Advertisment

ହରିଆଣା ସାଂପ୍ରଦାୟିକ ହିଂସା: ଗୁରୁଗ୍ରାମରେ ପୁଣି ପୋଡ଼ାଜଳା, ଗଲାଣି ୫ ଜୀବନ

ଶତାଧିକ ଲୋକ ଏକାଠି ହୋଇ ବାଦଶାହପୁରରେ ଥିବା ଦୋକାନଗୁଡ଼ିକ ଉପରେ ଆକ୍ରମଣ କରିଛନ୍ତି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛି। କିନ୍ତୁ ଏବେ ବି ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Haryana

Haryana

ସୋମାବର ଠାରୁ ହରିଆଣାର ନୁହ୍‌ ସମେତ କିଛି ସ୍ଥାନରେ ଭୟଙ୍କର ସାଂପ୍ରଦାୟିକ ସଂଘର୍ଷ ଦେଖିବାକୁ ମିଳିଛି। ଦୁଇ ସଂପ୍ରଦାୟର ଲୋକ ପରସ୍ପରକୁ ଆକ୍ରମଣ କରିବା ସହ ପୋଡ଼ାଜଳା ଓ ଭଙ୍ଗାରୁଜା କରିଛନ୍ତି। ପୁଲିସ୍‌ ଓ ଅର୍ଦ୍ଧସମାରିକ ବାହିନୀ ସୁରକ୍ଷା ଫେରାଇ ଆଣିବାକୁ ପ୍ରୟାସ କରୁଥିବା ବେଳେ ଆଜି ଗୁରୁଗ୍ରାମରେ ପୋଡ଼ାଜଳା ହୋଇଛି।

Advertisment

ଶତାଧିକ ଲୋକ ଏକାଠି ହୋଇ ବାଦଶାହପୁରରେ ଥିବା ଦୋକାନଗୁଡ଼ିକ ଉପରେ ଆକ୍ରମଣ କରିଛନ୍ତି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛି। କିନ୍ତୁ ଏବେ ବି ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।

ସେହିପରି ଗତକାଲି ଠାରୁ ସାଂପ୍ରଦାୟିକ ଦଙ୍ଗାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏ ସମ୍ପର୍କରେ ଆଜି ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଏହା ଏକ ଦୁର୍ଭାଗ୍ୟଜନକ ଘଟଣା। ଗୋଟିଏ ଶୋଭାଯାତ୍ରା ଚାଲିଥିବା ବେଳେ ଏଥିରେ ସାମିଲ ଥିବା ଲୋକଙ୍କ ଉପରକୁ ପଥରମାଡ଼ କରାଯାଇଥିଲା।

Advertisment

ପୁଲିସ୍‌ ଓ ସାଧାରଣ ଲୋକ ଏଥିରେ ଆହତ ହୋଇଥିଲେ। ଏହାପରେ ବିଭିନ୍ନ ସ୍ଥାନରେ ହିଂସା ଦେଖାଯାଇଥିଲା। ଏଥିପାଇଁ ନୁହ୍‌ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳଗୁଡ଼ିକରେ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

ନୁହ୍‌ରେ କର୍ଫ୍ୟୁ ଲାଗୁ କରାଯାଇଥିବେ ବେଳେ ଆଉ କିଛି ସ୍ଥାନରେ ୧୪୪ ଧାରା ଲଗାଯାଇଛି। ପୁଲିସ୍‌ ଓ ଅର୍ଦ୍ଧସାମରିକ ବାହିନୀ ‍ଫ୍ଲାଗମାର୍ଚ୍ଚ ମଧ୍ୟ କରୁଛନ୍ତି। ହିଂସା ଘଟଣାରେ ମୋଟ ୪୪ଟି ଏଫଆଇଆର ହୋଇଛି ଓ ୭୦ ଜଣଙ୍କୁ ଅଟକ ରଖାଯାଇଛି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ହିଂସାରେ ଦୁଇ ଜଣ ପୁଲିସ୍‌ କର୍ମଚାରୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ଆମେ ମୃତକଙ୍କ ପରିବାରୁ ସମସ୍ତ ପ୍ରକାରର ଆବଶ୍ୟକ ସହଯୋଗ କରିବୁ। ସମସ୍ତେ ଗୁଜବରେ ବିଶ୍ୱାସ ନ କରି ଶାନ୍ତି ବଜାୟୀ ରଖନ୍ତୁ।”

ଗୁରୁଗ୍ରାମ ହାଇଆଲର୍ଟରେ ରହିଥିବା ବେଳେ ଲୋକଙ୍କୁ ରାତିରେ ଘର ନ ବାହାରିବାକୁ ପୁଲିସ୍‌ ନିର୍ଦ୍ଦେଶ ଦେଇଥିବା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଗୁରୁଗ୍ରାମ ପୁଲିସ୍‌ କମିଶନର ଏଥିରେ କୌଣସି ସତ୍ୟତା ନଥିବା କହିନ୍ତି। ତାଙ୍କ କହିବା କଥା ହେଲା, ଗୁରୁଗ୍ରାମର ସ୍ଥିତି ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଓ ନିୟନ୍ତ୍ରଣ ମଧ୍ୟରେ ରହିଛି।

ଜଣେ ଇନସପେକ୍ଟରଙ୍କ ଦେହରେ ଗତକାଲି ଗୁଳି ବାଜିଛି। କିନ୍ତୁ ଏହା ନୁହ୍‌ରେ ଘଟିଥିଲା। ଗୁରୁଗ୍ରାମରୁ ଅନ୍ୟ କର୍ମଚାରୀଙ୍କ ସହ ଇନସପେକ୍ଟର ଜଣଙ୍କ ନୁହ ଯାଇଥିଲେ। ଗୁରୁଗ୍ରାମରେ କୌଣସି ଜିଲ୍ଲାର ପୁଲିସ୍‌କୁ ମୁତୟନ କରାଯାଇନି। ହେଲେ ଗୁରୁଗ୍ରାମରୁ ପୁଲିସ୍ କର୍ମଚାରୀମାନେ ନୁହ ଯାଇଥିବା ସେ କହିଛନ୍ତି।

Communal Violence Haryana News