ଗୋଡେଇ ଗୋଡେଇ ହାଣିଲେ, ଖଣ୍ଡାରେ ଭୁଷିଲେ | Odisha Reporter
ନବ ବର୍ଷ ପୂର୍ବରୁ ଅଶାନ୍ତ ହୋଇ ଉଠିଛି ରାଜଧାନୀ ଭୁବନେଶ୍ୱର। ପୁଲିସ୍ର କଡ଼ା ସୁରକ୍ଷା ସତ୍ତ୍ୱେ ରକ୍ତରଞ୍ଜିତ ହୋଇଛି ରାଜଧାନୀର ଜନଗହଳୀପୂର୍ଣ୍ଣ ଏୟାରପୋର୍ଟ ଅଞ୍ଚଳ। ଏଠାରେ ୨୦ରୁ ୩୦ ଜଣ ଦୁର୍ବୃତ୍ତ ବିଚ୍ ରାସ୍ତାରେ ୨ ଜଣ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଆଉ ଜଣେ କେବଳ ଆହତ ହୋଇଛନ୍ତି। ରବିବାର ସନ୍ଧ୍ୟାରେ ଏୟାରପୋର୍ଟ ଟ୍ରାଫିକ ଛକରେ ଏପରି ଘଟଣା ଘଟିଛି। ତେବେ ଆଜି 2 ଯୁବକଙ୍କୁ ମରଣାନ୍ତର ଆକ୍ରମଣ ଘଟଣାରେ ୮ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
