Advertisment

ପୁଲିସ୍‌ ହାତରେ ଧରା ପଡ଼ିଥିବା ଗଞ୍ଜେଇ ମାଫିଆଙ୍କ ମୃତ୍ୟୁ

କୋଟି ସିନ୍ଦୁର ଓ ତାଙ୍କର ଦୁଇ ସାଥୀ ଆଜି ସକାଳେ ଏକ ବାଇକ୍‌ରେ ଗଞ୍ଜେଇ ଧରି କଣ୍ଟାବାଞ୍ଜି ରାସ୍ତାରେ ଯାଉଥିଲେ। ଏ ସମ୍ପର୍କରେ ଜାଣିପାରି ବେଲ୍‌ପଡ଼ା ଥାନା ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା।

Patnagarh

Patnagarh

Advertisment

ଗଞ୍ଜେଇ ଧରି ବାଇକ୍‌ରେ ଯାଉଥିବା ବେଳେ ଆଜି ସକାଳେ ମାଡ଼ି ବସିଥିଲା ପୁଲିସ୍‌। ଯାହାଫଳରେ ସଂଜ୍ଞା ହରାଇଥିଲେ ଗଞ୍ଜେଇ ମାଫିଆ। ପୁଲିସ୍‌ ତାଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଏପରି ଘଟଣା ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅଞ୍ଚଳରେ ଘଟିଛି।

Advertisment

କୋଟି ସିନ୍ଦୁର ଓ ତାଙ୍କର ଦୁଇ ସାଥୀ ଆଜି ସକାଳେ ଏକ ବାଇକ୍‌ରେ ଗଞ୍ଜେଇ ଧରି କଣ୍ଟାବାଞ୍ଜି ରାସ୍ତାରେ ଯାଉଥିଲେ। ଏ ସମ୍ପର୍କରେ ଜାଣିପାରି ବେଲ୍‌ପଡ଼ା ଥାନା ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର ସେମାନେ ଦ୍ରୁତ ଗତିରେ ପଳାଇ ଯାଉଥିଲେ। ପାଟ୍ରୋଲିଂ କରୁଥିବା ପୁଲିସ୍‌ ସେମାନଙ୍କୁ ପିଛା କରିଥିଲା। ଦୀର୍ଘ ସମୟରେ ଗୋଡ଼ା ଗୋଡ଼ି ଚାଲିଲା। ତେବେ ନୁନହାଡ଼-ସିହିନୀ ରାସ୍ତାରେ ଗଞ୍ଜେଇ ମାଫିଆଙ୍କ ବାଇକ୍‌ଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।

ବାଇକ୍‌ ଦୁର୍ଘଟଣା ହେବା ପରେ ଗଞ୍ଜେଇ ମାଫିଆମାନେ ଦୌଡ଼ି ଦୌଡ଼ି ପଳାଇ ଯାଉଥିଲେ। ତେବେ ପୁଲିସ୍‌ ପିଛା କରି କୋଟି ସିନ୍ଦୁରକୁ କାବୁ କରିନେଇଥିଲେ। ସେତେବେଳେ ସଂଜ୍ଞା ହରାଇଥିଲେ କୋଟି। ତେଣୁ ପୁଲିସ୍‌ ତାଙ୍କୁ ଉଦ୍ଧାର କରି ପାଟଣାଗଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସନ୍ଧ୍ୟା ବେଳେ ତାଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ଘର ଜଣାପଡ଼ିନଥିବା ବେଳେ ଫେରାର ଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ ଚଳାଇଛି।

Advertisment

ରିପୋର୍ଟ- ପାଟଣାଗଡ଼ରୁ କରୁଣାକର ବୁଡେକ୍‌

Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe