Advertisment

ବିବାହ ଶୋଭାଯାତ୍ରାରେ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା ମାମଲା, ଦୁଇ ଭାଇଙ୍କୁ ବାନ୍ଧିଲା ପୁଲିସ୍‌

ଗତ ୪ ବର୍ଷ ତଳେ ମଦ ବ୍ୟବସାୟକୁ କେନ୍ଦ୍ର କରି ଅଭିଯୁକ୍ତ ଶ୍ରୀହରି ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସେହି ସମୟରେ ପ୍ରଶାନ୍ତଙ୍କ ପରିବାର ଲୋକେ ଶ୍ରୀହରି ପ୍ରଧାନକୁ ମାଡ ମାରି ଗୋଡ଼ ଭାଙ୍ଗି ଦେଇଥିଲେ।

Gajapati

Gajapati

Advertisment

ବିବାହ ଶୋଭାଯାତ୍ରା ବେଳେ ଯୁବକକୁ ଛୁରୀ ଭୁଷି ହତ୍ୟା ମାମଲାରେ ଗଜପତି ପୁଲିସ ମୁଖ୍ୟ ଅଭିଯୁକ୍ତ ଶ୍ରୀହରି ପ୍ରଧାନ ଓ ତାଙ୍କ ବଡ଼ ଭାଇ କୃଷ୍ଣ ଅର୍ଜୁନ ପ୍ରଧାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ହତ୍ୟାରେ ବ୍ୟବହୃତ ହୋଇଥିବା ଏକ ରକ୍ତ ଭିଜା ଛୁରୀକୁ ପୁଲିସ୍‌ ଜବତ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଭାଇ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ଜଣାପଡ଼ିଛି।

Advertisment

ଗତ ୪ ବର୍ଷ ତଳେ ମଦ ବ୍ୟବସାୟକୁ କେନ୍ଦ୍ର କରି ଅଭିଯୁକ୍ତ ଶ୍ରୀହରି ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସେହି ସମୟରେ ପ୍ରଶାନ୍ତଙ୍କ ପରିବାର ଲୋକେ ଶ୍ରୀହରି ପ୍ରଧାନକୁ ମାଡ ମାରି ଗୋଡ଼ ଭାଙ୍ଗି ଦେଇଥିଲେ। ପୁଲିସ୍‌ ଘଟଣାରେ ପ୍ରଶାନ୍ତଙ୍କ ପରିବାର କିଛି ସଦସ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଘଟଣା ପରଠାରୁ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା।

ଗତ ୮ ତାରିଖରେ ଶିବରାତ୍ରୀରେ ପାଲି ଖେଳକୁ ନେଇ ପ୍ରଶାନ୍ତ ଓ ଶ୍ରୀହରି ପ୍ରଧାନର ଭାଇ କୃଷ୍ଣଙ୍କ ମଧ୍ୟରେ ଝଗଡା ହୋଇଥିଲା। ସେଥିରେ ଶ୍ରୀହରି ଓ ଭାଇ କୃଷ୍ଣ ପ୍ରତିଶୋଧ ପରାୟଣ ହୋଇଥିଲେ। ପ୍ରଶାନ୍ତ ପ୍ରଧାନଙ୍କୁ ପାନେ ଦେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଗତ ମଙ୍ଗଳବାର ରାତିରେ ଚନ୍ଦ୍ରଗିରି ଗାଁରେ ପ୍ରଶାନ୍ତ ନିଜ ଜଣେ ସାଙ୍ଗର ବିବାହ ଶୋଭାଯାତ୍ରାରେ ଯୋଗ ଦେବାକୁ ଯାଇଥିଲେ। ଠିକ୍‌ ସେହି ସମୟରେ ପୂର୍ବ ଯୋଜନା ମୁତାବକ ଦୁଇ ଭାଇ ମିଶି ପ୍ରଶାନ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ।

Advertisment

ଶ୍ରୀହରି ଏକ ଛୁରୀରେ ପ୍ରଶାନ୍ତଙ୍କ ଛାତି, ପେଟ ଓ ପିଠିରେ ଭୁଷି ଦେଇଥିଲେ। ଗୁରୁତର ଅବସ୍ଥାରେ ପ୍ରଶାନ୍ତଙ୍କୁ ଚନ୍ଦ୍ରଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତର ଘର ଗାଡ଼ି ପୋଡ଼ି ଦେଇଥିଲେ। ଏଥିସହ ପ୍ରଶାନ୍ତଙ୍କ ନବ ବିବାହିତ ପତ୍ନୀଙ୍କ ସମେତ ପରିବାର ଲୋକେ ଓ ଗ୍ରାମବାସୀ ୮ ଦଫା ଦାବିରେ ରାସ୍ତା ରୋକ କରିଥିଲେ। ଦୀର୍ଘ ୨୦ ଘଣ୍ଟା ପରେ ପ୍ରଶାସନ ପ୍ରତିଶ୍ରୁତି ମିଳିବାରୁ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ଆଜି ପୁଲିସ୍‌ ମୁଖ୍ୟ ଅଭିଯୁକ୍ତ ଶ୍ରୀହରି ପ୍ରଧାନ ଓ ସହଯୋଗୀ ଭାଇ କୃଷ୍ଣ ଅର୍ଜୁନ ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ରିପୋର୍ଟ- ମୋହନାରୁ ମିହିର ଜତି

Crime Gajapati District
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe