Advertisment

ଜଙ୍ଗଲରୁ ଗଞ୍ଜେଇ ଜବତ, ଘଟଣା ସ୍ଥଳରୁ ମାଫିଆ ଫେରାର

ପୁଲିସ ତାର ଟିମ୍‌ ସାହାଯ୍ୟରେ ଆଜି ପାଲଦାପୁଟ ଜଙ୍ଗଲରେ ଚଡାଉ କରିଥିଲା।

author-image
Biswajit Samal
ଅଦ୍ୟତନ ହୋଇଛି
Ganja seized

Ganja seized

କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ପାଲଦାପୁଟ କାଜୁ ଜଙ୍ଗଲରୁ ୩୮୦କେଜି ୯୦୦ଗ୍ରାମର ଗଞ୍ଜେଇ ମାଛକୁଣ୍ଡ ପୁଲିସ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୮ଲକ୍ଷ ଟଙ୍କା ହେବ ବୋଲି ଜଣା ପଡ଼ିଛି।

Advertisment

ପାଲଦାପୁଟ ଅଞ୍ଚଳରୁ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ମାଛକୁଣ୍ଡ ପୁଲିସ ଖବର ପାଇଥିଲା। ଏନେଇ ଲମତାପୁଟ ଓ ମାଛକୁଣ୍ଡ ପୁଲିସ ମିଳିତ ଭାବେ ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲେ। ପୁଲିସ ତାର ଟିମ୍‌ ସାହାଯ୍ୟରେ ଆଜି ପାଲଦାପୁଟ ଜଙ୍ଗଲରେ ଚଡାଉ କରିଥିଲା। ପୁଲିସର ଚଢାଉ ବେଳେ ଘଟଣା ସ୍ଥଳରୁ ଗଞ୍ଜେଇ ମାଫିଆ ମାନେ ଖସି ପଳାଇଥିଲେ। ଏପଯ୍ୟନ୍ତ ପୁଲିସ କାହାରିକୁ ଗିରଫ କରି ନାହିଁ। 

Ganja Seized