କୋଟିଏ ଟଙ୍କାର ଗଞ୍ଜେଇ ଚାଲାଣ ବେଳେ ଜବତ କରିଛି ପୁଲିସ। ଚାଲାଣରେ ସଂପୃକ୍ତ ଥିବା ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିଫ ଅବିଯୁକ୍ତ ମାନେ ହେଲେ ମୋହନା ଥାନା ଚଢ଼ିଆପଦା ଗାଁ ରମେଶ ସ୍ଵାଆଲ୍ ସିଂ ଓ ଅନ୍ୟ ଜଣେ ଦିଗପହଣ୍ଡି ଥାନା ବଡଡ଼ୁମ୍ବୁଳା ଗାଁର ହେମନ୍ତ ସ୍ୱାଇଁ।
ଗଜପତି ଜିଲ୍ଲା ମୋହନା ଥାନା ପୁଲିସ କମଳାପୁର ଗେଟ୍ ନିକଟରେ ଗାଡି ଯାଞ୍ଚ କରୁଥିଲା। ଏହି ସମୟରେ ଗଞ୍ଜେଇ ନେଇ ଗୋଟିଏ ଗାଡ଼ିରେ ଆସୁଥିଲେ ଅଭିଯୁକ୍ତ ମାନେ। ପୁଲିସକୁ ଦେଖି ଗଞ୍ଜେଇ ଚାଲାଣକାରି ମାନେ ଚମ୍ପଟ୍ ମାରିବାକୁ ଉଦ୍ୟମ କରୁଥିଲେ। ପୁଲିସ ଚଢ଼ାଉ କରି ସେମାନଙ୍କୁ କାବୁ କରିଥିଲା।
Also Read
ଘଟଣା ସ୍ଥଳରୁ ପୁଲିସ ୩୩ ବସ୍ତା ଗଞ୍ଜେଇ ଜବତ କରିଥିଲା। ଯାହାର ଓଜନ ୧୦ କୁଇଣ୍ଟାଲ୍ ୯ କେଜି ହେବ ଓ ଏହାର ଆନୁମାନିକ ମୂଲ୍ୟ କୋଟିର ଟଙ୍କା ହେବ ବୋଲି ପୁଲିସ ସୁଚନା ଦେଇଛି। ଗଞ୍ଜେଇ ଚାଲାଣ ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି।
ମୋହନା ଥାନା ପୁଲିସ କହିଛି, ଦୁଇ ଅଭିଯୁକ୍ତ ମାନେ ମୋହନାରୁ ମହାରାଷ୍ଟ୍ରର ସୋଲାପୁରକୁ ଏହି ଗଞ୍ଜେଇକୁ ଚାଲାଣ କରୁଥିଲେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବାପପୁଅ ପାଲଟିଗଲେ ଜହ୍ଲାଦ; ୪ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ, ଜଣେ ମୃତ
ଚୋରି ସନ୍ଦେହରେ ବାପପୁଅ ପାଲଟିଗଲେ ଜହ୍ଲାଦ । ଘଟାଇଲେ ତାଲବାନୀ ବର୍ବରତା । ଗାଁର କିଛି ଯୁବକଙ୍କୁ ଉଠାଇ ଆଣି ଖୁଣ୍ଟରେ ବାନ୍ଧି ନିଷ୍ଣୁର ପିଟିଲେ। ସେମାନଙ୍କ ଚିତ୍କାର ବି ବାପପୁଅଙ୍କ ମନକୁ ତରଳାଇ ପାରିଲାନି।
Crime
ଜନ୍ମଦିନରେ ମୋବାଇଲ ଗିଫ୍ଟ ଦେବାକୁ ମନା କଲେ ମାଆ; ଜୀବନ ହାରିଲେ ନାବାଳକ
ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣିଦେବାକୁ ମନା କରିଥିଲେ ମାଆ।
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।
Crime
ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୭ ଗିରଫ
ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୪୬ ହଜାର ଟଙ୍କା ସହିତ ସେମାନଙ୍କଠାରୁ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।
Crime
ମାରାଥନ୍ କାର୍ଯ୍ୟକ୍ରମ ବେଳେ ଫୁଟିଲା ଗୁଳି; ଯୁବକ ଗୁରୁତର
ତେବେ କିଏ ଓ କାହିଁକି ଯୁବକଙ୍କୁ ଗୁଳିମାଡ଼ କଲା ତାର କାରଣ ଅସ୍ପଷ୍ଟ ରହିଛି।