Advertisment

ଜୁଆ ଖେଳ ବେଳେ ୪ ଜୁଆଡିଙ୍କୁ ମାଡ଼ି ବସିଲା ପୁଲିସ୍‌

ମୁରିବାହାଲ ଗାଁର ଆର୍‌ଏମ୍‌ସି ଗୋଦାମ ନିକଟରେ ସବୁବେଳେ ଜୁଆ ଖେଳ ଚାଲିଥାଏ। ହେଲେ ପ୍ରମାଣ ଅଭାବରୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା।

Balangir

Balangir

Advertisment

ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନାର ଆର୍‌ଏମ୍‌ସି ଗୋଦାମରେ ଚାଲିଥିଲା ଜୁଆ ଆଡ୍ଡା। ଏ ସମ୍ପର୍କରେ ସୂଚନା ପାଇ ପୁଲିସ୍‌ ଅଚାନକ ଚଢଉ କରି ୪ ଜଣଙ୍କୁ ଗିରଫ କରିଛି। ଗିରଫ ୪ ଅଭିଯୁକ୍ତ ହେଲେ ମୁରିବାହାଲ ଗାଁର କେଦାର ବଡ଼ଜେନା, ତରାଣୀସେନ ମେହେର, ମାନପତି ସାଣ୍ଡ ଓ ବଙ୍ଗୋମୁଣ୍ଡା ଥାନା ଗନ୍ଧରାବନ୍ଧ ଗାଁର ଭକ୍ତ ସା। ପୁଲିସ୍‌ ସେମାନଙ୍କ ପାଖରୁ ନଗଦ ୩୯୫୦ ଟଙ୍କା, ମୋବାଇଲ ଓ ୪ଟି ବାଇକ ଜବତ କରିଛି। ଅନ୍ୟ ଜଣେ ଟଙ୍କା ସବୁ ଧରି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।

Advertisment

ମୁରିବାହାଲ ଗାଁର ଆର୍‌ଏମ୍‌ସି ଗୋଦାମ ନିକଟରେ ସବୁବେଳେ ଜୁଆ ଖେଳ ଚାଲିଥାଏ। ହେଲେ ପ୍ରମାଣ ଅଭାବରୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା। ତେବେ ଆଜି ଜୁଆ ଖେଳ ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇ ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ ସେହି ସ୍ଥାନରେ ଚଢଉ କରିଥିଲା।

ଜୁଆଡିମାନେ ପୁଲିସ୍‌କୁ ଦେଖି ପଳାଇବାକୁ ଉଦ୍ୟମ କରୁଥିଲେ। ହେଲେ ପୁଲିସ୍‌ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା। ହେଲେ ଜଣେ ଚମ୍ପଟ ମାରିବାରେ ସଫଳ ହୋଇଥିଲା। ଗିରଫ ୪ ଜଣଙ୍କ ଭିତରେ ଦୁଇ ଜଣ ମୁରିବାହାଲ ଅଞ୍ଚଳର ସାମ୍ବାଦିକ ଥିବା ଜଣାପଡ଼ିଛି। ଫେରାର ଥିବା ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ୍‌ ଚଢ଼ଉ ଜାରି ରଖିଛି। ତେବେ ଏ ନେଇ ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

ରିପୋର୍ଟ-କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Balangir Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe