Advertisment

ରାତି ଅନ୍ଧାରରେ ପହାଡ଼ ଉପରେ ଚାଲିଥିଲା ଜୁଆ ଖେଳ; ତା’ପରେ...

ରବିବାର ବିଳମ୍ୱିତ ରାତିରେ କୁମୁଡ଼ା ପାହାଡରେ ଚାଲିଥିଲା ଜୁଆ ଖେଳ। ଜୁଆଡିମାନେ ଜୁଆ ଖେଳରେ ମାତିଥିଲେ। ଏ ସମ୍ପର୍କରେ ଟିଟିଲାଗଡ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ଖବର ପାଇଥିଲେ।

Crime

Crime

Advertisment

ରାତି ଅନ୍ଧାର। ଶୂନ୍‌ଶାନ୍‌ ପରିବେଶରେ ପହାଡ ଉପରେ ଚାଲିଥିଲା ଜୁଆ ଖେଳ। ବାଜିରେ ଲାଗିଥିଲା ଟଙ୍କା ଓ ଜୁଆ ଖେଳରେ ମଜିଥିଲେ ଜୁଆଡି। ନୂଆବର୍ଷ ଅବସରରେ ଏପରି କାର୍ଯ୍ୟକ୍ରମ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅଞ୍ଚଳରେ ଚାଲିଥିଲା। ଜୁଆ ଖେଳ ସମ୍ପର୍କରେ ଖବର ପାଇ ଅଚାନକ୍‌ ଚଢ଼ଉ କରିଥିଲା ପୁଲିସ୍‌। ତା’ପରେ...।

Advertisment

ରବିବାର ବିଳମ୍ୱିତ ରାତିରେ କୁମୁଡ଼ା ପାହାଡରେ ଚାଲିଥିଲା ଜୁଆ ଖେଳ। ଜୁଆଡିମାନେ ଜୁଆ ଖେଳରେ ମାତିଥିଲେ। ଏ ସମ୍ପର୍କରେ ଟିଟିଲାଗଡ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ଖବର ପାଇଥିଲେ। ତା’ପରେ ସଦଳବଳେ ଚଢ଼ଉ କରିଥିଲେ। ପୁଲିସ୍‌କୁ ଦେଖି ଜୁଆଡିମାନେ ଚମ୍ପଟ ମାରିଥିଲେ। ତେବେ ସେମାନଙ୍କ ଭିତରୁ ୯ ଜଣଙ୍କୁ ମାଡ଼ି ବସିଥିଲା ପୁଲିସ୍‌। ସେମାନଙ୍କଠାରୁ ନଗଦ ୮୨,୫୦୦ ଟଙ୍କା ଜବତ କରିଥିଲା। ଏଥିସହ ୨ଟି ବାଇକ୍‌ ଓ ୬ ଟି ମୋବାଇଲ ଫୋନ ଜବତ କରିଥିଲା। ଆଜି ୯ ଜୁଆଡିଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ।

ରିପୋର୍ଟ- ଟିଟିଲାଗଡ଼ରୁ ଅବିନାଶ ନନ୍ଦ

Balangir Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe