ଅଙ୍କିତ ପ୍ରତାପ ଜେନାଙ୍କ ବିରୋଧରେ କେନ୍ଦ୍ରାପଡ଼ା ଟାଉନ୍ ଥାନାରେ ମାମଲା ରୁଜୁ ହୋଇଛି।

Advertisment

କଟକ ସହରର ଚଣ୍ଡୀଛକରେ ଥିବା ଏସଏସବି ଇଲେକ୍ଟ୍ରିକାଲର ମାଲିକ ଅରବିନ୍ଦ ତ୍ରିପାଠୀ ଓ ଗଣେଶ କୁମାର ସ୍ୱାଇଁଙ୍କ ଅଭିଯୋଗ ଆଧାରରେ ଅଙ୍କିତ ପ୍ରତାପ ଜେନାଙ୍କ ନାଁରେ ମାମଲା ରୁଜୁ ହୋଇଛି। ତାଙ୍କ ସହିତ ଐଶ୍ୱର୍ଯ୍ୟା ପ୍ରତାପ ଜେନା, ଦେବାଶିଷ ଦାସ ଓ ହିତେଶ ମିଶ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ।

ଅରବିନ୍ଦ ତ୍ରିପାଠୀ ଓ ଗଣେଶ କୁମାର ସ୍ୱାଇଁ ଅଭିଯୋଗ କରିଛନ୍ତି ଯେ ଅଙ୍କିତ ପ୍ରତାପ ଜେନା ଓ ଐଶ୍ୱର୍ଯ୍ୟା ପ୍ରତାପ ଜେନାଙ୍କ କମ୍ପାନୀ ଏମ୍ଫୋରିଆ ୱାର୍କସ ପ୍ରାଇଭେଟ୍ ଲିମିଟେଡ ଜରିଆରେ ସେମାନଙ୍କ କମ୍ପାନୀ ଏସଏସବି ଇଲେକ୍ଟ୍ରିକାଲ କେନ୍ଦ୍ରାପଡ଼ାରେ ବିଦ୍ୟୁତ୍ କାମ କରିଥିଲା। ଏହି କାମ ପାଇଁ ସେମାନଙ୍କର ୪୮ ଲକ୍ଷ ଟଙ୍କା ବକେୟା ଥିବା ବେଳେ ଅଙ୍କିତ ପ୍ରତାପ ଜେନା ଓ ଐଶ୍ୱର୍ଯ୍ୟା ପ୍ରତାପ ଜେନାଙ୍କ କମ୍ପାନୀ ସେମାନଙ୍କୁ ଉକ୍ତ ଟଙ୍କା ଦେଉନାହାନ୍ତି। ଅଙ୍କିତ ପ୍ରତାପ ଜେନା (ଏମ୍ଫୋରିଆ ୱାର୍କସ ପ୍ରାଇଭେଟ୍ ଲିମିଟେଡର ପୂର୍ବତନ ଏମ୍‌ଡି), ଐଶ୍ୱର୍ଯ୍ୟା ପ୍ରତାପ ଜେନା (ଏମ୍ଫୋରିଆ ୱାର୍କସ ପ୍ରାଇଭେଟ୍ ଲିମିଟେଡର ଏମ୍‌ଡି), ଦେବାଶିଷ ଦାସ (ଏମ୍ଫୋରିଆ ୱାର୍କସ ପ୍ରାଇଭେଟ୍ ଲିମିଟେଡର ପ୍ରୋଜେକ୍ଟ ମ୍ୟାନେଜର) ଓ ହିତେଶ ମିଶ୍ର ପ୍ରମୁଖ ସେମାନଙ୍କୁ ଠକିଥିବା ଅରବିନ୍ଦ ତ୍ରିପାଠୀ ଓ ଗଣେଶ କୁମାର ସ୍ୱାଇଁ ଅଭିଯୋଗ କରିଛନ୍ତି।

Advertisment

ଅନ୍ୟପକ୍ଷରେ ଅଙ୍କିତ ପ୍ରତାପ ଜେନାଙ୍କ କମ୍ପାନୀ ଏମ୍ପୋରିଆ ୱାର୍କ୍ସ ପ୍ରାଇଭେଟ୍ ଲିମିଟେଡର ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ଦାସ ଅଭିଯୋଗ କରିଛନ୍ତି ଯେ ଅରବିନ୍ଦ ତ୍ରିପାଠୀ ଓ ଗଣେଶ କୁମାର ସ୍ୱାଇଁ ତାଙ୍କ କମ୍ପାନୀ ଅଧୀନରେ କେନ୍ଦ୍ରାପଡ଼ାରେ ଇଲେକ୍ଟ୍ରିକାଲ କାର୍ଯ୍ୟ କରୁଥିଲେ। ହେଲେ ଦୁହେଁ କାର୍ଯ୍ୟରେ ବାଧା ସୃଷ୍ଟି କରିବାରୁ କମ୍ପାନୀର କ୍ଷତି ଘଟିଛି।

ଏମ୍ଫୋରିଆ ୱାର୍କସ୍ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ଏସ୍‌‌ଏସ୍‌‌ବି ଇଲେକ୍ଟ୍ରିକାଲ୍‌ସ୍ ମାଲିକ ଅରବିନ୍ଦ ତ୍ରିପାଠୀ ଓ ଗଣେଶ କୁମାର ସ୍ୱାଇଁଙ୍କ ନାଁରେ ପାଲଟା ଏତଲା ମଧ୍ୟ ଦିଆଯାଇଛି।

୪୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗକୁ ଅଙ୍କିତ ପ୍ରତାପ ଜେନା ଖଣ୍ଡନ କରିଥିବା ବେଳେ କେନ୍ଦ୍ରାପଡ଼ା ଟାଉନ ଥାନା ଆଇଆଇସି ଦିଲ୍ଲୀପ ସାହୁ କହିଛନ୍ତି ଯେ ଉଭୟ ପକ୍ଷରୁ ଏତଲା ହୋଇଛି। ଘଟଣାର ତଦନ୍ତ ଚାଲିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe