Advertisment

ଫ୍ରେଞ୍ଚ ପର୍ଯ୍ୟଟକଙ୍କୁ ସହର ବୁଲାଇବା ନାଁରେ ଦୁଷ୍କର୍ମ, ଇଭେଣ୍ଟ ଫାର୍ମ କର୍ମଚାରୀ ଫେରାର

ପୀଡ଼ିତା, ତାଙ୍କର ଅନ୍ୟ ୨ ଜଣ ମହିଳା ବନ୍ଧୁ ଓ ଇଭେଣ୍ଟ ମ୍ୟାନେଜମେଣ୍ଟର କିଛି କର୍ମଚାରୀ ରବିବାର ଟାଇଗର ହିଲ୍ସରେ ଥିବା ଗୋଟିଏ ରେଷ୍ଟୁରାଣ୍ଟକୁ ଯାଇଥିଲେ।

author-image
Hemant Lenka
French

French

ରାଜସ୍ଥାନର ଉଦୟପୁରରେ ଜଣେ ଫ୍ରେଞ୍ଚ ପର୍ଯ୍ୟଟକଙ୍କୁ ଗୋଟିଏ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର କର୍ମଚାରୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ରାତ୍ର ଭୋଜନ ପରେ କର୍ମଚାରୀ ଜଣଙ୍କ ମହିଳା ପର୍ଯ୍ୟଟକଙ୍କୁ ସହର ବୁଲାଇବା ନାଁରେ ନିଜ ସହ ନେଇ ଯାଇଥିଲେ। କିନ୍ତୁ ତାଙ୍କୁ ସହର ବୁଲାଇବା ବଦଳରେ କର୍ମଚାରୀ ଜଣଙ୍କ ହୋଟେଲ ରୁମରେ ଦୁଷ୍କର୍ମ କରିଥିବା କୁହାଯାଉଛି।

Advertisment

ପୀଡ଼ିତା, ତାଙ୍କର ଅନ୍ୟ ୨ ଜଣ ମହିଳା ବନ୍ଧୁ ଓ ଇଭେଣ୍ଟ ମ୍ୟାନେଜମେଣ୍ଟର କିଛି କର୍ମଚାରୀ ରବିବାର ଟାଇଗର ହିଲ୍ସରେ ଥିବା ଗୋଟିଏ ରେଷ୍ଟୁରାଣ୍ଟକୁ ଯାଇଥିଲେ। ଫ୍ରେଞ୍ଚ ପର୍ଯଟକ ଜଣଙ୍କ ଗୋଟିଏ ବିଜ୍ଞାପନଦ ଶୁଟିଂ ପାଇଁ ଉଦୟପୁର ଆସିଥିଲେ। ଉକ୍ତ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ହିଁ ବିଜ୍ଞାପନ ଶୁଟିଂର ଆୟୋଜନ କରିଥିଲା। ନଭେମ୍ବର ମାସରୁ ଗୋଟିଏ ବର୍ଷର ଭିସା ପାଇ ଫ୍ରେଞ୍ଚ ମହିଳା ଜଣଙ୍କ ଭାରତରେ ରହୁଥିଲେ।

ଉଦୟପୁର ଏସ୍‌ପି ଯୋଗେଶ ଗୋଏଲ କହଛନ୍ତି, “ରବିବାର ସନ୍ଧ୍ୟାରେ କିଛି ଫ୍ରେଞ୍ଚ ପର୍ଯ୍ୟଟକ ଗ୍ରୀକ ଫାର୍ମ ନାମକ ରେଷ୍ଟୁରାଣ୍ଟରେ ଗୋଟିଏ ଇଭେଣ୍ଟ କମ୍ପାନୀ କର୍ମଚାରୀଙ୍କ ସହ ରହିଥିଲେ। ସେମାନେ ସେଠାରେ ଖାଇବା ପରେ ମଦ୍ୟ ପାନ କରିଥିଲେ। ଏହାପରେ ପୀଡ଼ିତା ଜଣଙ୍କ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର କର୍ମଚାରୀ ସିଦ୍ଧାର୍ଥଙ୍କ ସାଙ୍ଗରେ କାରରେ ବସି ଚାଲି ଯାଇଥିଲେ।

Advertisment

ସିଦ୍ଧାର୍ଥ ତାଙ୍କୁ ନିଜର ହୋଟେଲ ରୁମକୁ ନେଇ ଯାଇଥିଲେ ଓ ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କ ଡାକ୍ତରୀ ମାଇନା ହୋଇଛି ଓ ଏଫଆଇଆର ରୁଜୁ କରାଯାଇଛି। ଅଭିଯୁକ୍ତ ଜଣଙ୍କ ଏବେ ଫେରାର ରହିଛନ୍ତି। ଆମେ ହୋଟେଲ ଓ ରେଷ୍ଟୁରାଣ୍ଟର ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛୁ।”

ସୂତ୍ର ଅନୁସାରେ, ସିଦ୍ଧାର୍ଥ ପୀଡ଼ିତାଙ୍କୁ ସହରର ବିଭିନ୍ନ ସ୍ଥାନ ଦେଖାଇବା ନାଁରେ ନିଜ ସହ ନେଇ ଏଭଳି କାଣ୍ଡ ଘଟାଇଛନ୍ତି। ଭାରତରେ ଥିବା ଫ୍ରାନ୍ସ ଦୂତାବାସକୁ ଏ ସମ୍ପର୍କରେ ଅବଗତ କରାଯାଇଛି ଓ ପୁଲିସ୍‌ ଘଟଣା ଦିନ ଉପସ୍ଥିତ ଲୋକଙ୍କୁ ଜେରା ଆରମ୍ଭ କରିଛି।

Rajasthan Stop Rape