Advertisment

ଖଲିସ୍ତାନ ଆତଙ୍କବାଦୀ ସୁଖଦୁଲ ସିଂହ ହତ୍ୟା ପଛରେ ଲୋରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ !

ଖଲିସ୍ତାନ ଆତଙ୍କବାଦୀ ଅର୍ଶଦୀପ ସିଂହ ସହଯୋଗୀ ସୁଖଦୁଲ ସିଂହ ହତ୍ୟାରେ ନିଜକୁ ଦାୟୀ କଲା ଲୋରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍।

ଅଦ୍ୟତନ ହୋଇଛି
Lawrence Bishnoi & Sukhdool Singh File Photo

Lawrence Bishnoi & Sukhdool Singh File Photo

Advertisment

ଖଲିସ୍ତାନ ଆତଙ୍କବାଦୀ ଅର୍ଶଦୀପ ସିଂହ ସହଯୋଗୀ ସୁଖଦୁଲ ସିଂହ ମୃତ୍ୟୁ ଘଟଣାର ନୂଆ ମୋଡ। କାନାଡାରେ ଆତଙ୍କବାଦୀ ସୁଖଦୁଲ ହତ୍ୟା ପଛରେ ରହିଛି ଗ୍ୟାଙ୍ଗ ଷ୍ଟର୍ ଲୋରେନ୍ସ ବିଷ୍ଣୋଇର ହାତ। ଏନେଇ ନିଜକୁ ଦାୟୀ କରିଛନ୍ତି ଲୋରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍। ଭାରତ-କାନାଡା ବିବାଦ ମଧ୍ୟରେ ସାମ୍ନାକୁ ଆସିଛି ଏପରି ଚାଞ୍ଚଲ୍ୟକର ଖବର।

Advertisment

ଏକ ପୋଷ୍ଟର ଜାରି କରି ବିଷ୍ଣୋଇ ଗ୍ୟାଙ୍ଗ୍ ଖଲିସ୍ତାନ ଆତଙ୍କବାଦୀ ସୁଖଦୁଲ ସିଂହ ହତ୍ୟା ପାଇଁ ନିଜକୁ ଦାୟୀ କରିଛି। ପୋଷ୍ଟରେ କୁହାଯାଇଛି ଯେ, 'ସୁଖଦୁଲ ସିଂହ ଜଣେ 'ନିଶାଖୋର ଲେକ'। ସେ ଅନେକ ଲୋକଙ୍କ ଜୀବନ ନଷ୍ଟ କରିଛି। ଶେଷରେ ତାକୁ ତା' ପାପର ଦଣ୍ଡ ମିଳିଛି। ସୁଖଦୁଲ ସିଂହ ଓରଫ୍ ସୁଖ ଦୁନୁକେ ଗ୍ୟାଙ୍ଗଷ୍ଟର ଗୁରଲାଲ ବ୍ରାର ଏବଂ ବିକି ମିଡଖେରାଙ୍କ ହତ୍ୟାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।' ଏହି ହତ୍ୟାକାଣ୍ଡ ସୁଖଦୁଲ ସିଂ ବିଦେଶରେ ଥିବାବେଳେ ଯୋଜନା କରିଥିବା ବିଷ୍ଣୋଇ ଗ୍ୟାଙ୍ଗ ପୋଷ୍ଟରରେ ଅଭିଯୋଗ କରିଛି। 

ଏହି ଗ୍ୟାଙ୍ଗ ଦାବି କରିଛି ଯେ, ଦବିନ୍ଦର ବମ୍ବିହାର ସଦସ୍ୟ ସୁଖଦୁଲ ସିଂହ ଅନ୍ୟ ଜଣେ ଗ୍ୟାଙ୍ଗଷ୍ଟର ସନ୍ଦୀପ ନାଙ୍ଗଲ ଆମ୍ବିଆଙ୍କୁ ମଧ୍ୟ ହତ୍ୟା କରିଛି। ସୁଖଦୁଲ ସିଂହର ହତ୍ୟା ଅନ୍ୟମାନଙ୍କ ପାଇଁ ଚେତାବନୀ। ଶତ୍ରୁ ଯେଉଁଠି ବି ଲୁଚି ରହିଲେ ଶାନ୍ତିରେ ରହିପାରିବ ନାହିଁ ବୋଲି ବିଷ୍ଣୋଇ ଗ୍ୟାଙ୍ଗ୍ ଏକ ଧମକପୂର୍ଣ୍ଣ ପୋଷ୍ଟର ଜାରି କରିଛି।

Advertisment

ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଦ୍ୱାରା ଅନୁସନ୍ଧାନ କରାଯାଇଥିବା ଡ୍ରଗ୍ସ ଚୋରା ଚାଲାଣ ମାମଲାରେ ବର୍ତ୍ତମାନ ଲୋରେନ୍ସ ବିଷ୍ଣୋଇ ଜେଲରେ ଅଛି। ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ମଧ୍ୟ ଲୋରେନ୍ସ ଅଭିଯୁକ୍ତ।

ସୁଖଦୁଲ୍ ସିଂହ କିଏ?
ଗ୍ୟାଙ୍ଗଷ୍ଟର ସୁଖଦୁଲ ସିଂହ ଘର ପଞ୍ଜାବର ମୋଗା ଜିଲ୍ଲାରେ। ପୂର୍ବରୁ ପଞ୍ଜାବ ଛାଡି କାନାଡା ପଳାୟନ କରିଥିଲା। ସେ ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ ସିଂହ ଛଦ୍ମନାମ ଅର୍ଶ ଦଲାର ଜଣେ ସହଯୋଗୀ ଥିଲା। 2017 ରେ, ସୁଖଦୁଲ ସିଂହ ବିରୋଧରେ ସାତୋଟି ଅପରାଧିକ ମାମଲା ପଞ୍ଜୀକୃତ ହେବା ସତ୍ତ୍ୱେ ଜାଲ୍ ପାସପୋର୍ଟ କରି କାନାଡା ଫେରାର୍ ହୋଇଯାଇଥିଲା। 

ଭାରତ-କାନାଡା ବିବାଦ 

ସୁଖଦୁଲ ସିଂହ ହତ୍ୟା ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ତିକ୍ତତା ମଧ୍ୟରେ ଘଟିଛି। କାରଣ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ପଛରେ ଭାରତର ହାତ ଥିବା ଅଭିଯୋଗ କରିଆସୁଛି କାନାଡା। ଏଥିପାଇଁ ଦୁଇ ଦେଶ ଉଭୟଙ୍କ କୂଟନୀତିଜ୍ଞଙ୍କୁ ବହିଷ୍କାର କରିସାରିଛନ୍ତି। ଏପରିକି ନିଜ ନିଜ ନାଗରିକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଉଛନ୍ତି।  

Lawrence Bishnoi Terrorist Sukhdool Singh Terrorist Sukhdool Singh Kill
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe