Advertisment

ପୁଲିସ ବେଶରେ ଲୁଟୁଥିଲେ, ବାନ୍ଧିଲା ଅସଲି ପୁଲିସ

ପୁଲିସ ୟୁନିଫର୍ମ ପିନ୍ଧି ନକଲି ପରିଚୟପତ୍ର ଦେଖାଇ ଗ୍ରାମବାସୀଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ। ଜଣେ ଅଭିଯୁକ୍ତ ଗିରଫ, ୪ ଜଣ ଫେରାର।

author-image
Debadatta Aryashrestha
Loot in Police attire

Loot in Police attire

ଅସଲି ପୁଲିସ ହାତରେ ଧରା ପଡ଼ିଲେ ନକଲି ପୁଲିସ। ପୁଲିସ ୟୁନିଫର୍ମ ପିନ୍ଧି ନକଲି ପରିଚୟପତ୍ର ଦେଖାଇ ଗ୍ରାମବାସୀଙ୍କ ଠାରୁ ଆଦାୟ କରୁଥିଲେ ଟଙ୍କା। ହେଲେ ସନ୍ଦେହ କରି ଜଣକୁ କାବୁ କଲେ ଗ୍ରାମବାସୀ। ୪ ଜଣ ଅଭିଯୁକ୍ତ ଫେରାର ହୋଇ ଯାଇଥିବାବେଳେ ଗ୍ରାମବାସୀ କାବୁ କରିଥିବା ଲୁଟେରା ଜଣକୁ ବୌଦ୍ଧ ପୁଲିସ ଗିରଫ କରିଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ ଚଣ୍ଡିପୁର ଗ୍ରାମରେ ପୁଲିସ ୟୁନିଫର୍ମ ପିନ୍ଧି କିଛି ଯୁବକ ଟଙ୍କା ଆଦାୟ କରୁଥିଲେ। ସ୍ଥାନୀୟ ଲୋକଙ୍କୁ ସନ୍ଦେହ ହେବାରୁ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ଗ୍ରାମବାସୀ। ଏହି ସମୟରେ ୪ ଜଣ ଫେରାର ହୋଇଥିଲେ ମଧ୍ୟ ତାଙ୍କ ମଧ୍ୟରୁ ଜଣେ ଗ୍ରାମବାସୀଙ୍କ ହାତରେ ଧରା ପଡ଼ିଥିଲା। ଖବର ପାଇ ଘଟଣାସ୍ଥଳରେ ବୌଦ୍ଧ ପୁଲିସ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ଗିରଫ ଅଭିଯୁକ୍ତ ଜଣକ ବୌଦ୍ଧ ଥାନା ନକୁଆନାଳୀ ଗ୍ରାମର ଶରତ ବେହେରା ବୋଲି ଜଣାପଡ଼ିଛି। ପୁଲିସ ଅଭିଯୁକ୍ତ ନିକଟରୁ ନକଲି ୟୁନିଫର୍ମ, ନକଲି ପରିଚୟ ପତ୍ର, ବେଲ୍ଟ ଓ ଏକ ମୋବାଇଲ ଫୋନ ଜବତ କରିଛି। ତେବେ ଫେରାର ୪ ଜଣକୁ ଧରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ବୋଲି ସୂଚନା ଦେଇଛନ୍ତି ବୌଦ୍ଧ ଥାନାଧିକାରୀ ରଞ୍ଜିତ କୁମାର ମୁନି।

Advertisment
Robbery Loot In Boudh Robbery In Police Attire Loot Robbery Gang