ବନ୍ଧା ହୋଇଥିଲା ଗଞ୍ଜେଇ ବେପାରୀ, ପୁଲିସ୍‌କୁ ଧକ୍କା ମାରି ଫେରାର

ନାରୁ ଦୁଇ ପୁଲିସ୍‌ଙ୍କୁ ଧକ୍କା ମାରି ଫେରାର ହୋଇ ଯାଇଛି ଗଞ୍ଜେଇ ବେପାରୀ ।

Represntational Image

  • Published: Wednesday, 02 October 2024
  • , Updated: 02 October 2024, 12:22 PM IST

ପୁଲିସ୍‌ କବଜାରେ ପଡ଼ିଥିଲା ଗଞ୍ଜେଇ ବେପାରୀ । ଅଭିଯୁକ୍ତକୁ ବାନ୍ଧି ଥାନାକୁ ଆଣୁଥିଲା ପୁଲିସ୍। ମାତ୍ର ଥାନାରୁ ଦୁଇ ପୁଲିସ୍‌ଙ୍କୁ ଧକ୍କା ମାରି ଫେରାର ହୋଇ ଯାଇଛି ଗଞ୍ଜେଇ ବେପାରୀ । ଏପରି ଏକ ଘଟଣା ଦେବଗଡ ଜିଲ୍ଲା ବାରକୋଟ ଥାନାରେ ଘଟିଛି। ଅଭିଯୁକ୍ତ କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ବରିଗୁମ୍ଫା ଗ୍ରାମର ସନତ ଦିଗଲ ବୋଲି ଜଣାପଡିଛି ।

ଗତ ରବିବାର ଜୟପିଛୁଳା ଛକ ନିକଟରେ ଗଞ୍ଜେଇ ଭର୍ତ୍ତି ଏକ କାର୍‌ ଏକ ଅଟୋକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଗଞ୍ଜେଇ ଭର୍ତ୍ତି କାର୍‌ ଛାଡି ଘଟଣାସ୍ଥଳରୁ ଫେରାର ମାରିଥିଲା ଅଭିଯୁକ୍ତ । କାର ଭିତରୁ ୧ କ୍ୱିଂଟାଲ ୨୦ କେଜି ଗଞ୍ଜେଇ ଜବତ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା ।

ଗଞ୍ଜେଇ ଚାଲାଣ କରୁଥିବା ଘଟଣାରେ ଖଜୁରୀପଡା ଥାନା ଅଞ୍ଚଳରୁ ସନତ ଦିଗଲଙ୍କୁ ଗତକାଲି ଗିରଫ କରିଥିଲା ବାରକୋଟ ଥାନା ପୁଲିସ୍‌। ସେଠାରୁ ପୁଲିସ୍‌ ତାଙ୍କୁ ଥାନାକୁ ଆଣିଥିବା ବେଳେ ସେ ସବଇନ୍ସପେକ୍ଟର ଆମୁନସେନ କିରୋ ଓ ଏଏସଆଇ ସନ୍ତୋଷ କୁମାର ନାୟକଙ୍କୁ ଧକ୍କା ମାରି ଫେରାର ହୋଇଯାଇଛି।

ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ବିଭିନ୍ନ ଚଢାଉ କରୁଥିବା ଜଣାପଡିଛି । ତେବେ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତ ଧରା ପଡ଼ି ନ ଥିବା ଜଣାଯାଇଛି।

Related story