Advertisment

୪ ବର୍ଷ ତଳେ ପ୍ରେମିକାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲା, ଆଜି ଧରାପଡ଼ିଲା

ନିବେଦିତା ବିବାହିତା ହୋଇଥିବା ଜାଣି ମଧ୍ୟ ବିଜୟ ପ୍ରେମ କରୁଥିଲେ। ହେଲେ ଉଭୟଙ୍କ ପ୍ରେମରେ ପ୍ରତିବନ୍ଧକ ଥିଲେ ଯୁବରାଜ। ତେଣୁ ଯୁବରାଜଙ୍କୁ ହଟାଇବା ପାଇଁ ଯୋଜନା କରିଥିଲେ ନିବେଦିତା। ଏଥିପାଇଁ ପ୍ରେମିକ ପ୍ରବଳ ବିଜୟଙ୍କ ସହଯୋଗ ଲୋଡ଼ିଥିଲେ।

ଅଦ୍ୟତନ ହୋଇଛି
Police

Police

Advertisment

୪ ବର୍ଷ ତଳେ ପ୍ରେମିକାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲା। ଆଜି ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ। ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ଚଢ଼ଉ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଗଜପତି ପୁଲିସ୍‌। ପୂର୍ବରୁ ପ୍ରେମିକା ଓ ସାପାରୀ କିଲର ଗିରଫ ହୋଇଥିଲେ।

Advertisment

ମୁନୀଗୁଡା ବିଡିଓ ଡ୍ରାଇଭର ଭାବେ କାମ କରୁଥିଲେ ଯୁବରାଜ ଚାନ୍ଦ। ତାଙ୍କ ପତ୍ନୀ ନିବେଦିତା ତହସିଲ୍‌ ଅଫିସ୍‌ରେ କନିଷ୍ଠ କିରାଣୀ ଭାବେ ଚାକିରି କରୁଥିଲେ। ତହସିଲ କ୍ୟାମ୍ପସ ବାହାରେ ଫଳ ଦୋକାନ କରିଥିଲେ ପୁରୀ ଜିଲ୍ଲା ପିପିଲି ଥାନା ବାଗେଶ୍ଵରପୁର ଗାଁର ବିଜୟ ସାମନ୍ତରା। ଫଳ କିଣିବା ପାଇଁ ବିଜୟଙ୍କ ଦୋକାନକୁ ଆସି ପ୍ରେମରେ ପଡ଼ି ଯାଇଥିଲେ ନିବେଦିତା। ଆଉ ତା’ପରେ ଉଭୟଙ୍କ ଭିତରେ ଗଭୀର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

ନିବେଦିତା ବିବାହିତା ହୋଇଥିବା ଜାଣି ମଧ୍ୟ ବିଜୟ ପ୍ରେମ କରୁଥିଲେ। ହେଲେ ଉଭୟଙ୍କ ପ୍ରେମରେ ପ୍ରତିବନ୍ଧକ ଥିଲେ ଯୁବରାଜ। ତେଣୁ ଯୁବରାଜଙ୍କୁ ହଟାଇବା ପାଇଁ ଯୋଜନା କରିଥିଲେ ନିବେଦିତା। ଏଥିପାଇଁ ପ୍ରେମିକ ପ୍ରବଳ ବିଜୟଙ୍କ ସହଯୋଗ ଲୋଡ଼ିଥିଲେ। ବିଜୟ ୩୦,୦୦୦ ଟଙ୍କାରେ ସୁପାରୀ କିଲର ଠିକ୍‌ କରିଥିଲା। ୨୦୨୦ ଜାନୁଆରୀ ୧ ତାରିଖରେ ଘରେ ଯୁବରାଜକୁ ହତ୍ୟା କରିଥିଲେ ବିଜୟ, ନିବେଦିତା ଓ ସୁପାରୀ କଲର ସୁଜିତ। ପରେ ମୃତଦେହକୁ ଲୁଗାରେ ଗୁଡ଼ାଇ ଅଡବା ଥାନା ନିକଟରେ ଫିଙ୍ଗି ଦେଇଥିଲେ।

Advertisment

ପୁଲିସ୍‌ ମୃତଦେହ ଜବତ କରି ନିବେଦିତା ଓ ସୁପାରୀ କଲର ସୁଜିତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।ହେଲେ ମୁଖ୍ୟ ଅଭିଯୁକ୍ତ ବିଜୟ ଫେରାର ହୋଇଯାଇଥିଲା। ୪ ବର୍ଷ ପରେ ବିଜୟକୁ ପିପିଲିରୁ ଗିରଫ କରିଛି ଅଡବା ଥାନା ପୁଲିସ।

ରିପୋର୍ଟ-ମୋହନାରୁ ମିହିର ଜତି

Murder Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe