ମାଇଁ-ଭଣଜାଙ୍କ ଅନୈତିକ ସମ୍ପର୍କ ଦେଖିଦେଲେ ବୋଲି ...

ମାଆ ଓ ପୁଅଙ୍କୁ ହତ୍ୟା କରିବା ପରେ ଜି.ଗୁନ୍ନାମ୍ମା ଏବଂ ଦେବେନ୍ଦ୍ର ନିଜ ନିଜ ଘରକୁ ପଳାଇ ଯାଇଥିଲେ। ୨୦ ତାରିଖ ସକାଳ ଯାଇ ଦିନ ହେଲା। ହେଲେ ନିଳାବେଣୀ ଉଠିଲେ ନାହିଁ। ଡାକିଲେ ମଧ୍ୟ ଶୁଣିଲେ ନାହିଁ। ତେଣୁ ଶାଶୁ, ଶ୍ୱଶୁର ଓ ସାହିପଡ଼ିଶା ନିଳାବେଣୀଙ୍କ ଘରକୁ ଯାଇଥିଲେ।

Crime PhotoOR

ଦୁଇ ପୁଲିସ୍‌ କର୍ମଚାରୀଙ୍କ ମଝିରେ ଦୁଇ ଅଭିଯୁକ୍ତ

Manoranjan Sial
  • Published: Monday, 26 February 2024
  • Updated: 26 February 2024, 08:13 PM IST

Sports

Latest News

ମାଇଁ ଓ ଭଣଜାଙ୍କ ଭିତରେ ଥିଲା ଅନୈତିକ ସମ୍ପର୍କ। ଦେଖିଦେଲେ ବୋଲି ତଣ୍ଟିଚିପି ମାରିଦେଲେ। ମାଆକୁ ମାରୁଥିବା ବେଳେ କୁନି ପୁଅ ଦେଖିଦେଲା ବୋଲି ତାଙ୍କୁ ମଧ୍ୟ ମାରିଦେଲେ। ଏପରି ବୀଭତ୍ସ ହତ୍ୟାକାଣ୍ଡ ଗଞ୍ଜାମ ଜିଲ୍ଲାରେ ଘଟିଛି। ହତ୍ୟାକାଣ୍ଡ ଘଟିବାର ୮ ଦିନ ଭିତରେ ପୁଲିସ ମାମଲାର ପର୍ଦ୍ଦାଫାସ କରିବା ସହିତ ଅଭିଯୁକ୍ତ ମାଇଁ ଓ ଭଜଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଜରଡ଼ା ଥାନା ଚୁଡ଼ିଆଲାଞ୍ଜି ଗାଁର ଡି.ମୋହନ ରେଡ୍ଡୀଙ୍କ ସାନ ଭାଇର ପତ୍ନୀ ହେଉଛନ୍ତି ଜି. ଗୁନ୍ନାମ୍ମା। ତାଙ୍କ ସହିତ ଜି. ଦେବେନ୍ଦ୍ର ରେଡ୍ଡୀଙ୍କର ଅନୈତିକ ସମ୍ପର୍କ ଗଢ଼ି ଉଠିଥିଲେ। ଉଭୟ ସମ୍ପର୍କରେ ମାଇଁ-ଭଜଣା ହୋଇଥିବା ସତ୍ତ୍ୱେ ଅନୈତିକ ସମ୍ପର୍କ ରଖିଥିଲେ। ସ୍ୱାମୀଙ୍କ ଅନୁପସ୍ଥିତିରେ ଜି.ଗୁନ୍ନାମ୍ମାଙ୍କ ସହିତ ଦେବେନ୍ଦ୍ର ଶାରୀରିକ ସମ୍ପର୍କ ରଖୁଥିବା ଅଭିଯୋଗ ହୋଇଛି। ଉଭୟଙ୍କ ଏ ଅନୈତିକ ସମ୍ପର୍କ ଦେଖିଥିଲେ ବଡ଼ମାଇଁ ତଥା ଡି.ମୋହନ ରେଡ୍ଡୀଙ୍କ ପତ୍ନୀ ଡି.ନିଳାବେଣୀ। ଯେଉଁଥିପାଇଁ ଜି.ଗୁନ୍ନାମ୍ମା ଓ ଦେବେନ୍ଦ୍ର ଅଡୁଆରେ ପଡ଼ି ଯାଇଥିଲେ।

Also Read

ଡି.ନିଳାବେଣୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ସବୁଦିନ ପରି ଗତ ୧୮ ତାରିଖ ରାତିରେ ଡି.ନିଳାବେଣୀ ଓ ତାଙ୍କ ୭ ବର୍ଷର ପୁଅ ଡି.ରୁଷି ଖାଇପିଇ ଘରେ ଶୋଇଥିଲେ। ନିସ୍ତବ୍ଦ ରାତି। ପୂରା ଗାଁ ଶୋଇଥିଲା। ଶୂନ୍‌ଶାନ୍‌ ରାତିରେ ଜି.ଗୁନ୍ନାମ୍ମା ଓ ଦେବେନ୍ଦ୍ର ମିଶି ଡି.ନିଳାବେଣୀଙ୍କ ଘରେ ପଶିଥିଲେ। ସେମାନେ ନିଳାବେଣୀଙ୍କ ବେକ ଚିପି ଦେଇଥିଲେ। ଚିତ୍କାର ଶୁଣି ପାଖରେ ଶୋଇଥିବା ପୁଅ ରୁଷି ଉଠିପଡ଼ି ଥିଲେ। ଧରା ପଡ଼ିଯିବା ଭୟରେ ଉଭୟ ତାଙ୍କୁ ମଧ୍ୟ ମାରିଦେଇଥିଲେ। ପରେ ମାଆ ଓ ପୁଅଙ୍କ ଉପରେ ଲୁଗା ପକାଇ ପଳାଇ ଆସିଥିଲେ।

ମାଆ ଓ ପୁଅଙ୍କୁ ହତ୍ୟା କରିବା ପରେ ଜି.ଗୁନ୍ନାମ୍ମା ଏବଂ ଦେବେନ୍ଦ୍ର ନିଜ ନିଜ ଘରକୁ ପଳାଇ ଯାଇଥିଲେ। ୧୯ ତାରିଖ ସକାଳ ଯାଇ ଦିନ ହେଲା। ହେଲେ ନିଳାବେଣୀ ଉଠିଲେ ନାହିଁ। ଡାକିଲେ ମଧ୍ୟ ଶୁଣିଲେ ନାହିଁ। ତେଣୁ ଶାଶୁ, ଶ୍ୱଶୁର ଓ ସାହିପଡ଼ିଶା ନିଳାବେଣୀଙ୍କ ଘରକୁ ଯାଇଥିଲେ। ସେତେବେଳେ କବାଟ ଆଉଜା ହୋଇଥିଲା। ଆଉ ବିଛଣାରେ ମାଆ ଓ ପୁଅଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଗାଁ ଲୋକେ ଏନେଇ ଥାନାକୁ ଖବର ଦେଇଥିଲେ। ଖବର ପାଇ ସନ୍ଧାନୀ କୁକୁର ସହ ପୁଲିସ୍‌ ଗାଁରେ ପହଞ୍ଚିଥିଲା। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା।

ପତ୍ନୀ ଓ ପୁଅଙ୍କ ମୃତ୍ୟୁ ଖବର ପାଇଁ ଦୁବାଇରୁ ଧାଇଁ ଆସିଥିଲେ ଡି. ମୋହନ ରେଡ୍ଡୀ। ସେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହତ୍ୟାରେ ଜି.ଗୁନ୍ନାମ୍ମା ଓ ଦେବେନ୍ଦ୍ରଙ୍କ ସମ୍ପୃକ୍ତି ଥାଇପାରେ ବୋଲି ଏଫ୍‌ଆଇଆର୍‌ରେ ଦର୍ଶାଇଥିଲେ। ମୋହନ ରେଡ୍ଡୀଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ତିନି ଦିନ ତଳେ ଜି.ଗୁନ୍ନାମ୍ମା ଓ ଦେବେନ୍ଦ୍ରଙ୍କୁ ହେପାଜତକୁ ନେଇଥିଲା। ଘନ ଘନ ଉଭୟଙ୍କୁ ଜେରା କରିଥିଲା। ଶେଷରେ ନିଜ ଦୋଷ ସ୍ୱୀକାର କରିଥିଲେ ଜି.ଗୁନ୍ନାମ୍ମା ଓ ଦେବେନ୍ଦ୍ର। ଉଭୟ ହତ୍ୟା କରିଥିବା ପୁଲିସ୍‌ ପାଖରେ ମାନିଛନ୍ତି। ଏହା ପରେ ପୁଲିସ୍‌ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ରିପୋର୍ଟ- ଦିଗପହଣ୍ଡିରୁ ସତ୍ୟନାରାୟଣ ପାଢ଼ୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story