/odisha-reporter/media/post_attachments/uploadimage/library/16_9/16_9_0/accused_1710346831.jpg)
accused
ଆଜି ଦୁର୍ଗ-ପୁରୀ ଏକ୍ସପ୍ରେସରେ ଜଣେ ଯୁବକ ବରଗଡ଼ରୁ ମଧ୍ୟପ୍ରଦେଶକୁ ବେଆଇନ ଗଞ୍ଜେଇ ଚାଲାଣ କରୁଥିଲା। ଏସମ୍ପର୍କରେ ଟିଟିଲାଗଡ଼ ରେଲୱେ ପୁଲିସ ଖବର ପାଇଥିଲା। ଟ୍ରେନଟି ଟିଟିଲାଗଡ଼ ଷ୍ଟେସନ ପହଞ୍ଚିବା ପୂର୍ବରୁ ରେଲୱେ ପୁଲିସ ଗଞ୍ଜେଇ ମାଫିଆକୁ ମାଡ଼ିବସିଥିଲା। ଗିରଫ ଗଞ୍ଜେଇ ମାଫିଆ ଜଣଙ୍କ ମଧ୍ୟପ୍ରଦେଶର ହର୍ଷିତ ଜେନା ବୋଲି ଜଣାପଡ଼ିଛି।
Advertisment
ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ରେଲୱେ ପୁଲିସ ଅଧିକାରୀ ବିନୟ କୁମାର ଭୋଇଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା। ଗିରଫ ବ୍ୟକ୍ତିଙ୍କ ଠାରୁ ୫ କେଜିର ଗଞ୍ଜେଇ ଜବତ ହୋଇଛି। ଯାହାର ବଜାରର ଆନୁମାନିକ ମୂଲ୍ୟ ପ୍ରାୟ ୫୧ ହଜାର ଟଙ୍କା ହେବ। ସଂପୃକ୍ତ ଯୁବକକୁ ରେଲୱେ ପୁଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
