Advertisment

ଜଗୁଆଳୀ ହୋଇ ଜଗିଥିଲା, ରାତି ଅଧିଆ ଘରେ ପଶି ଚୋରି କରିଥିଲା

ଡିଲ୍‌ ଫାଇନାଲ୍‌ ହେବା ପରେ ଗତ ୨ ତାରିଖ ରାତିରେ ପୁଷ୍ପକଙ୍କ ସମେତ ୪ ଅଭିଯୁକ୍ତ ମୁଖା ପିନ୍ଧି ବନବାସିନୀ ରାଉତଙ୍କ ଘରେ ପଶିଥିଲେ। ସେମାନେ ବିଭିନ୍ନ ମାରଣାସ୍ତ୍ର ଦେଖାଇ ପରିବାର ଲୋକଙ୍କୁ ଧମକଚମକ ଦେଇ ୩ ଭରି ଓଜନର ଏକ ସୁନା ଚେନ ଓ ୨ ହଜାର ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ।

G Udayagiri

G Udayagiri

Advertisment

କାହାକୁ ଭରସା କରିବ? ଯିଏ ଜଗୁଆଳୀ ହୋଇ ଜଗିଥିଲା, ସିଏ ରାତି ଅଧିଆ ଘରେ ପଶି ଚୋରି କରିନେଲା। ବିଶ୍ୱସରେ ବିଷ ଦେଲା ଜଗୁଆଳୀ। ଏପରି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲାରୁ। ଜି.ଉଦୟଗିରି ଥାନା ପୁଲିସ୍‌ ଅଭିଯୁକ୍ତ ଜଗୁଆଳୀ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ଜି.ଉଦୟଗିରି ଥାନା ବାଡେନାଜୁ ସ୍ଥିତ ହାପି ଭ୍ୟାଲି ଚିଲଡ୍ରେନ୍ସରେ ଜଗୁଆଳୀ ଭାବେ କାମ କରୁଥିଲା ପୁଷ୍ପକ ପ୍ରଧାନ। ସେ ନିଜ ମାଲିକ ତଥା ହାପି ଭ୍ୟାଲି ଚିଲଡ୍ରେନ୍ସ ସଭାପତି ବନବାସିନୀ ରାଉତଙ୍କ ଘରୁ ଲୁଟ୍‌ କରିବା ପାଇଁ ଯୋଜନା କରିଥିଲା। ସେଥିପାଇଁ ସେ ରମେଶ ଚନ୍ଦ୍ର ପ୍ରଧାନ, ସୁନିବ ପ୍ରଧାନ ଓ ବାମଦେବ ପ୍ରଧାନଙ୍କ ସହଯୋଗ ନେଇଥିଲା।

ଡିଲ୍‌ ଫାଇନାଲ୍‌ ହେବା ପରେ ଗତ ୨ ତାରିଖ ରାତିରେ ପୁଷ୍ପକଙ୍କ ସମେତ ୪ ଅଭିଯୁକ୍ତ ମୁଖା ପିନ୍ଧି ବନବାସିନୀ ରାଉତଙ୍କ ଘରେ ପଶିଥିଲେ। ସେମାନେ ବିଭିନ୍ନ ମାରଣାସ୍ତ୍ର ଦେଖାଇ ପରିବାର ଲୋକଙ୍କୁ ଧମକଚମକ ଦେଇ ୩ ଭରି ଓଜନର ଏକ ସୁନା ଚେନ ଓ ୨ ହଜାର ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ। ସବୁଠାରୁ ମଜାକଥା ହେଉଛି, ଧମକ ଚମକ ବେଳେ ପୁଷ୍ପକଙ୍କ ମୁହଁରେ ଲାଗିଥିବା ମୁଖାଟି ଖସି ପଡ଼ିଥିଲା। ଆଉ ତାଙ୍କୁ ଶ୍ରୀ ରାଉତଙ୍କ ପରିବାର ଲୋକେ ଚିହ୍ନି ପକାଇ ଥିଲେ।

Advertisment

ତା’ପର ଦିନ ଅର୍ଥାତ ୩ ତାରିଖରେ ଏନେଇ ଜି.ଉଦୟଗିରି ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଖୋଳତାଡ ଆରମ୍ଭ କରିଥିଲା। ଶ୍ରୀ ରାଉତଙ୍କ ପରିବାର ଲୋକଙ୍କୁ ପଚରାଉଚରା ବେଳେ ଜଗୁଆଳୀ ପୁଷ୍ପକ ପ୍ରଧାନଙ୍କ ଉପରେ ସନ୍ଦେହ ହେଉଥିବା ପୁଲିସ୍‌କୁ କହିଥିଲେ। ଏହା ପରେ ପୁଲିସ୍‌ ପୁଷ୍ପକ ପ୍ରଧାନଙ୍କ ପାଖରେ ପହଞ୍ଚିଥିଲା। ତାଙ୍କୁ ପ୍ରଥମେ ଗିରଫ କରିଥିଲା। ପରେ ତାଙ୍କ ବୟାନ ଆଧାରରେ ପୁଲିସ ରମେଶ ଚନ୍ଦ୍ର ପ୍ରଧାନ, ସୁନିବ ପ୍ରଧାନ ଓ ବାମଦେବ ପ୍ରଧାନକୁ ଗିରଫ କରିଛି। ସମସ୍ତଙ୍କ ଘର ଦାରିଙ୍ଗବାଡ଼ି ଥାନା ଅଞ୍ଚଳର।

ଗିରଫ ଅଭିଯୁକ୍ତଙ୍କଠାରୁ ପୁଲିସ୍‌ ଚୋରି ହୋଇଥିବା ୩ ଭରି ଓଜନର ସୁନା ଚେନ ଉଦ୍ଧାର କରିଛି। ଏଥିସହ ୨ଟି ବାଇକ ଓ ୪ଟି ମୋବାଇଲ ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି ଜି.ଉଦୟଗିରି ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ।

ରିପୋର୍ଟ- ବାଲିଗୁଡ଼ାରୁ ଅଜିତ ନାୟକ

Loot Crime Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe