Advertisment

ଜେଲ୍‌ ଗଲେ ସ୍ୱାମୀ, ଶ୍ୱଶୁର, ଶାଶୁ, ଦିଅର ଓ ନଣନ୍ଦ

ବିବାହ ପରେ ଜିତେନ୍ଦ୍ରଙ୍କ ଘରକୁ ବଧୂ ବେଶରେ ଯାଇଥିବା ନନ୍ଦିନୀ। ପରିବାର ଲୋକଙ୍କ ସହିତ ରହୁଥିଲେ। ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ବେଶ ହସଖୁସିରେ ବିତୁଥିଲା ଦିନ। ବାହାଘରର କିଛି ଦିନ ତଳେ ରୋଜଗାର ଜିତେନ୍ଦ୍ର ରାଜ୍ୟ ବାହାରକୁ ଯାଇଥିଲେ।

ଅଦ୍ୟତନ ହୋଇଛି
Crime

Crime

Advertisment

ଜେଲ୍‌ ଗଲେ ସ୍ୱାମୀ, ଶ୍ୱଶୁର, ଶାଶୁ, ଦିଅର ଓ ନଣନ୍ଦ। ନାବାଳିକା ବୋହୂ  ହତ୍ୟା ମାମଲାରେ ଏମାନେ ଗିରଫ ହୋଇଛନ୍ତି। ମୃତ ନାବାଳିକାଙ୍କ ବାପାଙ୍କ ଅଭିଯୋଗ କ୍ରମେ ଦିଗପହଣ୍ଡି ଥାନା ପୁଲିସ୍‌ ଏହି ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ଗଞ୍ଜାମ ଜିଲ୍ଲା ଭୀଷ୍ମଗିରି ଗାଁ ମହାମାଈ ନଗରରେ ରହୁଥିବା ଜିତେନ୍ଦ୍ର ବିଷୋୟୀ ମାଟ୍ରିକ୍‌ ପରୀକ୍ଷା ଦେଇଥିବା ନନ୍ଦିନୀ ସାହୁଙ୍କୁ ପ୍ରେମ କରୁଥିଲେ। ନନ୍ଦିନୀ ମଧ୍ୟ ଜିତେନ୍ଦ୍ରଙ୍କୁ ଭଲ ପାଉଥିଲେ। ତେବେ ମାଟ୍ରିକ୍‌ ପରୀକ୍ଷା ପରେ ଉଭୟ ଘର ଛାଡ଼ି ରାଜ୍ୟ ବାହାରକୁ ପଳାଇ ଯାଇଥିଲେ। ୩ ମାସ ଧରି ଉଭୟ ଏଠି ସେଠି ଘୂରି ବୁଲୁଥିଲେ। କିଛିଦିନ ତଳେ ଉଭୟ ଘରକୁ ଆସିଥିଲେ। ଭୀଷ୍ମଗିରିଠାରୁ କିଛି ଦୂରରେ ଥିବା ବଡ଼ପଦା ମନ୍ଦିରରେ ବିବାହ କରିଥିଲେ। ଜିତେନ୍ଦ୍ରଙ୍କ ପରିବାର ଲୋକଙ୍କ ସହମତିରେ ଓ ଉପସ୍ଥିତିରେ ବାହାଘର ହୋଇଥିଲା।

ବିବାହ ପରେ ଜିତେନ୍ଦ୍ରଙ୍କ ଘରକୁ ବଧୂ ବେଶରେ ଯାଇଥିବା ନନ୍ଦିନୀ। ପରିବାର ଲୋକଙ୍କ ସହିତ ରହୁଥିଲେ। ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ବେଶ ହସଖୁସିରେ ବିତୁଥିଲା ଦିନ। ବାହାଘରର କିଛି ଦିନ ତଳେ ରୋଜଗାର ଜିତେନ୍ଦ୍ର ରାଜ୍ୟ ବାହାରକୁ ଯାଇଥିଲେ। ତେଣୁ ପରିବାର ଲୋକଙ୍କ ସହିତ ରହୁଥିଲେ ନାବାଳିକା ବୋହୂ ନନ୍ଦିନୀ। ଜିତେନ୍ଦ୍ର ଗଲା ପରେ ନନ୍ଦିନୀଙ୍କ ଉପରେ ଆରମ୍ଭ ହୋଇଥିଲା ନିର୍ଯାତନା। ଯୌତୁକ ଆଣିବା ପାଇଁ ତାଙ୍କୁ କୁହାଯାଇଥିଲା। ହେଲେ ତାଙ୍କ ବାପା ଗରିବ ଶ୍ରେଣୀରେ ହୋଇଥିବାରୁ ଅସହାୟତା ପ୍ରକାଶ କରିଥିଲେ। ଏହା ପରେ ତାଙ୍କ ଉପରେ ନିର୍ଯାତନା ଆରମ୍ଭ କରାଯାଇଥିଲା।

Advertisment

ଗତ ଶନିବାର ଅପରାହ୍ନରେ ନନ୍ଦିନୀଙ୍କୁ ତାଙ୍କ ଶାଶୁ ଘର ଲୋକେ ମାରିଦେଇଥିବା ଅଭିଯୋଗ ହୋଇଥିଲା। ଧରା ପଡ଼ିଯିବା ଭୟରେ ସେମାନେ ଝାଡ଼ାବାନ୍ତିର ବାହାନା କରି ଗାଁ ଶ୍ମଶାନରେ ନନ୍ଦିନୀଙ୍କ ମୃତଦେହକୁ ପୋଡ଼ି ଦେଇଥିଲେ। ହେଲେ ହଠାତ୍‌ ନନ୍ଦିନୀଙ୍କ ମୃତ୍ୟୁକୁ ନେଇ ଗାଁ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ପରେ ନନ୍ଦିନୀଙ୍କ ବାପା ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ସାଇଣ୍ଟିଫିକ୍‌ ଟିମ୍‌ ଓ ପୁଲିସ୍‌ ମିଳିତ ଭାବେ ତଦନ୍ତ କରୁଥିଲେ। ସୋମବାର ସାଇଣ୍ଟିଫିକ୍‌ ଟିମ୍ ଗାଁ ଶ୍ମଶାନରୁ ହାଡ ଓ ପାଉଁଶ ସଂଗ୍ରହ କରିଥିଲା।

ସେପଟେ ନନ୍ଦିନୀଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ସ୍ୱାମୀ ଜିତେନ୍ଦ୍ର ବିଷୋୟୀ, ଶ୍ୱଶୁର ରମେଶ ବିଷୋୟୀ, ଶାଶୁ ମାମୀ ବିଷୋୟୀ, ଦିଅର ଋତୁ ବିଷୋୟୀ ଓ ନଣନ୍ଦ ମାମା ବିଷୋୟୀଙ୍କୁ ଥାନାକୁ ଆଣି ଘନଘନ ଜେରା କରିଥିଲା। ଜେରା ବେଳେ ସେମାନେ ହତ୍ୟା କରିଥିବା ସ୍ୱୀକାର କରିଥିବା ଚର୍ଚ୍ଚା ହେଉଛି। ଯେଉଁଥିପାଇଁ ପୁଲିସ୍‌ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ୫ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ୍‌କୁ ପଠାଇ ଦିଆଯାଇଛି।

ରିପୋର୍ଟ- ଦିଗପହଣ୍ଡିରୁ ସତ୍ୟନାରାୟଣ ପାଢ଼ୀ

Ganjam Crime Bride
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe