Advertisment

ଶଳା ଭାଉଜ ସହିତ ରଖିଥିଲା ଅନୈତିକ ସମ୍ପର୍କ, ଧରାପଡ଼ିଗଲା ବୋଲି ହତ୍ୟା ପାଇଁ କରିଥିଲା ଡିଲ୍‌

ଅନନ୍ତେଇ ଗାଁର ଉଦୟ ନାଥ ସେଠୀ ନିଜ ଶଳା ଭାଉଜଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିଲା। ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ ମହିଳାଙ୍କ ଭାଇ ଖଣ୍ଡଦେଉଳି ଗାଁର ଯୋଗୀ ସେଠୀ। ଯାହା ପରେ ଉଦୟନାଥଙ୍କ ହୃଦସ୍ପନ୍ଦନ ବଢ଼ିଥିଲା।

author-image
Manoranjan Sial
Romance

Romance

ଶଳା ଭାଉଜ ସହିତ ରଖିଥିଲା ଅନୈତିକ ପ୍ରେମ ସମ୍ପର୍କ। ଭିଣୋଇର ପାପ ସମ୍ପର୍କରେ ଜାଣିବାକୁ ପାଇଥିଲେ ମହିଳାଙ୍କ ଭାଇ। ଘଟଣା ପ୍ରଘଟ ହେବା ଭୟରେ ଭିଣୋଇ ଦେଇଥିଲେ ହତ୍ୟା ପାଇଁ ସୁପାରୀ। ଡିଲ୍‌ ମୁତାବକ ଦୁର୍ବୃତ୍ତମାନେ ବାଇକ୍‌ରେ ହତ୍ୟା ପାଇଁ ଯାଉଥିବା ବେଳେ ମାଡ଼ି ବସିଲା ପୁଲିସ୍‌। ବ୍ରହ୍ମପୁରରୁ ଆସିଛି ଏପରି ଖବର।

Advertisment

ଅନନ୍ତେଇ ଗାଁର ଉଦୟ ନାଥ ସେଠୀ ନିଜ ଶଳା ଭାଉଜଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିଲା। ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ ମହିଳାଙ୍କ ଭାଇ ଖଣ୍ଡଦେଉଳି ଗାଁର ଯୋଗୀ ସେଠୀ। ଯାହା ପରେ ଉଦୟନାଥଙ୍କ ହୃଦସ୍ପନ୍ଦନ ବଢ଼ିଥିଲା। କାଳେ କୁକର୍ମ ପଦାରେ ପଡ଼ିଯିବ, ସେହି ଭୟରେ ଯୋଗୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା ଉଦୟନାଥ। ସେଥିପାଇଁ ସେ ବହ୍ମପୁର ସହରର ଅଜୁ ସେଠୀଙ୍କ ସହଯୋଗ ଲୋଡ଼ିଥିଲେ। ଏହି ଡିଲ୍‌ ୪ ଲକ୍ଷ ଟଙ୍କାରେ ଛିଡ଼ିଥିଲା। ଏଥିପାଇଁ କିଛି ଅର୍ଥ ମଧ୍ୟ ଦିଆଯାଇଥିଲା।

ଉଦୟନାଥଙ୍କ ଡିଲ୍‌ରେ ମହମତି ପ୍ରକାଶ କରିଥିଲେ ଅଜୁ। ସେଥିପାଇଁ ସେ ନିରାକାର ବେହେରା, ରୂପକ ସେଠୀ, ନରେଶ କୁମାର ସେଠୀ ଓ ସୁରଜ ପରିଡ଼ାଙ୍କ ସହଯୋଗ ଲୋଡ଼ିଥିଲା। ତା’ପରେ ହତ୍ୟାର ପୂରା ପ୍ଲାନ ତିଆରି ହୋଇଥିଲା। ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା।

Advertisment

ମଙ୍ଗଳବାର ଯୋଗୀ ସେଠୀ ବ୍ରହ୍ମପୁର ଆସିବାର ଥିବା କୌଣସି ସୂତ୍ରରୁ ଖବର ପାଇଥିଲେ ଅଜୁ ଓ ତାଙ୍କ ସହଯୋଗୀ। ସେଥିପାଇଁ ସେମାନେ ଗିରି ମାର୍କେଟ ଛକ ଓ ଗିରିଜା ରେଷ୍ଟୁରାଣ୍ଟ ଛକକୁ ବାଇକ୍‌ରେ ଯାଉଥିଲେ। ଦୁର୍ଭାଗ୍ୟକୁ ସେମାନେ ଯାଉଥିବା ବାଇକରେ ଗୋଟିଏ ଖଣ୍ଡା ଦେଖାଯାଉଥିବା ପୁଲିସ ଦେଖିବାକୁ ପାଇଥିଲା। ତା’ପରେ ପୁଲିସ୍‌ ଉକ୍ତ ବାଇକ୍‌କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ବୋମା ଓ ଖଣ୍ଡା ଜବତ ମିଳିଥିଲା। ଏଥିସହ ସମସ୍ତ ଅଭିଯୁକ୍ତଙ୍କୁ କାବୁ କରିଥିଲା ଟାଉନ୍‌ ଥାନା ପୁଲିସ୍‌।

ପଚରାଉଚରା ବେଳେ ହତ୍ୟାକାଣ୍ଡ ନେଇ ପୁଲିସ୍‌ ପୂରା ଘଟଣା ଜାଣିବାକୁ ପାଇଥିଲା। ପୁଲିସ ମାମଲା ରୁଜୁ କରି ନିରାକାର ବେହେରା, ରୂପକ ସେଠୀ, ନରେଶ କୁମାର ସେଠୀ, ସୁରଜ ପରିଡ଼ା, ଉଦୟନାଥ ସେଠୀ ଓ ମୁଖ୍ୟ ଅଭିଯୁକ୍ତ ଅଜୁ ସେଠୀକୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ବେଳେ ପୁଲିସ ଘଟଣାର ତଦନ୍ତ ଚଳାଇଛି।

ରିପୋର୍ଟ- ବ୍ରହ୍ମପୁରରୁ ଜଗନ୍ନାଥ ସାହୁ