/odisha-reporter/media/post_attachments/uploadimage/library/16_9/16_9_0/IMAGE_1711032810.jpg)
Ganja seized
କାରରେ ଚାଳଣା ହେଉ ଥିଲା ଗଞ୍ଜେଇ। ଏସମ୍ପର୍କରେ ପୁଳିସ ଯାଣିପାରି ଅଟକାଇବାକୁ ଚେଷ୍ଟା କରିଥିଲା। ହେଲେ ଦ୍ରୁତଗତିରେ ପଳାଉଥିବାରୁ ମାଡ଼ିବସିଲା ପୁଲିସ। କାର ଭିତରୁ ଗଞ୍ଜେଇ ଜବତ କରିଛି। ଏହି ଅଭିଯୋଗରେ କାର ଚାଳକ ସୁନୀଲ ମଲ୍ଲିକକୁ ଗିରଫ କରିଛି ପୁଲିସ।
Advertisment
ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ପୁଲିସ ଆଜି ସକାଳୁ ଡେଙ୍ଗାଉସ୍ତାର ମୁଖ୍ୟ ରାସ୍ତାରେ ଗାଡି ଯାଞ୍ଚ କରୁଥିଲା। ସେଇ ସମୟରେ ଏକ କଳା ରଙ୍ଗର କାର ଆସୁଥିବା ଦେଖି ସନ୍ଦେହରେ ପୁଲିସ ଅଟକାଇଥିଲା। ଯାଞ୍ଚବେଳେ କାରରୁ ୮୦ କେଜି ୪୦୦ ଗ୍ରାମର ଗଞ୍ଜେଇ ଜବତ କରିଥିଲା ପୁଲିସ। ଏହି ଅଭିଯୋଗରେ ପୁଲିସ ଚାଳକଙ୍କୁ ଗିରଫ କରିବା ସହିତ ଗଞ୍ଜେଇ ଓ କାର ଜବତ କରିଛି। ତେବେ ଗଞ୍ଜେଇ କେଉଁଠୁ ଓ କେଉଁଠାକୁ ଚାଲାଣ ହେଉଥିଲା, ତାହା ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
