Advertisment

ଗାଇସିଲେଟ ଥାନା ଆଇଆଇସି ଗିରଫ

କୋଟିପତି ଆଇଆଇସିଙ୍କ ଘରେ କାଲି ହୋଇଥିଲା ଭିଜିଲାନ୍ସ ରେଡ୍‌।

author-image
Jitendra Garnayak
ଅଦ୍ୟତନ ହୋଇଛି
Police

Police

ଗିରଫ ହୋଇଛନ୍ତି ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଆଇଆଇସି ବୀରବର ଭଗତ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି। ସେ ତାଙ୍କ ଆୟ ଠାରୁ ୧୭୯% ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ଯାଞ୍ଚ ବେଳେ ଜଣାପଡ଼ିଛି।

Advertisment

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ସୋମବାର ଆଇଆଇସି ବୀରବର ଭଗତଙ୍କର ଚାରୋଟି ଠିକଣାରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କ ନାଁରେ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଥିବା ଅନେକ ସ୍ଥାବର ଓ ଅସ୍ଥାବର ସଂପତ୍ତି ସାମ୍ନାକୁ ଆସିଥିଲା।

ସମ୍ବଲପୁର ସହରର ଅଇଁଠାପାଲି ଥାନା ଅଙ୍ଗୁଳିପଡ଼ାରେ ବୀରବର ଭଗତଙ୍କର ଗୋଟିଏ ଦ୍ୱିମହଲା କୋଠା ଅଛି। ଏହାର ମୂଲ୍ୟ ୭୭ ଲକ୍ଷ ଟଙ୍କା। ସମ୍ବଲପୁରର କବରପଲି ମୌଜାରେ ତାଙ୍କର ଗୋଟିଏ ଫାର୍ମ ହାଉସ ରହିଛି। ଏହି ଫାର୍ମ ହାଉସର ମୂଲ୍ୟ ୨୧ ଲକ୍ଷ ଟଙ୍କା।

Advertisment

ସମ୍ବଲପୁର ସହର, ବଣେଇ ଓ ସୁନ୍ଦରଗଡ଼ରେ ବୀରବରଙ୍କର ଅନେକ ଜମି ରହିଛି। ଏହି ସବୁ ଜମିର ମୂଲ୍ୟ ୧.୧୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ବ୍ୟାଙ୍କ ଓ ବୀମା ଜମା ବାବଦକୁ ତାଙ୍କର ୧୬.୬୮ ଲକ୍ଷ ଟଙ୍କା ଅଛି। ତାଙ୍କ ଠାରୁ ୧୬୬ ଗ୍ରାମ ସୁନାଗହଣା ଓ ନଗଦ ୭୯ ହଜାର ୪୬୦ ଟଙ୍କା ଜବତ କରାଯାଇଛି। ତାଙ୍କର ଦୁଇଟି ଚାରି ଚକିଆ ଗାଡ଼ି ରହିଛି, ଯାହାର ମୂଲ୍ୟ ୧୩ ଲକ୍ଷ ୬୫ ହଜାର ଟଙ୍କା। ସେହିପରି ତାଙ୍କର ୨ଟି ଦୁଇ ଚକିଆ ଗାଡ଼ି ଓ ଘରକରଣା ଜିନିଷର ମୂଲ୍ୟ ୯.୪୧ ଲକ୍ଷ ଟଙ୍କା ହିସାବ କରାଯାଇଛି।

ଗିରଫ ପରେ ବୀରବରଙ୍କୁ ଭିଜିଲାନ୍ସ ପକ୍ଷରୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି।

Odisha Police Vigilance Raid Odisha Vigilance Vigilance Net Vigilance