Advertisment

ଆମେରିକାରେ ଅଛି ଭାରତର ମୋଷ୍ଟୱାଣ୍ଟେଡ ୧୯ ବର୍ଷୀୟ ଯୋଗେଶ

ଯୋଗେଶ ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ୧.୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ସେହିପରି ଇଣ୍ଟରପୋଲ ତା’ ନାଁରେ ରେଡ କର୍ଣ୍ଣର ନୋଟିସ ମଧ୍ୟ ଜାରି କରିଛି।

Interpol

Interpol

Advertisment

ସମସ୍ତଙ୍କୁ ଚକମା ଦେଇ ଆମେରିକାରେ ଲୁଚିଛି ଭାରତର ମୋଷ୍ଟୱାଣ୍ଟେଡ ଯୋଗେଶ କାଡିଆନ। ୧୯ ବର୍ଷୀୟ ଯୋଗେଶ ଇଣ୍ଟରପୋଲର ସ୍କାନରର ରହିଥିବା ବେଳେ ୨ ବର୍ଷ ତଳୁ ଆମେରିକା ଚାଲି ଯାଇଛି। ଅପରାଧିକ ଷଡ଼ଯନ୍ତ୍ର ଓ ଏକାଧିକ ହତ୍ୟା ଉଦ୍ୟମ ମାମଲାରେ ସାମିଲ ଥିବା ଯୋଗେଶ ନକଲି ପାସପୋର୍ଟ ଜରିଆରେ ଆମେରିକା ପଳେଇଛି। ତାକୁ ମାତ୍ର ୧୭ ବର୍ଷ ବୟସ ହୋଇଥିବା ବେଳେ ସେ ନାବାଳକ ଭାବେ ଆମେରିକା ଚାଲିଥିବା ଆଜି ଖବର ସାମ୍ନାକୁ ଆସିଛି।

Advertisment

ବର୍ତ୍ତମାନ ସେ ଆମେରିକାରେ ବାବିନହା ଗ୍ୟାଙ୍ଗର ସଦ୍ୟ ଭାବେ କାମ କରୁଛି। ଯୋଗେଶ ଆଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାରେ ବେଶ ପାରଙ୍ଗମ। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ସ ସହ ତା’ର ଶତ୍ରୁତା ଲାଗି ରହିଛି। ଏହି ଗ୍ୟାଙ୍ଗ୍ସକୁ ମୁକାବିଲା କରିବା ପାଇଁ ଯୋଗେଶ ଆମେରିକାରୁ ତା’ର ନେଟୱର୍କ ଚଳାଉଛି।

ଇଣ୍ଟରପୋଲ ଜାରି କରିଥିବା ନୋଟିସରେ କହିଛି ଯେ ଯୋଗେଶ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ହତ୍ୟା ଉଦ୍ୟମ, ଗୋଟିଏ ଉଦ୍ଦେଶ୍ୟ ରଖି ଏକାଧିକ ଲୋକ ବ୍ୟାନ ହୋଇଥିବା ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଗଚ୍ଛିତ କରି ରଖିବା ଆଦି ମାମଲା ରହିଛି।

Advertisment

ଯୋଗେଶର ଲିଙ୍କ ଖଲିସ୍ତାନୀ ଆତଙ୍କବାଦୀଙ୍କ ସହ ମଧ୍ୟ ରହିଛି। ଖଲିସ୍ତାନୀ ଲିଙ୍କର ସତ୍ୟାସତ୍ୟ ଜାଣିବା ପାଇଁ ନିକଟରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଭାରତରେ ଥିବା ତା’ ଘର ଓ ବିଭିନ୍ନ ଠିକଣାରେ ରେଡ୍‌ କରିଥିଲା।

ଯୋଗେଶ ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ୧.୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ସେହିପରି ଇଣ୍ଟରପୋଲ ତା’ ନାଁରେ ରେଡ କର୍ଣ୍ଣର ନୋଟିସ ମଧ୍ୟ ଜାରି କରିଛି।

USA Haryana News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe