Advertisment

ସ୍କୁଟି ବୋଝେଇ ଟ୍ରକ୍‌ ଧରି ଚମ୍ପଟ ମାରୁଥିଲା, ଗୋଡ଼ାଇ ଗୋଡ଼ାଇ ମାଡ଼ିବସିଲା ପୁଲିସ

ପାଗଳ ପରି ଅଭିନୟ କରୁଥିବା ରିଙ୍କୁ ସିଂ ଗତ ୧୫ ଦିନ ହେଲା ରମ୍ଭା ଥାନା ଅଞ୍ଚଳରେ ଜାତୀୟ ରାଜପଥରେ ଘୂରି ବୁଲୁଛି। ଆଉ ସମୟ ସୁବିଧା ଦେଖି ଗାଡ଼ି ଲୁଟିବାକୁ ଉଦ୍ୟମ କରୁଛି। ଦୁଇ ଦିନ ତଳେ ଗୋଟିଏ ଟ୍ରକ୍‌ ଧରି ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲା ରିଙ୍କୁ।

Ganjam

Ganjam

Advertisment

ପେଟ୍ରୋଲ୍‌ ପମ୍ପରେ ସ୍କୁଟି ବୋଝେଇ ଟ୍ରକ୍‌ ଛିଡ଼ା କରି ଶୌଚ ଯାଇଥିଲେ ଡ୍ରାଇଭର। ଏହାର ସୁଯୋଗ ନେଇ ଟ୍ରକକୁ ଧରି ଚମ୍ପଟ ମାରୁଥିଲା ଯୁବକ। ଗୋଡ଼ାଇ ଗୋଡ଼ାଇ ମାଡ଼ିବସିଲା ହାଇୱେ ପାଟ୍ରୋଲିଂ ପୁଲିସ। ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥରେ ଘଟିଛି ଏପରି ଲୁଟ୍‌। ଗିରଫ ଯୁବକ ଜଣକ ପେଶାଦାର ଲୁଟେରା ବୋଲି ଜଣାପଡ଼ିଛି।

Advertisment

ହୋଣ୍ଡା ସ୍କୁଟି ବୋଝେଇ ଟ୍ରକ୍‌ ବାଙ୍ଗାଲୁରୁରୁ କୋଲକାତା ଅଭିମୁଖେ ଯାଉଥିଲା। ମଙ୍ଗଳବାର ସନ୍ଧ୍ୟା ବେଳେ ଟ୍ରକ୍‌ ଡ୍ରାଇଭର ଶଶୀଭୂଷଣ ସିଂ ୧୬ ନମ୍ୱର ଜାତୀୟ ରାଜପଥର ରମ୍ଭା ଥାନା ଗଣ୍ଡାପଲ୍ଲୀ ପେଟ୍ରୋଲ ପମ୍ପ ନିକଟରେ ଗାଡ଼ି ଛିଡ଼ା କରି ଶୌଚ ପାଇଁ ଯାଇଥିଲେ। ହେଲେ ଟ୍ରକ୍‌ର ଡୋର୍‌ ଲକ୍‌ କରିନଥିଲେ କି ଚାବି ନେଇନଥିଲେ। ଏହାର ସୁଯୋଗ ନେଇ ପାଗଳ ଭଳି ଅଭିନୟ କରୁଥିବା ଜଣେ ବିହାରୀ ଯୁବକ ରିଙ୍କୁ ସିଂ ଟ୍ରକ୍‌ ଧରି ପଳାଇ ଯାଉଥିଲା।

ଗାଡ଼ି ଡ୍ରାଇଭର ଶଶୀଭୂଷଣ ସିଂ ସଙ୍ଗେ ସଙ୍ଗେ ଏନେଇ ହାଇୱେ ପାଟ୍ରୋଲିଂ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ସଙ୍ଗେ ସଙ୍ଗେ ଉକ୍ତ ଟ୍ରକ୍‌କୁ ପିଛା କରିଥିଲା। ପ୍ରାୟ ୧୦ କିମି ଗୋଡ଼ାଇବା ପରେ ଖଲ୍ଲିକୋଟ ଥାନା ବଡ଼ଘାଟିରୁ ଟ୍ରକ୍‌କୁ ଅଟକାଇଥିଲା ପୁଲିସ୍‌। ଏଥିସହ ଟ୍ରକ୍‌ ଧରି ଚମ୍ପଟ ମାରୁଥିବା ରିଙ୍କୁ ସିଂକୁ ଧରି ଖଲ୍ଲିକୋଟ୍‌ ଥାନାର ଜିମା ଦେଇଥିଲା। ଖଲ୍ଲିକୋଟ୍‌ ଥାନା ପୁଲିସ୍‌ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ଅଭିଯୋଗରୁ ପ୍ରକାଶ, ପାଗଳ ପରି ଅଭିନୟ କରୁଥିବା ରିଙ୍କୁ ସିଂ ଗତ ୧୫ ଦିନ ହେଲା ରମ୍ଭା ଥାନା ଅଞ୍ଚଳରେ ଜାତୀୟ ରାଜପଥରେ ଘୂରି ବୁଲୁଛି। ଆଉ ସମୟ ସୁବିଧା ଦେଖି ଗାଡ଼ି ଲୁଟିବାକୁ ଉଦ୍ୟମ କରୁଛି। ଦୁଇ ଦିନ ତଳେ ଗୋଟିଏ ଟ୍ରକ୍‌ ଧରି ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲା ରିଙ୍କୁ। ହେଲେ ଗାଡ଼ିର ପ୍ରକୃତ ଡ୍ରାଇଭର ତାକୁ ମାଡ଼ି ବସିଥିଲା। ବହେ ମାଡ଼ ମାରି ଛାଡ଼ିଥିଲା। ସେହିପରି ସେ ଆଉ ଏକ ବୋଲେରୋକୁ ଲୁଟ୍‌ ପାଇଁ ମଧ୍ୟ ଉଦ୍ୟମ କରୁଥିଲା। ସେଥର ମଧ୍ୟ ଧରାପଡ଼ି ବହେ ଖାଇଥିଲା ରିଙ୍କୁ।

ତେବେ ଏଠି ପ୍ରଶ୍ନ ଉଠୁଛି, ରିଙ୍କୁ କିଏ? କାହା ଛତ୍ରଛାୟା ତଳେ ଜାତୀୟ ରାଜପଥରୁ କରୁଛି ଗାଡ଼ି ଚୋରି? ମିଳିଥିବା ସୂଚନା ଅନୁସାରେ ବିହାରରେ ରିଙ୍କୁଙ୍କ ଘର। ସେ ଦୀର୍ଘ ୧୫ ବର୍ଷ ହେଲା ରାଜଧାନୀ ଭୁବନେଶ୍ୱରରେ ରହୁଥିଲା। ଏବେ ରମ୍ଭା ଥାନା ଅଞ୍ଚଳରେ ଉତ୍ପାତ କରୁଛି।

ରିପୋର୍ଟ-ଖଲ୍ଲିକୋଟରୁ ଶିଲୁ ବିଶ୍ୱାଳ

Ganjam Crime Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe