Advertisment

ଚାନ୍ଦବାଲିରେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତିଙ୍କୁ ବିଜେଡି କର୍ମୀଙ୍କ ମରଣାନ୍ତକ ଆକ୍ରମଣ

ଇଟା ଓ ପଥରରେ ସେମାନେ ଗାଡ଼ି ଭଙ୍ଗାରୁଜା କରିଥିଲେ। ସୁବାସଙ୍କ ହାତକୁ ମଧ୍ୟ ଇଟାରେ ଛେଚି ଦେଇଥିଲେ। ସୁବାସଙ୍କ ଶାର୍ଟ ଚିରି ଦେଇଥିଲେ।

author-image
Jitendra Garnayak
Subash Sahu

Subash Sahu

ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସୁବାସ ସାହୁଙ୍କ ଉପରେ ଆଜି ହୋଇଛି ମରଣାନ୍ତକ ଆକ୍ରମଣ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ତୋଟାପଡ଼ାରେ ତାଙ୍କ ଉପରେ ହୋଇଛି ସଂଘବଦ୍ଧ ଆକ୍ରମଣ। ସୁବାସଙ୍କ ସହିତ ତାଙ୍କର ୫ ସାଥୀଙ୍କ ଉପରେ ହୋଇଛି ଆକ୍ରମଣ। ବିଜେଡି କର୍ମୀମାନେ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। 

Advertisment

ସୂଚନା ଅନୁଯାୟୀ, ୪୦/୫୦ ବିଜେଡି କର୍ମୀ ସଂଘବଦ୍ଧ ଭାବେ ସେମାନଙ୍କୁ ଆକ୍ରମଣ କରିଥିଲେ। ଇଟା ଓ ପଥରରେ ସେମାନେ ଗାଡ଼ି ଭଙ୍ଗାରୁଜା କରିଥିଲେ। ସୁବାସଙ୍କ ହାତକୁ ମଧ୍ୟ ଇଟାରେ ଛେଚି ଦେଇଥିଲେ। ସୁବାସଙ୍କ ଶାର୍ଟ ଚିରି ଦେଇଥିଲେ। କାରରେ ତାଙ୍କ ସହିତ ବସିଥିବା ତାଙ୍କ ସମର୍ଥକମାନେ ମଧ୍ୟ ଆଘାତ ପାଇଛନ୍ତି।  

ସୁବାସ ସାହୁ ଅଭିଯୋଗ କରିଛନ୍ତି ଯେ ଚାନ୍ଦବାଲି ବିଧାୟକଙ୍କ ସମର୍ଥକମାନେ ତାଙ୍କ ଉପରେ ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ବିଧାୟକଙ୍କ ଗାଡ଼ି ଆମକୁ ଅତିକ୍ରମ କରିଥିଲା। ଆମ କାରରେ ଗଞ୍ଜାମର ନମ୍ବର ଥିବା ଦେଖି ଅଟକାଇ ଆକ୍ରମଣ କରିଥିଲେ। 

Advertisment

ଅନ୍ୟପକ୍ଷରେ ଏହି ଘଟଣା ନେଇ ବିଜେଡି କିମ୍ବା ପୁଲିସର ପ୍ରତିକ୍ରିୟା ମିଳିନାହିଁ। 

BjD Bjp 2024 General Election Loka Sabha Election 2024 Odisha Assembly Election 2024