ଅବକାରୀ କାର୍ଯ୍ୟାଳୟରୁ ୪ ଲକ୍ଷରୁ ଅଧିକ ଟଙ୍କାର ଜବତ ଗଞ୍ଜେଇ ଚୋରି

ଚୋରମାନେ ଜବତ ବିୟର ଓ ହ୍ୱିସ୍କି ବି ନେଇଯାଇଛନ୍ତି।

ଅବକାରୀ ବିଭାଗ କାର୍ଯ୍ୟାଳୟ

  • Published: Sunday, 08 October 2023
  • , Updated: 08 October 2023, 02:10 PM IST

ଅବକାରୀ ବିଭାଗ କାର୍ଯ୍ୟାଳୟରୁ ଚୋରି ହୋଇଗଲା ଜବତ ହୋଇ ରହିଥିବା ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଓ ମାଦକ ଦ୍ରବ୍ୟ। ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ପଟାଭାଡିସ୍ଥିତ ଅବକାରୀ ବିଭାଗ କାର୍ଯ୍ୟାଳୟରୁ ଗତକାଲି ରାତିରେ ହୋଇଛି ଏହି ଚୋରି।

ଚୋରମାନେ ବିଳମ୍ବିତ ରାତିରେ ଅବକାରୀ କାର୍ଯ୍ୟାଳୟର ତାଲା ଭାଙ୍ଗି ଜବତ ଗଞ୍ଜେଇ ଓ ମାଦକ ଦ୍ରବ୍ୟ ନେଇଯାଇଛନ୍ତି। ଅବକାରୀ ବିଭାଗ ପକ୍ଷରୁ ଏନେଇ ସୋନପୁର ଥାନରେ ଏତଲା ଦିଆଯାଇଛି।

ଅବକାରୀ ବିଭାଗର ସୂଚନା ଅନୁସାରେ ୪୩ କେଜି ୬୦୦ ଗ୍ରାମ ଗଞ୍ଜେଇ,୧୫ ବୋତଲ ବିୟର ଓ ୧୪ ବୋତଲ ହ୍ୱିସ୍କି ଚୋରି ହୋଇଛି। ଏସବୁର ମୂଲ୍ୟ ୪ ଲକ୍ଷ ୪୦ ହଜାର ୨୪୫ ଟଙ୍କା ବୋଲି କୁହାଯାଇଛି।

ସୋନପୁର ଥାନାରେ ଏତଲା ଦିଆଯିବା ପରେ ପୁଲିସ୍ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି।

ରିପୋର୍ଟ- ରବୀନ୍ଦ୍ର ହୋତା 

Related story