Advertisment

ଦୁର୍ଗ-ପୁରୀ ଏକ୍ସପ୍ରେସରୁ ଗଞ୍ଜେଇ ଜବତ

ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ରେଲୱେ ପୁଲିସ ଅଧିକାରୀ ବିନୟ କୁମାର ଭୋଇଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇଥିଲା।

ଅଦ୍ୟତନ ହୋଇଛି
accused

accused

Advertisment

ଆଜି ଦୁର୍ଗ-ପୁରୀ ଏକ୍ସପ୍ରେସରେ ଜଣେ ଯୁବକ ବରଗଡ଼ରୁ ମଧ୍ୟପ୍ରଦେଶକୁ ବେଆଇନ ଗଞ୍ଜେଇ ଚାଲାଣ କରୁଥିଲା। ଏସମ୍ପର୍କରେ ଟିଟିଲାଗଡ଼ ରେଲୱେ ପୁଲିସ ଖବର ପାଇଥିଲା। ଟ୍ରେନଟି ଟିଟିଲାଗଡ଼ ଷ୍ଟେସନ ପହଞ୍ଚିବା ପୂର୍ବରୁ ରେଲୱେ ପୁଲିସ ଗଞ୍ଜେଇ ମାଫିଆକୁ ମାଡ଼ିବସିଥିଲା। ଗିରଫ ଗଞ୍ଜେଇ ମାଫିଆ ଜଣଙ୍କ ମଧ୍ୟପ୍ରଦେଶର ହର୍ଷିତ ଜେନା ବୋଲି ଜଣାପଡ଼ିଛି।

Advertisment

ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ରେଲୱେ ପୁଲିସ ଅଧିକାରୀ ବିନୟ କୁମାର ଭୋଇଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇଥିଲା। ଗିରଫ ବ୍ୟକ୍ତିଙ୍କ ଠାରୁ ୫ କେଜିର ଗଞ୍ଜେଇ ଜବତ ହୋଇଛି। ଯାହାର ବଜାରର ଆନୁମାନିକ ମୂଲ୍ୟ ପ୍ରାୟ ୫୧ ହଜାର ଟଙ୍କା ହେବ। ସଂପୃକ୍ତ ଯୁବକକୁ ରେଲୱେ ପୁଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି।

Ganja Seized
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe