Advertisment

ଗୋଡ଼ାଉ ଥିଲା ପୁଲିସ୍, ପିକ୍‌ଅପ୍‌ରୁ ଗଞ୍ଜେଇ ବସ୍ତା ଫୋପାଡ଼ୁଥିଲେ ମାଫିଆ

ଓଡ଼ିଶା ଓ ଆନ୍ଧ୍ର ସୀମାରୁ ପୁଲିସ୍ ପିକ୍‌ଅପ୍ ଗାଡ଼ିଟିକୁ ପାଇଥିଲା। ସେ ସ୍ଥାନରେ ଏକ ଟ୍ରକ୍ ମଧ୍ୟ ଥିଲା।

Ganja

Ganja

Advertisment

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ବଡ଼ପଦର ପଞ୍ଚାୟତର ରେଖାପାଲିରେ ଏକ ପିକଅପ ଗାଡ଼ିରେ ଗଞ୍ଜେଇ ଥିବା ନେଇ ଖବର ପାଇଥିଲା ଚିତ୍ରକୋଣ୍ଡା ପୁଲିସ୍। ଏହା ପରେ ପୁଲିସ୍‌ର ଏକ ଟିମ୍ ସେଠାରେ ପହଞ୍ଚିଥିଲା। ପୁଲିସ୍‌କୁ ଦେଖି ଗାଡ଼ି ଷ୍ଟାର୍ଟ କରି ସେଠାରୁ ଖସିବା ପଳାଇବା ପାଇଁ ପ୍ରୟାସ କରିଥିଲେ ଗଞ୍ଜେଇ ମାଫିଆ। ପୁଲିସ୍ ସେମାନଙ୍କୁ ଗୋଡ଼ାଇଥିଲା।

Advertisment

ସଂକୀର୍ଣ୍ଣ ରାସ୍ତାରେ ମାଫିଆଙ୍କ ପିକ୍‌ଅପ୍ ଗାଡ଼ିଟି ଆଗେ ଆଗେ ଯାଉଥିବା ବେଳେ ପଛରେ ଥିଲା ପୁଲିସ୍ ଗାଡ଼ି। ପୁଲିସ୍ ଗାଡ଼ିର ଗତି କମାଇବାକୁ ଦୁଇ ଜଣ ଗଞ୍ଜେଇ ମାଫିଆ ପିକ୍‌ଅପ୍ ଉପରୁ ଗଞ୍ଜେଇ ଭର୍ତ୍ତି ବସ୍ତାଗୁଡ଼ିକୁ ରାସ୍ତାକୁ ଫୋପାଡ଼ି ଥିଲେ। ସେମାନେ ପୁଲିସ ଗାଡ଼ିକୁ ଲକ୍ଷ୍ୟ କରି ଗଞ୍ଜେଇ ଭର୍ତ୍ତି ବସ୍ତାଗୁଡ଼ିକୁ ଫୋପାଡ଼ି ଥିଲେ। ହେଲେ ପୁଲିସ୍ ଟିମ୍ ସେମାନଙ୍କ ପିଛା କରିଥିଲା।

ଓଡ଼ିଶା ଓ ଆନ୍ଧ୍ର ସୀମାରୁ ପୁଲିସ୍ ପିକ୍‌ଅପ୍ ଗାଡ଼ିଟିକୁ ପାଇଥିଲା। ସେ ସ୍ଥାନରେ ଏକ ଟ୍ରକ୍ ମଧ୍ୟ ଥିଲା। ଅନୁମାନ କରାଯାଉଛି ଯେ ସେହି ଟ୍ରକ୍‌ରେ ମାଫିଆମାନେ ପଡ଼ୋଶୀ ରାଜ୍ୟକୁ ଅବା ଅନ୍ୟ କେଉଁଠାକୁ ଗଞ୍ଜେଇ ଚାଲାଣ କରିଥା’ନ୍ତେ। ପୁଲିସ୍ ଉଭୟ ଗାଡ଼ିକୁ ଜବତ କରିଥିବା ବେଳେ ଦୁଇ ଡ୍ରାଇଭର ଏବଂ ଗଞ୍ଜେଇ ମାଫିଆମାନେ ଅନ୍ଧାରର ସୁଯୋଗ ନେଇ ସେଠାରୁ ଖସି ପଳାଇଥିଲେ। ପୁଲିସ୍ ୯ କୁଇଣ୍ଟାଲ ଗଞ୍ଚେଇ ଜବତ କରିଥିବା ବେଳେ ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ତନାଘନା କରୁଛି।

Advertisment
Ganja Seized Ganja Mafia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe