Advertisment

ହତ୍ୟା ଅଭିଯୋଗରେ ଗିରଫ ହେଲେ ଛାତ୍ର ବିଜେଡି ନେତା!

ଧରା ପଡ଼ିଯିବା ଭୟରେ ତିନି ଜଣ ମିଶି ସରୋଜିନୀଙ୍କୁ ହତ୍ୟା କରିଥିଲେ। ତା’ପରେ ଘରେ କଳାକଳା ବୁଲାଇ ଦେଇଥିଲେ। ପ୍ରମାଣ ନଷ୍ଟ ପାଇଁ ଘରେ ଲଙ୍କା ଗୁଣ୍ଡା ପକାଇ ବୁଣି ଦେଇଥିଲେ।

author-image
Manoranjan Sial
BJD

BJD

ଲୁଟ୍‌ ଉଦ୍ଦେଶ୍ୟରେ ଘରେ ପଶିଥିଲେ। ଧରା ପଡ଼ିଯିବା ଭୟରେ ୭୦ ବର୍ଷୀୟା ବୃଦ୍ଧାଙ୍କୁ ହତ୍ୟା କରିଥିଲେ। ପାଖାପାଖି ମାସେ ପରେ ହତ୍ୟା ଅଭିଯୋଗରେ ଛାତ୍ର ବିଜେଡି ନେତାଙ୍କ ସମେତ ୩ ଜଣଙ୍କୁ ବାନ୍ଧିଲା ଗଜପତି ଜିଲ୍ଲା ପୁଲିସ୍‌। ଏଥିସହ ଲୁଟ୍‌ ହୋଇଥିବା ଅଳଙ୍କାର ଜବତ କରିଛି ପୁଲିସ୍‌।

Advertisment

ପାରଳାଖେମୁଣ୍ଡି କରଣ ସାହିର ଅମିତ ପଟ୍ଟନାୟକ ହେଉଛନ୍ତି ଗଜପତି ଜିଲ୍ଲା ଛାତ୍ର ବିଜେଡି ଉପ-ସଭାପତି। ସେ ଓ ତାଙ୍କର ଦୁଇ ସହଯୋଗୀ ପ୍ରତିକ ପଟ୍ଟନାୟକ ଓ କାଶୀନଗର ଥାନା କୋଲା ଗାଁର ଦାଉଦ ଜେନା ଓରଫ ଡେବିଡ ଲୁଟ୍‌ ଉଦ୍ଦେଶ୍ୟରେ ଗତ ୨୧ ତାରିଖ ବିଳମ୍ୱିତ ରାତିରେ ପାରଳାଖେମୁଣ୍ଡି ସହର କରଣ ସାହିର ସରୋଜିନୀ ପଟ୍ଟନାୟକଙ୍କ ଘରେ ପଶିଥିଲେ। ସେମାନେ ଲୁଟ୍‌ କରୁଥିବା ବେଳେ ୭୦ ବର୍ଷୀୟା ସରୋଜିନୀ ଉଠି ପଡ଼ିଥିଲେ। ଆଉ ଅମିତକୁ ଚିହ୍ନି ପକାଇଥିଲେ।

ଧରା ପଡ଼ିଯିବା ଭୟରେ ତିନି ଜଣ ମିଶି ସରୋଜିନୀଙ୍କୁ ହତ୍ୟା କରିଥିଲେ। ତା’ପରେ ଘରେ କଳାକଳା ବୁଲାଇ ଦେଇଥିଲେ। ପ୍ରମାଣ ନଷ୍ଟ ପାଇଁ ଘରେ ଲଙ୍କା ଗୁଣ୍ଡା ପକାଇ ବୁଣି ଦେଇଥିଲେ। ତା’ପର ଦିନ ଘଟଣା ସାମ୍ନାକୁ ଆସିବା ପରେ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସବୁଠାରୁ ମଜାଦାର କଥା ହେଉଛି ଧରାନଡ଼ିବା ପାଇଁ ମୃତଦେହ ପାଖେ ପାଖେ ରହୁଥିଲା ଅମିତ। ଏପରି ସରୋଜିନୀ ମାଉସୀଙ୍କ ଶେଷକୃତ୍ୟ ସମୟରେ ମଧ୍ୟ ଉପସ୍ଥିତ ରହୁଥିଲା।

Advertisment

ପୁଲିସ୍‌ ତଦନ୍ତ ବେଳେ ଅମିତଙ୍କ ଉପରକୁ ସନ୍ଦେହ ଯାଇଥିଲା। ତାଙ୍କୁ ଜେରା କରିବା ପରେ ପୂରା ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ଏହା ପରେ ପୁଲିସ୍‌ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା। ଲୁଟ୍‌ ଓ ହତ୍ୟା ମାମଲାରେ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ୍‌ସେମାନଙ୍କଠାରୁ ୪ଟି ମୋବାଇଲ୍, ଲୁଟ ହୋଇଥିବା ୧୯ ଗ୍ରାମ ଓଜନର ସୁନା ଚେନ୍‌, ୫.୯ ଗ୍ରାମ ଓଜନର ସୁନା କାନଫୁଲ ଓ ଗୋଟିଏ ବାଇକ ଜବତ କରିଛି। ଲୁଟ୍‌ରେ ମାଷ୍ଟର ମାଇଣ୍ଡ ଅମୀତ ବୋଲି ଜଣାପଡ଼ିଛି।

ଏସ୍‌ପି ସ୍ଵାତୀ ଏସ୍‌ କୁମାର କହିଛନ୍ତି, ଲୁଟ୍‌ ପୂର୍ବରୁ ଏମାନେ ମାସେ ପୂରା ସାହିରେ ବୁଲିଥିଲେ। କାହା ଘରେ ସିସିଟିଭି ଲାଗିନାହିଁ ବୋଲି ଦେଖିଥିଲେ। ତା’ପରେ ଲୁଟ୍‌ ଉଦ୍ଦେଶ୍ୟରେ ଘରେ ପଶିଥିଲେ। ଲୁଟ୍‌ ସମୟରେ ଅମୀତଙ୍କୁ ଚିହ୍ନି ପକାଇଥିଲେ ସରୋଜିନୀ। ଧରାପଡ଼ିଯିବା ଭୟରେ ସେମାନେ ତାଙ୍କୁ ହତ୍ୟା କରିଥିବା ଏସ୍‌ପି କହିଛନ୍ତି।

ରିପୋର୍ଟ- ପାରଳାଖେମୁଣ୍ଡିରୁ ଆଦର୍ଶ ଦାସ

Murder Crime Gajapati District