Advertisment

ଭୁବନେଶ୍ୱରରେ କଲେଜ ପାଖ ପାନ ଦୋକାନରେ ଚାଲିଥିଲା ଗଞ୍ଜେଇ ବେପାର

ପାନ ଦୋକାନ ଆଳରେ ଚଲାଇଥିଲେ ଗଞ୍ଜେଇ ବେପାର। ଟାର୍ଗେଟରେ ଥିଲେ କଲେଜ ଛାତ୍ର।

ଅଦ୍ୟତନ ହୋଇଛି
Bhubaneswar

Bhubaneswar

Advertisment

ରାଜଧାନୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ। ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳର ଏକ କଲେଜ ନିକଟରେ ଥିବା ପାନ ଦୋକାନରେ ଚାଲିଥିଲା ଗଞ୍ଜେଇ ବେପାର। ଖବର ପାଇ ଅବକାରୀ ବିଭାଗର ଚଢାଉ କରିଥିଲା। ଚଢାଉ ବେଳେ ୮ କେଜି ଗଞ୍ଜେଇ ଓ ଗଞ୍ଜେଇ ସିଗାରେଟ ଜବତ ହୋଇଥିଲା। ଏହା ସହିତ ନଗଦ ୩୬ ହଜାର ଟଙ୍କା ଜବତ କରିଥିଲା ଅବକାରୀ ବିଭାଗ। 

Advertisment

ଏହି ଘଟଣାରେ ପାନ ଦୋକାନୀ ସୁକାନ୍ତ ଦାସଙ୍କୁ ଗିରଫ କରାଯାଇଛି। ପାନ ଦୋକାନ ଆଳରେ ସୁକାନ୍ତ ଚଲାଇଥିଲେ ଗଞ୍ଜେଇ ବେପାର। ତାଙ୍କ ଟାର୍ଗେଟରେ ଥିଲେ କଲେଜ ଛାତ୍ର।

ଆଜି କୌଣସି ସୁତ୍ରରୁ ଖବର ପାଇ ସୁକାନ୍ତଙ୍କ ପାନ ଦୋକାନ ଉପରେ ଚଢ଼ାଉ କରିଥିଲା ଅବକାରୀ ବିଭାଗ।

Advertisment
Ganja Seized
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe