Advertisment

ସେକ୍ସ ପାଇଁ ଇଶାରା ଦେଇ ଟ୍ରେନ୍‌ ଯାତ୍ରୀଙ୍କୁ ଫସାଉଥିଲା ମୁସ୍କାନ!

ଗତ ୧୪ ତାରିଖ ସକାଳେ ମୁସ୍କାନ ଓ ତାଙ୍କର ଚାରି ସହଯୋଗୀ ସୁଶାନ୍ତ ରାଉତ, ପୂର୍ଣ୍ଣଚନ୍ଦ୍ର ସେଠୀ, ଅଶୋକ ବେହେରା ଏବଂ ପିଣ୍ଟୁ ମହାନ୍ତି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ରେ ଆଡ୍ଡା ଜମାଇଥିଲେ। ଆଉ ଶିକାର ପାଇଁ ରଣନୀତି ପ୍ରସ୍ତୁତ କରୁଥିଲେ।

Muskan

Muskan

Advertisment

ଯୌବନର ପହିଲି ପାହାଚରେ ଅପରାଧୀକ ସାମ୍ରାଜ୍ୟରେ ପାଦ ଥାପିଥିଲା ମୁସ୍କାନ ଓରଫ ସରିଫା ଖାତୁନ୍। ୧୫ ବର୍ଷ ବୟସରେ ଗଢ଼ିଥିଲା ନିଜର ଗ୍ୟାଙ୍ଗ। ଆଉ ବସ୍‌ଷ୍ଟାଣ୍ଡ ଓ ଷ୍ଟେସନ୍‌ ପରି ଜନଗହଳୀ ପୂର୍ଣ୍ଣ ସ୍ଥାନରେ ମେଲାଇଥିଲା ପସରା। ନିଜର ସୁନ୍ଦର ଚେହେରା ଦେଖାଇ ଫସାଉଥିଲା। ଆଉ ବକରା ଫସିବା ପରେ ସହଯୋଗୀଙ୍କ ନେଇଯାଇଥିଲା। ପରେ ମାଡ଼ ମାରି ଲୁଟ୍‌ କରୁଥିଲା। ଏହି ମାମଲାରେ ଧରାପଡ଼ି ଜେଲ୍‌ ଯାଇଥିଲା ମୁସ୍କାନ୍‌। ଦୁଇ ଦୁଇ ଥର ସେ ଜେଲ୍‌ ଯାଇଥିଲା। ଜେଲ୍‌ରେ ରହଣୀ ସମୟରେ ଅନ୍ୟ ନିଶା ମାଫିଆଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିଲା। ଜେଲ୍‌ରୁ ବାହାରି ନିଜର ସାମ୍ରାଜ୍ୟକୁ ଆଗକୁ ବଢ଼ାଉ ଥିଲା। ବର୍ତ୍ତମାନ ମୁସ୍କାନକୁ ୨୨ ବର୍ଷ ହେଲାଣି। ଦୀର୍ଘ ୭ ବର୍ଷ ଧରି କମିଶନରେଟ୍‌ ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇ ନିଜର ସାମ୍ରାଜ୍ୟ ଚଳାଇଥିଲା।

Advertisment

ମୁସ୍କାନ କେମିତି ବିଛାଉଥିଲା ନିଜର ମାୟା ଜାଲ? ରାଜଧାନୀର ରାତି ପାହି ପାହି ଆସୁଥିଲା। ପୂରା ଅନ୍ଧକାର ହଟି ନଥିଲା। ତାହାରି ଭିତରେ ନିଜକୁ ରୂପଶ୍ରୀ ବେଶରେ ସଜେଇ ହୋଇ ନିଜ ଗ୍ୟାଙ୍ଗକୁ ଧରି ଷ୍ଟେସନ୍‌ରେ ପହଞ୍ଚୁଥିଲା ମୁସ୍କାନ। ଆଉ ଜଣେ ଯାତ୍ରୀଙ୍କ ପରି ନିଜ ଗ୍ୟାଙ୍ଗର ଅଟୋରେ ବସୁଥିଲା। ଟ୍ରେନ୍‌ରେ ଲମ୍ୱା ଯାତ୍ରା କରି ଓହ୍ଲାଉଥିବା ଯାତ୍ରୀଙ୍କୁ ଟାର୍ଗେଟ କରୁଥିଲା। ଯେଉଁ ଯାତ୍ରୀମାନେ ଟ୍ରେନ୍‌ରୁ ଓହ୍ଲାଉଥିଲେ, ମୁସ୍କାନଙ୍କ ଇଶାରାରେ ସେମାନଙ୍କୁ ଡାକୁଥିଲା ଅଟୋ ଚାଳକ। ଅଟୋର ପଛ ସିଟ୍‌ରେ ଜଣେ ସୁନ୍ଦର ମହିଳା ବସିଥିବା ଭାବି ଯାତ୍ରୀ ଜଣକ ଚାଲି ଯାଉଥିଲା। ତା’ପରେ ତାକୁ ନେଇ ଏକ ନିଛାଟିଆ ସ୍ଥାନକୁ ନେଇ ଲୁଟ୍‌ପାଟ କରୁଥିଲେ। ଏନେ ଅଭିଯୋଗ ପରେ କମିଶନରେଟ୍‌ ପୁଲିସ୍‌ ମାମଲା ରୁଜୁ କରି ଖୋଳତାଡ ଚଳାଇଥିଲା।

ଗତ ୧୪ ତାରିଖ ସକାଳେ ମୁସ୍କାନ ଓ ତାଙ୍କର ଚାରି ସହଯୋଗୀ ସୁଶାନ୍ତ ରାଉତ, ପୂର୍ଣ୍ଣଚନ୍ଦ୍ର ସେଠୀ, ଅଶୋକ ବେହେରା ଏବଂ ପିଣ୍ଟୁ ମହାନ୍ତି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ରେ ଆଡ୍ଡା ଜମାଇଥିଲେ। ଆଉ ଶିକାର ପାଇଁ ରଣନୀତି ପ୍ରସ୍ତୁତ କରୁଥିଲେ। ଏ ସମ୍ପର୍କରେ କମିଶନରେଟ୍‌ ପୁଲିସ ଜାଣିପାରି ଅଚାନକ ଚଢ଼ଉ କରିଥିଲା। ଆଉ ମୁସ୍କାନ, ସୁଶାନ୍ତ ରାଉତ, ପୂର୍ଣ୍ଣଚନ୍ଦ୍ର ସେଠୀ ଓ ଅଶୋକ ବେହେରାଙ୍କୁ ମାଡ଼ି ବସିଥିଲା। ସେମାନଙ୍କଠାରୁ ନିଶା ମେଡିସିନ, ବିସ୍କୁଟ ଓ ଛୁରୀ ଜବତ କରିଥିଲା। ହେଲେ ଚମ୍ପଟ ମାରିଥିଲା ପିଣ୍ଟୁ ମହାନ୍ତି। ପୁଲିସ୍‌ ତାକୁ ଆଜି ଗିରଫ କରିଛି। ଚିଣ୍ଟୁ ମହାନ୍ତିକୁ ବିଜେବି ନଗରରୁ ଗିରଫ କରିଛି ଖାରବେଳନଗର ଥାନା ପୁଲିସ୍‌।

Advertisment

ସେପଟେ ମୁସ୍କାନକୁ ପୁଣି ଥରେ ରିମାଣ୍ଡରେ ଆଣିବ କମିଶନରେଟ୍‌ ପୁଲିସ୍‌। ତା’ ଗ୍ୟାଙ୍ଗରେ ଆଉ କଉଁମାନେ ଅଛନ୍ତି? କେଉଁ କେଉଁ ସ୍ଥାନରେ ସେ ଲୁଟ୍‌ପାଟ କରୁଥିଲା? ଏପରି ବିଭିନ୍ନ ଦିଗରେ ପୁଲିସ୍‌ ତାଙ୍କୁ ପଚରାଉଚରା କରିପାରେ।  

Bhubaneswar Bhubaneswar News Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe