Advertisment

ଦୁଇଟି ସ୍ଥାନରେ ଚଢାଉ, ୪ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

୪୩ ହଜାରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ବେଳେ ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୪ କୋଟି ୩୦ ଲକ୍ଷ ଟଙ୍କା ହେବା ନେଇ ପୁଲିସ ସୂଚନା ଦେଇଛି

author-image
Biswajit Samal
ଅଦ୍ୟତନ ହୋଇଛି
Ganja seized

Ganja seized

ବୌଦ୍ଧ ଜିଲ୍ଲାରେ ବିଭିନ୍ନ ଜଙ୍ଗଲ ଜମିରେ ଚାଲିଥିବା ବେଆଇନ୍ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ରୂପେ ବିଲୁପ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛି ବୌଦ୍ଧ ଆଦର୍ଶ ଥାନା ପୁଲିସ୍।

Advertisment

ଆଦର୍ଶ ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ଦିନକୁ ଦିନ ବିଭିନ୍ନ ଅଞ୍ଚଳରେ ଥିବା ଜଙ୍ଗଲ ଜମିରେ ହେଉଥିବା ଗଞ୍ଜେଇ ଚାଷକୁ ଚିହ୍ନଟ କରିବା ସହିତ ସେଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିବା ଅଭିଯାନ ଜାରି ରଖିଛି ପୁଲିସ୍। ଏହି ଅଭିଯାନ ଅନୁଯାୟୀ ବୌଦ୍ଧ ଆଦର୍ଶ ଥାନା ପୁଲିସ ପକ୍ଷରୁ ଦୁଇଟି ଜଙ୍ଗଲରେ ଚଢାଉ କରି ପ୍ରାୟ ୪୩ ହଜାରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛ ନଷ୍ଟ କରିଥିବା ପୁଲିସ୍ ସୂଚନା ଦେଇଛି।

ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାସଙ୍କ ନେଉତୃତ୍ଵରେ ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ବିଯାପଦର୍ ଗ୍ରାମ୍ୟ ଜଙ୍ଗଲରେ ଏକ ଟିମ୍ ଚଢାଉ କରି ୨୮ ଏକର ଜମିରେ ଲଗାଯାଇଥିବା ୨୮ ହଜାରରୁ ଉର୍ଦ୍ଧ୍ୱ ଏବଂ ରାମେଶ୍ୱର ଜଙ୍ଗଲରେ ଚଢ଼ାଉ କରି ୧୫ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ଭାବେ ପୋଡ଼ି ନଷ୍ଟ କରିଦେଇଛନ୍ତି।

Advertisment

ସମୁଦାୟ ୪୩ ହଜାରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ବେଳେ ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୪ କୋଟି ୩୦ ଲକ୍ଷ ଟଙ୍କା ହେବା ନେଇ ପୁଲିସ ସୂଚନା ଦେଇଛି। ତେବେ ଯେ ପର୍ଯ୍ୟନ୍ତ ଜିଲ୍ଲାରୁ ସମ୍ପୂର୍ଣ୍ଣ ଭାବେ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ଡ୍ରୋନ୍ ମାଧ୍ୟମରେ ଗଞ୍ଜେଇ ଚାଷ ହୋଇଥିବା ସ୍ଥାନକୁ ଚିହ୍ନଟ କରିବା ସହିତ ଗଞ୍ଜେଇ ଚାଷକୁ ବନ୍ଦ କରାଯିବ ବୋଲି ବୌଦ୍ଧ ଏସପି ସୂଚନା ଦେଇଛନ୍ତି।

Ganja Seized