Ganja Smuggling in Andhra
ଡ୍ୟୁଟିରେ ଥିବା ଦୁଇଜଣ ପୁଲିସ କର୍ମଚାରୀଙ୍କ ଉପରେ ଗାଡ଼ି ଚଢାଇ ଫେରାର ମାରିଲେ ଗଞ୍ଜେଇ ନେଇଯାଉଥିବା ମାଫିଆ ଗ୍ୟାଙ୍ଗ। ଏହି ଘଟଣାରେ ଦୁଇଜଣ ପୁଲିସ ଆହତ ହୋଇଥିବାବେଳେ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ବୁଧବାର ରାତି ପ୍ରାୟ ୨ଟା ସମୟରେ ବିଶାଖାପାଟଣାରୁ ବିଜୟୱାଡା ଯାଉଥିବା ଗୋଟିଏ ଗଞ୍ଜେଇ ଗ୍ୟାଙ୍ଗକୁ ଧରିବା ପାଇଁ ପୁଲିସ ଉଦ୍ୟମ କରୁଥିବାବେଳେ ଆନ୍ଧ୍ର ପ୍ରଦେଶ ପୂର୍ବ ଗୋଦାବରୀ ଜିଲ୍ଲାର କାକିନାଡ଼ା ସହର ନିକଟ କ୍ରିଷ୍ଣାଭରମ ଟୋଲ୍ ପ୍ଳାଜା ନିକଟରେ ଏହି ଘଟଣା ଘଟିଛି।
ଉତ୍ତର ପ୍ରଦେଶର ରେଜିଷ୍ଟ୍ରେସନ ରହିଥିବା ଗୋଟିଏ ଏସୟୁଭି ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ସୂତ୍ରରୁ ପାଇଥିଲା ପୁଲିସ। ଏହାକୁ ଧରିବା ପାଇଁ ପୂର୍ବ ଯୋଜନା ଅନୁଯାୟୀ କ୍ରିଷ୍ଣାଭରମ ଟୋଲ୍ ପ୍ଳାଜା ନିକଟରେ ପୁଲିସ ଗାଡିକୁ ଅଟକାଇଥିଲା। ପ୍ରଥମେ ଗାଡିଟି ଅଟକି ଥିଲା, କିନ୍ତୁ ପୁଲିସ କର୍ମଚାରୀ ଗାଡି ନିକଟରେ ପହଞ୍ଚିବା କ୍ଷଣି ଗାଡି ଚାଳକ ଦୁଇ ଜଣ ପୁଲିସଙ୍କ ଉପରେ ଗାଡି ଚଢ଼ାଇ ଟୋଲ ପ୍ଲାଜାର ଗେଟ ଭାଙ୍ଗି ପଳାଇଯାଇଥିଲା। ପ୍ରାୟ ଟୋଲ ପ୍ଳାଜାଠାରୁ ୨୦ କିଲୋମିଟର ଗଲାପରେ ଦୁର୍ବୃତ୍ତମାନେ ଗାଡିଟିକୁ ରାସ୍ତା କଡରେ ଛାଡି ଫେରାର ହୋଇଯାଇଥିଲେ।
ତେବେ ପୁଲିସ ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଅନ୍ୟପଟେ କିରଲାମପୁଡି ଥାନାର ଆହତ ଦୁଇ ଜଣ ପୁଲିସ କର୍ମଚାରୀଙ୍କ ମଧ୍ୟରୁ ଜଣେ ସାମନ୍ୟ ଆହତ ହୋଇଥିବାବେଳେ ଲୋଭରାଜୁ ନାମକ କନଷ୍ଟେବଳଙ୍କ ଅବସ୍ଥା ସଂକଟାପନ୍ନ। ତେବେ ପୁଲିସ ଜାତୀୟ ରାଜପଥ ଉପରୁ ସମସ୍ତ ସିସିଟିଭି ଫୁଟେଜ ଜବତ କରି ଏହି ଗଞ୍ଜେଇ ଗ୍ୟାଙ୍ଗକୁ ଧରିବା ପାଉଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି।
ରିପୋର୍ଟ: ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us