Advertisment

ଦୁର୍ଘଟଣାଗ୍ରସ୍ତ କାରରୁ ମିଳିଲା ଗଞ୍ଜେଇ

ଦୁର୍ଘଟଣା ପରେ ଗଞ୍ଜେଇ ଓ କାର ଛାଡ଼ି ଅଭିଯୁକ୍ତ ଫେରାର।

Ganja

Ganja

Advertisment

ଖୋର୍ଦ୍ଧାର ପିଏନ୍ କଲେଜ ଛକ ନିକଟରେ ଏକ ଦୁର୍ଘଟଣାଗ୍ରସ୍ତ କାର ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୁଲିସ।

Advertisment

ଆଜି ଭୋରରେ ୧୬ ନମ୍ବର ଜାତୀୟରାଜପଥ ଉପରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଶିଳ୍ପାଞ୍ଚଳ ଥାନା ପୁଲିସ ଖବର ପାଇଥିଲା। ପୁଲିସ୍ ସେଠାରେ ପହଞ୍ଚି କାରଟିକୁ ଯାଞ୍ଚ କରିବା ସମୟରେ ସେଥିରୁ ବିପୁଳ ପରିମାଣରେ ଗଞ୍ଜେଇ ମିଳିଥିଲା। ଏହା ଦେଖି ଅବକାରୀ ବିଭାଗକୁ ଖବର ଦେଇଥିଲା ପୁଲିସ।

ପୁଲିସ କାରଟିକୁ ଜବତ କରିଥିବା ବେଳେ ଗଞ୍ଜେଇକୁ ଅବକାରୀ ବିଭାଗକୁ ହସ୍ତାନ୍ତର କରିଛି। ଓଜନ କରିବା ପରେ ଜବତ ଗଞ୍ଜେଇର ପ୍ରକୃତ ମୂଲ୍ୟ ଜଣାପଡ଼ିବ ବୋଲି ଅବକାରୀ ବିଭାଗ କହିଛି। 

Advertisment

କାରଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଅଭିଯୁକ୍ତମାନଙ୍କୁ ଧରିବାକୁ ପୁଲିସ ତଦନ୍ତ ଜାରି ରଖିଛି।

ରିପୋର୍ଟ- ଖୋର୍ଦ୍ଧାରୁ ବଳରାମ ଲେଙ୍କା

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe