Gang War
ସହର ଭିତରେ ଗ୍ୟାଙ୍ଗୱାର। ଆକ୍ରମଣ ପ୍ରତି ଆକ୍ରମଣରେ ତିନି ଗୁରୁତର। ଘଟଣା ଘଟିଛି ବଲାଙ୍ଗିର ସହର କନ୍ଧପାଳି ପଡା ନିକଟରେ। କନ୍ଧପାଳିପଡାଠାରୁ ସଦେଇପାଲି ରାସ୍ତା ମଝିରେ ତାଲପାଲି ପଡାର ରାଜୀବ ପଣ୍ଡା ଓ ବବଲୁ ନନ୍ଦଙ୍କୁ ଅଟକାଇଥିଲା କନ୍ଧପାଳି ପଡାର ପ୍ରେମ ସାହୁ। ହଠାତ କୌଣସି ଏକ ଘଟଣାକୁ ନେଇ ତିନିଜଣଙ୍କ ଭିତରେ ବଚସା ହୋଇଥିଲା।
ପ୍ରେମ ସାହୁ ଧାରୁଆ ଧାରୁଆ ଅସ୍ତ୍ରରେ ଦୁଇଜଣଙ୍କୁ ଆକ୍ରମଣ କରିଥିଲା। ପ୍ରେମ ସାହୁଠାରୁ ଅସ୍ତ୍ର ଛଡାଇ ତାକୁ ପ୍ରତିଆକ୍ରମଣ କରିଥିଲେ ରାଜୀବ ଓ ବବଲୁ। ହାଣକାଟରେ ଗୁରୁତର ହୋଉଥିବା ତିନିଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପ୍ରେମ ସହୁର ଅବସ୍ଥା ଗୁରୁତର ହେବାରୁ ତାକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ବଲାଙ୍ଗିର ଟାଉନ ଥାନା ପୁଲିସ ଓ ସଦର ଥାନା ପୁଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛନ୍ତି। ସେପଟେ ଘଟଣାକୁ ଦୁଇ ଗୋଷ୍ଠୀ ଭିତରେ ଛକାପଞ୍ଝା ଜାରୀ ରହିଛି। ହସ୍ପିଟାଲଠାରେ ଉତ୍ତେଜନା ଜାରୀ ରହିଛି।
ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
