Advertisment

ପୁଲିସ୍‌ ଗୁଳିରେ ଗ୍ୟାଙ୍ଗଷ୍ଟର ‘ସିଜିଂ ରାଜା’ ଖତମ, ମାଷ୍ଟର ସିନେମା ଭଳି ଘଟାଉଥିଲା ଅପରାଧ

ନେମାରେ ଗ୍ୟାଙ୍ଗଷ୍ଟରମାନେ କେମିତି ଅପରାଧ ଓ କୌଣସି ମାମଲାରେ ଆତ୍ମସମର୍ପଣ କରିବା ପାଇଁ ନାବାଳକମାନଙ୍କୁ ବ୍ୟବହାର କରନ୍ତି, ତା’ର ଦୃଶ୍ୟ ରହିଛି।

Raja

Raja

Advertisment

ଅଭିନେତା ବିଜୟଙ୍କ ସୁପରହିଟ ସିନେମା ମାଷ୍ଟର(୨୦୨୧) କଥା ସମସ୍ତଙ୍କର ମନେଥିବ। ଏହି ସିନେମାରେ ଗ୍ୟାଙ୍ଗଷ୍ଟରମାନେ କେମିତି ଅପରାଧ ଓ କୌଣସି ମାମଲାରେ ଆତ୍ମସମର୍ପଣ କରିବା ପାଇଁ ନାବାଳକମାନଙ୍କୁ ବ୍ୟବହାର କରନ୍ତି, ତା’ର ଦୃଶ୍ୟ ରହିଛି।

Advertisment

ନାବାଳକଙ୍କୁ ବ୍ୟବହାର କରିବାର ଦୁଇଟି ଉଦ୍ଦେଶ୍ୟ- ଗୋଟିଏ ହେଲା ମୁଖ୍ୟ ଅପରାଧୀକୁ ଆଇନ ସ୍ପର୍ଶ କରିପାରିବ ନାହିଁ, ଦ୍ୱିତୀୟ ହେଲା- ଅପରାଧ ଯେତେ ବଡ଼ ହୋଇଥିଲେ ହେଁ ନାବଳକଙ୍କୁ ସର୍ବାଧିକ ୩ ବର୍ଷ ହିଁ ଜେଲଦଣ୍ଡ ମିଳିବାର ପ୍ରାବଧାନ ରହିଛି।

ସୋମବାର ତାମିଲନାଡୁ ପୁଲିସ୍‌ ଗୁଳିରେ ପ୍ରାଣ ହରାଇଥିବା ଏନ ସିଜିଂ ରାଜା ମଧ୍ୟ ସମାନ ଷ୍ଟାଇଲରେ ଅପରାଧ ଘଟାଉଥିଲା। ଦୀର୍ଘ ବର୍ଷ ଧରି ଅପରାଧ ଦୁନିଆରେ ସକ୍ରିୟ ଥିବା ରାଜା ଏଯାଏ ପୁଲିସ୍ ଆଖିରେ ଧୂଳି ଦେବାକୁ ସକ୍ଷମ ହୋଇଥିଲା। ହେଲେ ସୋମବାର ତା’ର ସବୁ ଖେଳରେ ପୁଲିସ ପୂର୍ଣ୍ଣଚ୍ଛେଦ ଟାଣିଛି।

Advertisment

ଫିଟନେଶ ଓ କରାଟେ ମାଷ୍ଟର ରାଜା ଅଧୀନରେ ପ୍ରାୟ ୩୦୦ ଜଣ ନାବଳକ ରହିବା ସହ ଅପରାଧ ଘଟାଇବାର ତାଲିମ ନେଉଥିଲେ। ରାଜା କେମିତି ଅପରାଧ ଦୁନିଆରେ ସକ୍ରିୟ ଥିଲା, ସେସମ୍ପର୍କରେ ଗୋଟିଏ ଉଦାହରଣ ଜଣେ ପୁଲିସ୍‌ ଅଧିକାରୀ ଦେଇଛନ୍ତି।

ଅଧିକାରୀ ଜଣଙ୍କ କହିଛନ୍ତି, ମାର୍ଚ୍ଚ ମାସରେ ପାଡାପ୍ପି ଠାରେ ଡିଏମକେର ୟୁନିୟନ ସଚିବ ଅର୍ବାବୁଧାନଙ୍କ ହତ୍ୟା ହୋଇଥିଲା। ପୁଲିସ୍‌ ଘଟଣାର ତଦନ୍ତ କରି ଘଟଣା ଦିନ ସ୍କୁଲ ୟୁନିଫର୍ମରେ ସେଠାରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଜଣେ ସ୍କୁଲ ପିଲାକୁ ଚିହ୍ନଟ କରିଥିଲା।

କିଛି ଦିନ ପରେ ଉକ୍ତ ନାବାଳିକା ଓ ତା’ର ୪ ଜଣ ସାଥୀ ହତ୍ୟା ଘଟଣାରେ ସତ୍ୟମଙ୍ଗଲ କୋର୍ଟରେ ଆତ୍ମସମର୍ପଣ କରିଥିଲେ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

୯ମ ଯାଏ ପଢ଼ିଥିବା ଜଣେ ଲୋକ କେମିତି ସିଜିଂ ରାଜା ହେଲା? ଏହାର ଉତ୍ତରରେ ପୁଲିସ୍‌ କହିଛି ଯେ ୧୯୯୦ରେ ସେ ଜଣେ ଋଣ ଅସୁଲକାରୀ ଭାବେ କାମ କରୁଥିଲା। ଋଣ ପୈଠ କରିପାରୁ ନଥିବା ଲୋକଙ୍କୁ ଠାବ କରିବା ଓ ସେମାନଙ୍କ ଗାଡ଼ିକୁ ସିଜ କରିବା କାମରେ ରାଜା ରହିଥିଲା।

ଏହି କାମ କରୁଥିବା ବେଳେ ରାଜା ଗଣ୍ଡଗୋଳ କରିବା ଆରମ୍ଭ କରିଥିଲା ଓ ଗୋଟିଏ ହତ୍ୟା ମାମଲାରେ ଫସିଥିଲା। ତା’ ମେଣ୍ଟୋର ହେଉଛି ୭୨ ବର୍ଷୀୟ ମାର୍କେଟ ଶିବା। ସେ ଏକଦା ଅପରାଧ ଦୁନିଆରେ ସକ୍ରିୟ ଥିଲା। କିନ୍ତୁ ଏବେ ସେ ଅପରାଧ ଦୁନିଆରୁ ଦୂରେଇ ଯାଇଛି।

ମାର୍କେଟ ଶିବାର ଅପରାଧ କାର୍ଯ୍ୟକଳାପକୁ ପାଡାପ୍ପି ଗୁନା, ରାଜା ଓ ଆଉ କିଛି ଯୁବକ ଆଗକୁ ନେଇଥିଲେ। ଗୁନା ଉପକଣ୍ଠରେ କାର୍ଯ୍ୟ କରୁଥିବା ବେଳେ ରାଜା ନାବାଳକାଙ୍କୁ ନେଇ ଗୋଟିଏ ଟିମ ଗଠନ କରିଥିଲେ। ହତ୍ୟା ହିଁ ଏହାର ଫୋକସରେ ରହିଥିଲା। ଏହାବାଦ ହତ୍ୟା ଊଦ୍ୟମ ଓ ବଟି ଆଦାୟ ମଧ୍ୟ କରୁଥିଲା। କିନ୍ତୁ ଅଧିକାଂଶ ସମୟରେ ସେ ଘଟଣା ସ୍ଥଳକୁ ଯାଉ ନଥିଲା।

ହତ୍ୟାର ସବୁ ଯୋଜନା ସେ କରୁଥିଲା। ରାଜା ନାବାଳକମାନଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ଦେଇ ଅପରାଧ ଘଟାଉଥିଲା। ଅପରାଧ ଘଟାଇବା କିମ୍ବା ଆତ୍ମସମର୍ପଣ କରିବା ପୂର୍ବରୁ ନାବାଳକମାନଙ୍କୁ ଏହା ଉପରେ ରାଜା ନିଜେ ହିଁ ତାଲିମ ଦେଉଥିଲା।

ପୁଲିସ୍‌ର କହିବା କଥା ଯେ ରାଜାର ୪ଟି ପରିବାର। ସମସ୍ତଙ୍କୁ ସେ ସ୍ୱତନ୍ତ୍ର ସ୍ଥାନରେ ରଖିଛି। ରବିବାର ତା’କୁ ଆନ୍ଧ୍ର ପ୍ରଦେଶର ରାଜାମପେଟ ସ୍ଥିତ ଘରକୁ ଗିରଫ କରାଯାଇଛି। ଏଠାରେ ସେ ତା’ର ଝାନସୀ ନାମକ ପତ୍ନୀ ପାଖରେ ରହୁଥିଲା। ଝାନସୀ ବ୍ୟତୀତ ତା’ର ଆଉ ୩ ଜଣ ପତ୍ନୀ ରହିଛନ୍ତି।

ଆନ୍ଧ୍ରରୁ ରାଜାକୁ ଗିରଫ କରିବା ପରେ ଚେନ୍ନାଇ ଅଣାଯାଇଥିଲା। ସୋମବାର ଚେନ୍ନାର ଇଷ୍ଟ କୋଷ୍ଟ ରୋଡରେ ଥିବା ଗୋଟିଏ ପରତ୍ୟକ୍ତ ସ୍ଥାନରେ ସେ ଲୁଚାଇ ରଖିବା ଅସ୍ତ୍ରଶସ୍ତ୍ରକୁ ଜବତ କରିବା ପାଇଁ ପୁଲିସ୍‌ ତା’କୁ ନେଇଥିଲା। ହେଲେ ସେଠାରେ ପୁଲିସ୍‌କୁ ଚକମା ଦେଇ ଖସି ଯିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ହୋଇଥିବା ଗୁଳି ବିନିମୟରେ ରାଜାର ମୃତ୍ୟୁ ହୋଇଛି। 

Tamilnadu Chennai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe